ସତରେ କ’ଣ ଫଟୋ ଉଠାଇବା ପାଇଁ ସମୁଦ୍ର କୂଳରୁ ପ୍ଲାଷ୍ଟିକ୍‌ ଉଠାଇଥିଲେ ମୋଦୀ? ଜାଣନ୍ତୁ ଏହି ଫଟୋ ପଛର ସତ୍ୟତା

Advertisment
ସତରେ କ’ଣ ଫଟୋ ଉଠାଇବା ପାଇଁ ସମୁଦ୍ର କୂଳରୁ ପ୍ଲାଷ୍ଟିକ୍‌ ଉଠାଇଥିଲେ ମୋଦୀ? ଜାଣନ୍ତୁ ଏହି ଫଟୋ ପଛର ସତ୍ୟତା

oneindia.com

ନୂଆଦିଲ୍ଲୀ : ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ତାମିଲନାଡୁର ମାମାଲ୍ଲାପୁରମ୍‌ ବେଳାଭୂମିରେ ସକାଳ ବୁଲା ସହ ସଫେଇ କରୁଥିବାର ନଜର ଆସିଥିଲେ । ହାତରେ ଏକ ବ୍ୟାଗ୍‌ ଧରି ସେ ବେଳାଭୂମିରେ ପଡ଼ିଥିବା ପ୍ଲାଷ୍ଟିକ ଗୋଟାଉଥିବାର ନଜର ଆସିଥିଲେ । ତାଙ୍କର ଏଭଳି ଫଟୋ ଭାଇରାଲ ହେବା ପରେ ଲୋକେ ତାଙ୍କର ଏଭଳି କାମକୁ ପ୍ରଶଂସା କରୁଥିବା ବେଳେ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‌ ଏକ ଆଶ୍ଚର୍ଯ୍ୟ କଲା ଭଳି ଟୁଇଟ୍‌ କରିଥିଲେ । ଟୁଇଟ୍‌ରେ ସେ ମୋଦୀଜୀଙ୍କ ଫଟୋ ସହ ଏକ କ୍ୟାମେରା ଟିମ୍‌ର ଫଟୋ ଯୋଡ଼ି କ୍ୟାପ୍‌ସନରେ 'ଜୟ ଶ୍ରୀ ରାମ୍‌' ବୋଲି ଲେଖିଥିଲେ ।

ଏଭଳି ଫଟୋ ସେୟାର କରି ସେ ମୋଦୀ କେବଳ ଲୋକପ୍ରିୟତା ପାଇଁ ଏଭଳି ଦେଖାଣିଆ କାମ କରୁଥିବା କହିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଫଟୋ ପଛର ସତ ସାମ୍ନାକୁ ଆସିଛି । ଇଣ୍ଡିଆ ଟୁଡେ ପକ୍ଷରୁ ଫଟୋ ପଛର ସତ୍ୟତାକୁ ଜାଣିବା ପାଇଁ ଯାଞ୍ଚ କରାଯିବା ପରେ ଟୁଇଟ୍‌ କରାଯାଇଥିବା ଫଟୋରେ ଯେଉଁ କ୍ୟାମେରା ଟିମ୍‌ ନଜର ଆସୁଛନ୍ତି, ତାହା ନକଲି ବୋଲି ଜଣା ପଡ଼ିଛି । କ୍ୟାମେରା ଟିମ୍‌ର ଫଟୋଟି ୧୪ବର୍ଷ ପୁରୁଣା ହୋଇଥିବା ବେଳେ ଏହା ସ୍କଟଲ୍ୟାଣ୍ଡର ଏକ ଟିଭି ପ୍ରଡକ୍ସନର କ୍ୟାମେରା ଟିମ୍‌ ବୋଲି ଜଣା ପଡ଼ିଛି । ଯାଞ୍ଚରେ ଫଟୋଟି ମାମାଲ୍ଲାପୁରମ୍‌ ବେଳାଭୂମିର ନୁହେଁ ବୋଲି ସ୍ପଷ୍ଟ ହୋଇଛି । ତେବେ ଟୁଇଟ୍‌ କରାଯାଇଥିବା କ୍ୟାମେରା ଟିମ୍‌ର ଫଟୋଟି ନକଲି ହୋଇଥିବା ବେଳେ ସତରେ ମୋଦୀଜୀଙ୍କ ସହ କୌଣସି କ୍ୟାମେରା ଟିମ୍‌ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe