ନିଜ ଜୀବନର ପ୍ରଥମ ପରୀକ୍ଷା ଦେଇ ସଫଳତା ହାସଲ କଲେ ୯୬ ବର୍ଷୀୟ ବୃଦ୍ଧା!

ନିଜ ଜୀବନର ପ୍ରଥମ ପରୀକ୍ଷା ଦେଇ ସଫଳତା ହାସଲ କଲେ ୯୬ ବର୍ଷୀୟ ବୃଦ୍ଧା!

ପାଠ ପଢ଼ିବାରେ କୌଣସି ବୟସ ନଥାଏ। ଯେକୌଣସି ବୟସରେ ମଣିଷ ପାଠପଢ଼ି ପରୀକ୍ଷା ଦେଇପାରିବ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲେ କେରଳର ୯୬ ବର୍ଷୀୟ ବୃଦ୍ଧା। ଯିଏକି କେରଳ ସାକ୍ଷରତା ମିଶନ ଅକ୍ଷରଲାକ୍ଷ ଯୋଜନା ଅଧିନରେ ପାଠପଢ଼ା ଆରମ୍ଭ କରି ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି। କାର୍ଥ୍ୟାୟନୀ ଅମ୍ମା ଜିଲ୍ଲାର ସବୁଠାରୁ ବୟୋଜ୍ୟେଷ୍ଠ ଛାତ୍ରୀ ଅଟନ୍ତି । ମିଡିଆ ରିପୋର୍ଟ ମୁତାବକ, ସେ ନିଜ ଜୀବନର ପ୍ରଥମ ପରୀକ୍ଷା ଦେଇଛନ୍ତି, ଯେଉଁଥିରେ ସେ ସଫଳ ହୋଇଛନ୍ତି।

publive-image

ଏହି ପରୀକ୍ଷା କେରଳ ସାକ୍ଷରତା ମିଶନ ଅକ୍ଷରଲାକ୍ଷ ଯୋଜନା ଅଧିନରେ କରାଯାଇଥିଲା। ଏହି ପରୀକ୍ଷାରେ ୪୫ ଜଣ ଛାତ୍ର ସାମିଲ ଥିଲେ। ତନ୍ମଧ୍ୟରୁ ଅମ୍ମା ବୟସରେ ସବୁଠାରୁ ବଡ଼ ଥିଲେ। ଏହି ପରୀକ୍ଷା ତିନୋଟି ଚରଣରେ ହୋଇଥିଲା। ଏଥିରେ ୩୦ ଅଙ୍କ ପଢ଼ିବା, ୩୦ ଅଙ୍କ ମାଲାୟାଲମ ଲେଖିବା ଓ ୩୦ ଅଙ୍କ ଗଣିତ ପାଇଁ ଥିଲା। ଅମ୍ମା ପଢ଼ିବାରେ ୩୦ରୁ ୩୦ ଅଙ୍କ ହାସଲ କଲେ। ଏପର୍ଯ୍ୟନ୍ତ ଲିଖିତ ପରୀକ୍ଷାର ପରିଣାମ ଘୋଷଣା କରାଯାଇନାହିଁ। କିନ୍ତୁ ଅମ୍ମାଙ୍କୁ ବିଶ୍ୱାସ ଅଛି ଯେ, ଏହି ପରୀକ୍ଷାରେ ବି ସେ ଭଲ ନମ୍ବର ହାସଲ କରିବେ।

publive-image

ପରୀକ୍ଷା ପରିଚାଳକଙ୍କ କହିବାନୁସାରେ, ଅମ୍ମା ଏକ କଥାକୁ ନେଇ ଅସନ୍ତୋଷ ଥିଲେ କାହିଁକିନା ତାଙ୍କୁ ଯେତେବେଳେ ସମସ୍ତ ପ୍ରଶ୍ନ ଦିଆଗଲା, ଯାହାର ପ୍ରସ୍ତୁତି ସେ କରିନଥିଲେ। ଅମ୍ମାଙ୍କୁ ଲାଗିଲା କି ସେ ବିନା କାରଣରେ ଏତେ ପଢ଼ିଲେ। ଏକ ରିପୋର୍ଟ ମୁତାବକ, ସାକ୍ଷରତା ମିଶନ ଅଧିନରେ ଏହି ବର୍ଷ କେରଳରେ ୪୫ ହଜାରରୁ ବି ଅଧିକ ବରିଷ୍ଠ ନାଗରିକ ପରୀକ୍ଷା ଦେଇଛନ୍ତି।

୯୬ ବର୍ଷୀୟ କାର୍ଥ୍ୟାୟନୀ ଅମ୍ମା ଏହି ବର୍ଷ ଜାନୁୟାରୀରେ ସାକ୍ଷରତା ଅଭିଯାନ ଅଧିନରେ ପାଠପଢ଼ା ଆରମ୍ଭ କରିଥିଲେ। ଲିଖିତ ପରୀକ୍ଷା ପାସ କରିବା ପରେ ଆସନ୍ତା ବର୍ଷ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe