New Indian Express
ତିରୁଅନନ୍ତପୁରମ୍: ବୟସ ଏକ ସଂଖ୍ୟା ମାତ୍ର। ଜୀବନକୁ ଉପଭୋଗ କରିବାକୁ ଇଚ୍ଛାଶକ୍ତି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରମାଣ କରି ଦେଖାଇଛନ୍ତି କେରଳର ଏକ ବୟସ୍କ ଦମ୍ପତି। ସ୍ବାମୀଙ୍କୁ ୯୦ ବର୍ଷ ଓ ପତ୍ନୀଙ୍କୁ ୮୫ ବର୍ଷ। ତଥାପି ବି ବାଧକ ସାଜିପାରିନି ବୟସ। ନାତି ବିବାହ ଉତ୍ସବରେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ବିମାନରେ ଉଡ଼ାଣ ଭରିବେ ଏହି ଜେଜେ ଓ ଜେଜେମାଆ।
ବେଙ୍ଗାଲୁରରେ ହେବ ନାତି ବିବାହ। ବିବାହ ଉତ୍ସବରେ ଯୋଗ ଦେବାକୁ ୯୦ ବର୍ଷିଅ କେ ଏନ ଲକ୍ଷ୍ମୀନାରାୟଣନ୍ ଓ ତାଙ୍କ ପତ୍ନୀ ସରସ୍ବତୀ ପାଲକଡସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପଡିଆରୁ ସେମାନଙ୍କ ବିମାନ ଯାତ୍ରା ଆରମ୍ଭ କରିବେ।
୯୦ ବର୍ଷ ବୟସରେ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିବାକୁ ଯାଉଥିବା ଲକ୍ଷ୍ମୀନାରାୟଣନ ନିଜର ମତ ରଖି କହନ୍ତି, ‘ ଏହା ମୋର ପ୍ରଥମ ବିମାନ ଯାତ୍ରା। ମୋ ନାତି ସନ୍ତୋଷର ବାହାଘର। କରୋନା ପରିସ୍ଥିତିରେ ସନ୍ତୋଷ ବାହାଘରରେ ଯୋଗ ଦେଇପାରିବି ବୋଲି କେବେ ଭାବିନଥିଲା। ତାହା ଯେତେବେଳେ ସମ୍ଭବ ହୋଇଛି ମୁଁ ଖୁସି ଅଛି ନିଶ୍ଚୟ।’
New Indian Expressଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଲକ୍ଷ୍ମୀନାରାୟଣନ ଏବଂ ତାଙ୍କ ପତ୍ନୀଙ୍କ ସହ ବିମାନରେ ତାଙ୍କ ପୁତ୍ର, ବଧୂ କେ ଏଲ୍ ଭି ନାରାୟଣନ୍ ଏବଂ ସୁଭା ଓ ସୁଭାଙ୍କ ମାଆ ଭି ବସନ୍ତ ମଧ୍ୟ ରହିବେ।
ଉଲ୍ଲେଖଯୋଗ୍ୟ, ସନ୍ତୋଷଙ୍କ ସହ ଶ୍ବେତାଙ୍କ ବିବାହ କରୋନା ଭାଇରସ୍ ପୂର୍ବରୁ ସ୍ଥିର ହୋଇଥିଲା। ସନ୍ତୋଷ ତାଙ୍କ ବିବାହ ତାରିଖ ନଘୁଞ୍ଚାଇ ନିଜ ବାପାମାଆ ଓ ଜେଜେବାପାଜେଜେମାଆଙ୍କୁ ବିମାନ ଯୋଗେ ବେଙ୍ଗାଲୁର ଡକାଇ ଆଣିବାର ବନ୍ଦୋବସ୍ତ କରିଥିବା ଜାଣିବାକୁ ମିଳିଛି।
Follow Us