ମଶାଙ୍କୁ ମାରିବାକୁ ବ୍ୟବହୃତ ଲିକ୍ୱିଡ଼ରେ ଥାଏ କିରୋସିନି !

Advertisment
ମଶାଙ୍କୁ ମାରିବାକୁ ବ୍ୟବହୃତ ଲିକ୍ୱିଡ଼ରେ ଥାଏ କିରୋସିନି !

ନୂଆଦିଲ୍ଲୀ: ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକନଗୁନିଆ ଭଳି ମାରାତ୍ମକ ରୋଗ ମଶାଙ୍କ ପାଇଁ ହୋଇଥାଏ | ଆଉ ମଶାଙ୍କୁ ଘଉଡାଇବା ପାଇଁ ଆମେ ଅନେକ ସମୟରେ ମଶା ଧୂପ ସହ ଇଲେକ୍ଟ୍ରିକ ଲିକ୍ୱିଡ଼ ବ୍ୟବହାର କରିଥାଉ| ତେବେ ଆପଣ କେବେ ନିଜ ମନକୁ ପଚାରିଛନ୍ତି କି ବାସ୍ତବରେ ଏହି ଲିକ୍ୱିଡ଼ରେ କ’ଣ ଥାଏ? ଯାହାଦ୍ୱାରା ମଶାମାନେ ଖୁବ କମ ସମୟରେ ସ୍ଥାନ ଛାଡ଼ି ଚାଲିଯାଇଥାନ୍ତି | ଅସଲ କଥା ହେଲା, ଏହି ଲିକ୍ୱିଡ଼ରେ ୯୬.୪% କିରୋସିନି ଥାଏ | ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? କିନ୍ତୁ ଏହି କଥା ସତ | ବର୍ତ୍ତମାନ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯଦି କିରୋସିନି ବ୍ୟବହାର ହେଉଛି, ତେବେ ଏହି ଛୋଟ ଲିକ୍ୱିଡ଼ର ଦାମ କାହିଁକି ଅଧିକ ହୋଇଥାଏ? ବାସ୍ତବରେ, କିରୋସିନି ବ୍ୟତୀତ, ଏହି ତରଳ ପଦାର୍ଥରେ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମଧ୍ୟ ମିଶି ରହିଥାଏ, ଯେଉଁଥିପାଇଁ ଏହା ମହଙ୍ଗା ହୋଇଯାଏ |

ଏହି ଲିକ୍ୱିଡ଼ରେ କିରୋସିନି ତେଲ ସର୍ବାଧିକ ପରିମାଣରେ ଥାଏ | କିରୋସିନି ସହ ଏଥିରେ ଟ୍ରାନ୍ସଫ୍ଲୁଥ୍ରିନ୍ ନାମକ ଏକ କୀଟନାଶକ ଥାଏ | ଏହି ଲିକ୍ୱିଡ଼ରେ ପ୍ରାୟ ୧.୬% ଟ୍ରାନ୍ସଫ୍ଲୁଥ୍ରିନ୍ ମିଶାଯାଇଥାଏ | ଏହା ବ୍ୟତୀତ ଏଥିରେ ୧.୦ ପ୍ରତିଶତ ବ୍ୟୁଟେଡ଼ ହାଇଡ୍ରୋକ୍ସିଲୋଲିନ୍ ମଧ୍ୟ ରହିଥାଏ | ସେହିପରି ଏହି ତରଳ ପଦାର୍ଥରେ ବେନଜିଲ୍ ଆସେଟାଲ୍, ସିଟ୍ରୋନେଲୋଲ୍ ଏବଂ ଡାଇମିଥାଇଲ୍ ଅକଟୋଡିଲିନ ଭଳି ପଦାର୍ଥ ମିଶ୍ରିତ ହୋଇଥାଏ | ଏହି ସମସ୍ତ ରାସାୟନିକ ପଦାର୍ଥକୁ ଏକତ୍ର ମିଶାଇ ଡବାରେ ପୁରାଯାଇଥାଏ | ଯେତେବେଳେ ଇଲେକ୍ଟ୍ରିକାଲ୍ ସକେଟରେ ଲଗାଇ ମେସିନ୍ ଅନ୍ କରାଯାଏ, ତରଳ ପଦାର୍ଥରେ ଥିବା କାଠିଟି ଗରମ ହୋଇଯାଏ ଏବଂ ଧୀରେ ଧୀରେ ରାସାୟନିକ ପଦାର୍ଥ ବାଷ୍ପୀଭୂତ ହୁଏ | ଏହା ପରେ ଏହା ପୁରା କୋଠରୀରେ ବ୍ୟାପି ମଶାମାନଙ୍କୁ ମାରିଦିଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe