Navbharat Times
ନୂଆଦିଲ୍ଲୀ: ପୂର୍ବ ଚାଇନାର ଜୁଆଙ୍ଗସୁ ଅଞ୍ଚଳରୁ ଆସିଥିବା ଏକ ଭିଡିଓକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ। ଏହି ଭିଡିଓରେ ଜଣେ ୨ବର୍ଷର ଶିଶୁକୁ ପାଞ୍ଚ ମହଲା ଝରକାରୁ ଖସି ଝୁଲି ରହିଥିବା ଦେଖିବାକୁ ମିଳୁଛି। କିନ୍ତୁ ସୌଭାଗ୍ୟବଶତଃ ପଡୋଶୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଶିଶୁଟି ମୃତ୍ୟୁ ମୁଖରୁ ଫେରି ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ଦୁଇବର୍ଷର ଶିଶୁ ନିଜକୁ ଶୋଇବା ଘରେ ଲକ୍ କରି ଦେଇଥିଲା। ଏକା ଥିବା ଅବସ୍ଥାରେ ଜାଣି ନପାରି ଶିଶୁ ଏକ ଷ୍ଟୁଲ ସାହାଯ୍ୟରେ ଶୋଇବା ଘର ଝରକା ଉପରକୁ ଚଢ଼ି ଯାଇଥିଲା। ଅସାବଧାନତା ହେତୁ ଝରକା ସେପଟକୁ ସେ ଖସି ପଡ଼ିଥିଲା। କିନ୍ତୁ ‘ରଖେ ହରି ମାରେ କିଏ’ ଉକ୍ତି ଭଳି ଶିଶୁଟି ସୌଭାଗ୍ୟବଶତଃ ଝରକା ଆରପାଖରେ ଥିବା ଏସିକୁ ଧରି ପକାଇଥିଲା। କିଛି ସମୟ ପରେ ପଡ଼ିଶାରେ ରହୁଥିବା ଲି ଦେହାଇ ଶିଶୁକୁ ଏଭଳି ଏସିରେ ଝୁଲୁଥିବା ଦେଖି ସଙ୍ଗେସଙ୍ଗେ ଉପସ୍ଥିତି ବୁଦ୍ଧି ଖଟାଇ ତଳେ କମ୍ବଳ ବିଛାଇ ଦେଇଥିଲେ। କାରଣ ଶିଶୁଟି ଯଦି ତଳେ ଖସି ପଡେ ତେବେ ତାକୁ କିଛି ଆଘାତ ଲାଗିବ ନାହିଁ।
କେବଳ ଏତିକି ନୁହେଁ ଲି ଦେହାଇ ଶିଶୁକୁ ଧରିବା ପାଇଁ ତଳେ ୪ଜଣଙ୍କ ସହ ପୂରା ପ୍ରସ୍ତୁତିରେ ଛିଡ଼ା ହୋଇଥିଲେ। ଆଉ ଶିଶୁ ଯେମିତି ଏସିରୁ ହାତ ଛାଡ଼ିଥିଲା ପଡୋଶୀ କୌଶଳ କ୍ରମେ ହିରୋ ସାଜି ତାକୁ କାବୁ କରି ନେଇଥିଲେ। ଏହାପରେ ସଙ୍ଗେସଙ୍ଗେ ଲି ଦେହାଇ ଶିଶୁକୁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଚିକିତ୍ସା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଡାକ୍ତର କହିଥିଲେ।
Follow Us