ପ୍ରେମ ଦିବସରେ ସ୍ବାମୀଙ୍କୁ ଲିଭର ଦାନ କରି ଜୀବନ ବଞ୍ଚାଇଲେ ସ୍ତ୍ରୀ

Advertisment
ପ୍ରେମ ଦିବସରେ ସ୍ବାମୀଙ୍କୁ ଲିଭର ଦାନ କରି ଜୀବନ ବଞ୍ଚାଇଲେ ସ୍ତ୍ରୀ

ନୂଆଦିଲ୍ଲୀ: ଅଧିକାଂଶ ଚଳଚ୍ଚିତ୍ର ଏବଂ ସିରିଏଲରେ ପ୍ରେମୀଯୁଗଳ/ସ୍ବାମୀ-ସ୍ତ୍ରୀ ନିଜ ସାଥୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଦୃଶ୍ୟ ଆମେ ଅନେକ ଥର ଦେଖିବାକୁ ପାଇଛୁ। କିନ୍ତୁ ଏମିତି ଏକ ଘଟଣା ବାସ୍ତବ ଜୀବନରେ ବି ଘଟିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଲିଭର ଦାନ କରିଛନ୍ତି। ତାହା ପୁଣି ପ୍ରେମ ଦିବସରେ। ସ୍ତ୍ରୀର ଲିଭର ସ୍ବାମୀଙ୍କ ଶରୀରରେ  ସଫଳତାର ସହ ପ୍ରତିରୋପଣ ହେବା ପରେ ତାଙ୍କ ଜୀବନ ଏବେ ବିପଦମୁକ୍ତ ରହିଥିବା ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସୂଚନାମୁତାବକ, କୁନ୍ନାମକୁଲମର ଭେଲୁର କୋଟାପାଡ଼ିରେ ରହୁଥିବା ୩୯ବର୍ଷର ପ୍ରବିଜ୍ଞା‌ଙ୍କ ସ୍ବାମୀ ସୁବିଶଙ୍କ ଶରୀରରେ ଲିଭର ପ୍ରତିରୋପଣ ନିହାତି ଆବଶ୍ୟକ ଥିବା ଡାକ୍ତର କହିଥିଲେ। ଲିଭର ଡୋନରଙ୍କୁ ଅନେକ ଖୋଜାଖୋଜି ପରେ କେହି ନମିଳିବାରୁ ସ୍ତ୍ରୀ ପ୍ରବିଜ୍ଞ ସ୍ବାମୀଙ୍କୁ ଲିଭର ଦାନ କରିବେ ବୋଲି ସ୍ଥିର କରିଥିଲେ।

ଏହାପରେ ଡାକ୍ତର ଆର.ଏସ ସିନ୍ଧୁଙ୍କ ନେତୃତ୍ବରେ ୯ଜଣ ଟେକ୍ନିସିଆନଙ୍କ ସହାୟତାରେ ଅନ୍ୟ ୨୯ଜଣ ଡାକ୍ତରୀ ଦଳ ଦ୍ବାରା ସୁବିଶଙ୍କ ଶରୀରରେ ଲିଭର ପ୍ରତିରୋପଣ କରାଯାଇଥିଲା।  ଅସ୍ତ୍ରୋପଚାର ଗତ ସୋମବାର ସକାଳ ୬ଟାରୁ ଆରମ୍ଭ ହୋଇ ୧୭ ଘଣ୍ଟା ଧରି ଚାଲିଥିଲା। ଏହି ଲିଭର ପ୍ରତିରୋପଣ ପରେ ଏହା ସରକାରୀ ହସ୍ପିଟାଲରେ ଦ୍ବିତୀୟ ବୋଲି କୁହାଯାଉଛି। ପ୍ରବିଜ୍ଞା‌ ସ୍ବାମୀ ସୁବିଶଙ୍କୁ ପ୍ରେମଦିବସରେ ଏଭଳି ଉପହାର ଦେଇ ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe