କେରଳର ଏହି ସବୁ ପର୍ଯ୍ୟଟନସ୍ଥଳକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି , କାରଣ ଜାଣନ୍ତୁ

Advertisment
କେରଳର ଏହି ସବୁ ପର୍ଯ୍ୟଟନସ୍ଥଳକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି , କାରଣ ଜାଣନ୍ତୁ

photo--indianholiday

ଭାଗାମନ୍‌: କେରଳର ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଟ୍ଟାୟମ୍‌ -ଇଡୁକ୍କି ରେ ଭାଗାମନ୍‌ ଶୈଳ ନିବାସ ଅବସ୍ଥିତ । ଏହା ସମୁଦ୍ରପତ୍ତନ ଠାରୁ ପ୍ରାୟ ଏଗାର ଶହ ମିଟର ଉଚ୍ଚରେ ସ୍ଥିତ । ଏହାର ଥଣ୍ଡା ଜଳବାୟୁ ପର୍ଯ୍ୟଟକମାନଙ୍କୁ ଏଠାରେ ଗ୍ରୀଷ୍ମ ଋତୁରେ ଆସିବାକୁ ପ୍ରୋତ୍ସାହିତ କରିଥାଏ । ଗ୍ରୀଷ୍ମକାଳରେ ଏଠାକାରର ତାପମାତ୍ରା ୧୦ ରୁ ୨୩ ଡିଗ୍ରୀ ସେଲସିଅସ୍‌ ମଧ୍ୟରେ ଥାଏ । ଭାଗାମାନ୍‌କୁ ଏସିଆର ସ୍କଟ୍‌ଲାଣ୍ଡ ବୋଲି ମଧ୍ୟ କୁହାଯାଏ । ଏହି ଶୈଳନିବାସ ବ୍ରିଟିଶ ଶାସକ ମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । ଏହା ଚାହା ବଗିଚା ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।
କୋଚି: କେରଳ ର ଏର୍ଣ୍ଣାକୁଲମ୍‌ ଜିଲ୍ଲାରେ ଅବସ୍ଥିତ ‘ କୋଚି’ର ପୂର୍ବନାମ ଥିଲା କୋଚିନ୍‌ । ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବଳର । ଏହା ଏକ ବାଣିଜ୍ୟିକ ସହର । ଏହା ପର୍ଯ୍ୟଟକ ମାନଙ୍କୁ ବିନୋଦନ ଓ ସପ୍ପିଙ୍ଗ୍‌ ର ଆନନ୍ଦ ନେଇଥାଏ । ଏହା ତ୍ରୟୋଦଶ ଶତାଦ୍ଦୀରେ ଇଟାଲୀୟ ମରିବ୍ରାଜକ ଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । ଏର୍ଣ୍ଣାକୁଲ୍‌ମ ରେ ବିଭିନ୍ନ ପ୍ରକାରର ସାମଗ୍ରୀ ଶସ୍ତାରେ ମିଳୁଥିବା ଯୋଗୁଁ ଏଠାକୁ ଆସି ପର୍ଯ୍ୟଟକ ମାନେ ନିଜ ମନପସନ୍ଦ ଜିନିଷ କିଣିଥାଆନ୍ତି ।
ଜେଓ୍ଵିସ୍‌ ସିନଗ୍‌:- ୧୫୬୮ ମସିହାରେ ନିର୍ମିତ ହୋଇଥିବା ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ।ଏହାର ନିର୍ମାଣ ଶୈଳୀ ଓ ଏଥିରେ ଚାଇନିଜ୍‌ଟାଇଲ୍‌ ଓ ବେଲିଜିଆନ୍‌ କାରୁକାର୍ଯ୍ୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।
‘ଚେରାଇ ବିଚ୍‌’:-୧୩୪୧ରେ ସଂଗଠିତ ମହାବନ୍ୟା ପରେ ବିପନ ଦ୍ୱୀପ ସ୍ଥାପିତ ହୋଇଥିଲା।ଏହାର ଦୈର୍ଘ୍ୟ ପ୍ରାୟ ୨୫ କିଲୋମିଟର ଏବଂ ପ୍ରସ୍ଥ ଦୁଇ କିଲୋମିଟର।
ମାରାଇନ୍‌ ଡ୍ରାଇଭ୍‌:- ଏହା କେରଳ ପର୍ଯ୍ୟଟନର ଅନ୍ୟତମ ସୌନ୍ଦର୍ଯ୍ୟମୟ ଅଙ୍ଗ।ଏହାକୁ ‘ସନ୍‌ମୁଗମ୍‌ ରୋଡ଼୍‍’ବୋଲି ମଧ୍ୟ କୁହାଯାଇଥାଏ।ଏଠାକାର ମାରାଇନ୍‌ ଓ୍ଵାକ୍‌ ସବୁଠୁଁ ବେଶି ଆକର୍ଷଣୀୟ।ଏଠାକାର ବନ୍ଦର ମଧ୍ୟ ଖୁବ୍‌ ସଦୃଶ୍ୟ। ରାତିରେ ବିଭିନ୍ନ ଜଳଜାହାଜର ଲାଇଟିଂ ମାରାଇନ୍‌ ଡ୍ରାଇଭ୍‌କୁ ଅଧିକ ଲୋଭନୀୟ କରିଥାଏ।
ସାନ୍ତାକ୍ରୁଜ୍‌ କାଥେ ଡ୍ରାଲ୍‌ ବାସିଲାକା:- ଏହା ଫୋଟ୍‌ର୍ କୋଚି ରେ ଅବସ୍ଥିତ।ଏହାକୁ ଭାରତର ଶ୍ରେଷ୍ଠ ଆଠଟି ବାସିଲାକା ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ। ଏହି ଗୀର୍ଜା ଭାରତର ଅନ୍ୟତମ ସୁନ୍ଦର ଓ ପ୍ରଭାବଶାଳୀ ଗୀର୍ଜାର ମାନ୍ୟତା ପାଇଛି।ଏହି ଗୀର୍ଜାରେ କେରଳୀୟ ସଂସ୍କୃତିର ଛାପ ଦେଖିବାକୁ ମିଳେ। ବର୍ଷସାରା ଏଠାକୁ ପର୍ଯ୍ୟଟକମାନେ ଆସିଥା’ନ୍ତି। ଉଭୟ ଧାର୍ମିକ ଓ ଐତିହାସିକ ଦୃଷ୍ଟିକୋଣରୁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି।ଏହି ଗୀର୍ଜାର ନିର୍ମାଣ ଶୈଳୀ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।

publive-image photo-keralatourism.org

ଫୋଟ୍‌ର୍କୋଚି :- ୧୩୪୧ର ବନ୍ୟା ବିଭୀଷିକାରେ ଏହା ତିଆରି ହୋଇଥିଲା। ଏଠାରେ ବିଶ୍ୱର ଏକ ପ୍ରାକୃତିକ ବନ୍ଦର ରହିଛି। ଏଠାରେ ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗୀଜ୍‌ମାନେ ରହିବା ପରେ ପ୍ରଥମରୁ ୟୁରୋପୀୟ ସହରର ପ୍ରତିଷ୍ଠା ହୋଇଥିଲା।ଏହି କାରଣରୁ ଫୋଟ୍‌ର୍କୋଚି ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି।
ମାଟ୍ଟାନଚେରୀ ପ୍ୟାଲେସ୍‌:- ଏହା କେରଳର ଏର୍ଣ୍ଣାକୁଲମ୍‌ ଠାରୁ ମାତ୍ର ବାର କିଲୋମିଟର ଦୂରରେ ଅବସ୍ଥିତ।ଏହାର ନିକଟତମ ବିମାନବନ୍ଦର ହେଲା ନେଡ଼ୁମ୍ବାସେରୀ ଆନ୍ତର୍ଜାତୀୟ ବିମାନବନ୍ଦର।ଏହା ପର୍ତ୍ତୁଗୀଜ୍‌ କଳାକୃତିର ଏକ ପୁରାତନ ଉଦାହରଣ।ଏହାର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି।
ଏଜାଟ୍ଟୁମୁଗମ୍‌ ପ୍ରାକୃତିକ ଗ୍ରାମ:- ଏହା କେରଳର ଏର୍ଣ୍ଣାକୁଲମ୍‌ ଜିଲ୍ଲାରେ ଅବସ୍ଥିତ ଏକ ବିଶିଷ୍ଟ ଗ୍ରାମ। କୋଚିନ୍‌ଠାରୁ ଏହାର ଦୂରତ୍ୱ ୪୦ କିଲୋମିଟର ହୋଇଥିବାବେଳେ କୋଚି ବିମାନବନ୍ଦରରୁ ଏହାର ଦୂରତା ହେଉଛି ମାତ୍ର ୧୧ କିଲୋମିଟର ୮ଶହ ମିଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe