କଥାବାଚକ ହନୁମାନଙ୍କ ମୂର୍ତ୍ତି ଉପହାରରେ ଦେଇ କହିଲେ ଏଭଳି କଥା...

ଧୀ‌ରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିବା ସମୟରେ ମୁଁ ତାଙ୍କ ପାଇଁ ଏକ ଉପହାର ନେଇ ଯାଇଥିଲି କିନ୍ତୁ ସେ ତାହାକୁ ଗ୍ରହଣ କରି ନଥିଲେ। ଆଉ କହିଥିଲେ, ‘ମୋତେ ‌କେବଳ ତୁମର ଭଲପାଇବା ଓ ସ୍ନେହ ଆବଶ୍ୟକ: ବି ପ୍ରାକ

00


ନୂଆଦିଲ୍ଲୀ: ବଲିଉଡ କଣ୍ଠଶିଳ୍ପୀ ବି ପ୍ରାକ ‘‌‌ତେରି ମିଟ୍ଟି’ ଓ ‘ସାରି ଦୁନିଆ ଜଲା ଦେଙ୍ଗେ’ ଭଳି ସୁପରହିଟ ଗୀତରେ ନିଜର କଣ୍ଠଦାନ କରିଛନ୍ତି।  ବି ପ୍ରାକ ଖୁବ ଧାର୍ମିକ ଭାବନାର ମଣିଷ। ଧର୍ମ ପାଇଁ ତାଙ୍କର ପ୍ରେମ ଓ ଭଲପାଇବା କାହାକୁ ଅଛୁପା ନାହିଁ। ସେ ଅନେକଥର ଭଜନ ସନ୍ଧ୍ୟା ଭଳି କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ ଗାଇଛନ୍ତି।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ବି ପ୍ରାକ କହିଥିଲେ, ‘ମୋର କଥାବାଚକ ଧୀ‌ରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ଭେଟ ହୋଇଥିଲା। ଏହି ସମୟରେ କଥାବାଚକ ମୋତେ ଏକ ଭଗବାନ ହନୁମାନଙ୍କ ମୂର୍ତ୍ତି ଉପହାରରେ ଦେଇଥିଲେ।

ମୋର କଥାବାଚକ ଧୀ‌ରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ଭେଟ କଥାବାଚକ ଇନ୍ଦ୍ରେଶ ଉପାଧ୍ୟାୟଙ୍କ କାରଣରୁ ହୋଇଥିଲା। ଧୀ‌ରେନ୍ଦ୍ର ଶାସ୍ତ୍ରୀ ଜଣେ ସ୍ନେହୀ ମଣିଷ। ମୁଁ ଧୀ‌ରେନ୍ଦ୍ର ଶାସ୍ତ୍ରୀଙ୍କ ପାଖରେ ‘‌‌ତେରି ମିଟ୍ଟି’ ଓ ‘ସାରି ଦୁନିଆ ଜଲା ଦେଙ୍ଗେ’ ଦୁଇଟି ଗୀତ ଗାଇବା ପରେ ସେ ମୋତେ ଭଗବାନ ହନୁମାନଙ୍କ ମୂର୍ତ୍ତି ଉପହାରରେ ଦେଇଥିଲେ।

ଆଉ କହିଥିଲେ, ‘‘ ଏଣିକି ଏହି ମୂର୍ତ୍ତି ସବୁଦିନ ପାଇଁ ତୁମ ପାଖରେ ରହିବ। ଆପଣ ଯେଉଁଠାକୁ ଯିବେ ଇଏ ବି ଆପଣଙ୍କ ସହିତ ଯିବ।’’
 

ଧୀ‌ରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିବା ସମୟରେ ମୁଁ ତାଙ୍କ ପାଇଁ ଏକ ଉପହାର ନେଇ ଯାଇଥିଲି କିନ୍ତୁ ସେ ତାହାକୁ ଗ୍ରହଣ କରି ନଥିଲେ। ଆଉ କହିଥିଲେ, ‘ଯଦି ତୁ‌ମେ ଏହି ଜିନିଷ ପାଇଁ ଡାକିଛି ତେବେ ମୁଁ କଦାପି ଆସିବି ନାହିଁ। ମୋତେ ‌କେବଳ ତୁମର ଭଲପାଇବା ଓ ସ୍ନେହ ଆବଶ୍ୟକ।’

କିଛିଦିନ ହେବ ବି ପ୍ରାକ ନିଜର ଗୀତ ଗାଇବା ସହିତ ଭଗବାନ କୃଷ୍ଣଙ୍କ ଭକ୍ତିର ଖୁବ ଚର୍ଚ୍ଚା କରୁଛନ୍ତି। ପୁଅର ମୃତ୍ୟୁ ପରେ ଇଶ୍ବରଙ୍କ ସହିତ ସେ ଗଭୀର ଭାବେ ଜଡ଼ିତ ହୋଇଯାଇଛନ୍ତି। ତାଙ୍କର ଜୀବନଶୈଳୀ ପୁରାପୁରି ବଦଳି ଯାଇଛି। ନିକଟରେ ଚଣ୍ଡୀଗଡ଼ରେ ସେ ଭବ୍ୟ କଥାର ଏକ କାର୍ଯ୍ୟକ୍ରମ କରିଥିଲେ ଯାହାକି ଖୁବ ଚର୍ଚ୍ଚାରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe