ଜମ୍ମୁ-କଶ୍ମୀର ପ୍ରଶାସନ ପରୀକ୍ଷାରେ ୪୬ତମ ରାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହେଲେ ଅନାଥ ଆଶ୍ରମରେ ବଢ଼ିଥିବା ଯୁବକ

Advertisment
ଜମ୍ମୁ-କଶ୍ମୀର ପ୍ରଶାସନ ପରୀକ୍ଷାରେ ୪୬ତମ ରାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହେଲେ ଅନାଥ ଆଶ୍ରମରେ ବଢ଼ିଥିବା ଯୁବକ

zeenews.india.com

ଡୋଡା: ସଫଳତା ପାଇଁ ସବୁବେଳେ ଏକ ପ୍ରୀତିକର ପରିବେଶ ଆବଶ୍ୟକ ପଡ଼େନା ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଅନାଥ ଆଶ୍ରମରେ ବଢ଼ିଥିବା କଶ୍ମୀରର ଜଣେ ଯୁବକ ଜମ୍ମୁ-କଶ୍ମୀର ପ୍ରଶାସନ ପରୀକ୍ଷାରେ ୪୬ତମ ରାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚା ପାଲଟିଛନ୍ତି। ଯୁବକ ଜଣକ ହେଉଛନ୍ତି ଦୋଡା ଜିଲ୍ଲାର ବାସିନ୍ଦା ଗାଜି ଅବଦୁଲ୍ଲା। ଗାଜିଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ସେହି ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା। ପରିବାରର ଆର୍ଥିକ ଅବସ୍ଥା ଖୁବ୍ ଖରାପ ରହିଥିବାରୁ ବାଧ୍ୟ ହୋଇ ତାଙ୍କୁ ପିଲାଟି ଦିନରୁ କଶ୍ମୀରର ଏକ ଅନାଥ ଆଶ୍ରମରେ ବଢ଼ିବାକୁ ପଡ଼ିଥିଲା।

ପରବର୍ତ୍ତୀ ସମୟରେ ଗାଜି ବଡ଼ ହୋଇ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ) ରେ ସ୍ନାତକୋତ୍ତର ଶିକ୍ଷା କରିଥିଲେ। ସେ ଯାହାବି ସଫଳତା ପାଇଛନ୍ତି ତାହାର ଶ୍ରେୟ ସେ ନିଜ ମାଆଙ୍କୁ ଦେଉଛନ୍ତି। ସେ କହନ୍ତି କି ତାଙ୍କ ମାଆ ଜଣେ ଅପାଠୋଇ ହେଲେ ମଧ୍ୟ ସବୁବେଳେ ତାଙ୍କୁ ପାଠ ପଢ଼ିବାକୁ ପ୍ରୋତ୍ସାହନା ଦେଇ ଆସୁଥିଲେ। ସଂଘର୍ଷ କରି ଗାଜିକୁ ପାଠ ପଢ଼ିବାକୁ ପଡୁଥିଲା।

publive-image zeenews.india.com

ପିଲାଟି ଦିନରୁ ସେ ଜଣେ ଖୁବ୍ ପରିଶ୍ରମୀ ପିଲା ଭାବେ ବେଶ୍‌ ଜଣାଶୁଣା। ସେ ଦଶମ ଶ୍ରେଣୀରେ ରାଜ୍ୟ ସ୍ତରୀୟ ୧୦ତମ ରାଙ୍କ୍‌ ରଖି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସ୍ନାତକୋତ୍ତର ସମାପ୍ତ କରିବା ପରେ ତାଙ୍କ ପାଇଁ ଅନେକ ଚାକିରି ସୁଯୋଗ ଥିଲା। ମାତ୍ର ସେ ଆହୁରି ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଗାଜି କହନ୍ତି କି ଜମ୍ମୁ-କଶ୍ମୀର ପ୍ରଶାସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସେ ପୁସ୍ତକ  ଇଣ୍ଟର୍‌ନେଟ୍‌ର ସହାୟତା ନେଇ ନିଜେ ଅଧ୍ୟୟନ କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe