ଭାଇଚାରାର ବିରଳ ଦୃଶ୍ୟ: ବନ୍ୟାରେ ମସ୍‌ଜିଦ୍‌ ଜଳମୟ ହେବା ପରେ ଇଦ୍‌ ଅବସରରେ ମୁସଲ୍‌ମାନ ପଡ଼ୋଶୀଙ୍କ ପାଇଁ ଖୋଲିଲା ମନ୍ଦିର ଦ୍ୱାର

Advertisment
ସମଗ୍ର ଦେଶରେ ଇଦ୍‌-ଉଲ୍‌-ଜୁହା ପାଳିତ

ନୂଆଦିଲ୍ଲୀ: ଯେତେବଳେ କିଛି ବିପଦ ଆସେ ସେତେବେଳେ ମଣିଷ ସବୁକିଛି ଭୁଲି ମାନବିକତାକୁ ଧର୍ମ ବୋଲି ଭାବେ। ଏପଟେ କେରଳରେ ବନ୍ୟା ବିପର୍ଯ୍ୟାୟରେ ଲୋକ ଛଟପଟ ହେଉଥିବା ବେଳେ ଅନ୍ୟପକ୍ଷରେ ଲୋକଙ୍କ ଭିତରେ ଥିବା ଧର୍ମନିରପେକ୍ଷତା ଏକ ନିଆରା ଉଦାହାରଣ ସୃଷ୍ଟି କରିଛି। ଭିନ୍ନ ସଂପ୍ରଦାୟର ଲୋକ ହେଲେ ବି ପରସ୍ପର ପ୍ରତି ସହାନୁଭୂତି ଦେଖାଇ ଏକ ବିରଳ ଉଦାହରଣ ଦେଖାଇଛନ୍ତି କିଛି ଲୋକେ।

କେରଳର ତ୍ରିଚୁର ଜିଲ୍ଲାରେ ଥିବା ଏକ ମନ୍ଦିରର ଦ୍ୱାରା ହଜାର ହଜାର ମୁସଲ୍‌ମାନଙ୍କ ପାଇଁ ଖୋଲାଯାଇଛି। ଇଦ୍‌ ଅବସରରେ କେରଳୀମାନେ ନିଜର ପଡ଼ୋଶୀ ମୁସ୍‌ଲମାନ ଭାଇଭଉଣୀଙ୍କ ପ୍ରାର୍ଥନା ପାଇଁ ନିଜ ମନ୍ଦିର ଦ୍ୱାର ଖୋଲି ଦେଇଛନ୍ତି। ପାଣି ହେତୁ ମୁସଲ୍‌ମାନମାନେ ମସ୍‌ଜିଦ୍‌ ଭିତରକୁ ଯାଇ ନ ପାରିବାରୁ ଶେଷରେ ମନ୍ଦିର ଭିତରେ ରହି ନିଜ ଧର୍ମପାଳନ କରିଛନ୍ତି।

ଏହି ସମୟର ଏକ ଭିଡିଓ ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଶହ ଶହ ମୁସ୍‌ଲାମାନ ମନ୍ଦିର ପରିସରରେ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe