ପୋଲିଂ ବୁଥ୍‌ରେ କ୍ୟୁଟ ଫଟୋ: ମା’ କରୁଛନ୍ତି ମତଦାନ, ସୁରକ୍ଷାକର୍ମୀଙ୍କ କୋଳରେ ବସି ପ୍ରକ୍ରିୟା ଦେଖୁଛି ଶିଶୁ

Advertisment
ପୋଲିଂ ବୁଥ୍‌ରେ କ୍ୟୁଟ ଫଟୋ: ମା’ କରୁଛନ୍ତି ମତଦାନ, ସୁରକ୍ଷାକର୍ମୀଙ୍କ କୋଳରେ ବସି ପ୍ରକ୍ରିୟା ଦେଖୁଛି ଶିଶୁ

ନୂଆଦିଲ୍ଲୀ: ମଙ୍ଗଳବାର ଦେଶରେ ୧୧୭ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିଲା। ଲକ୍ଷାଧିକ ମତଦାନ କେନ୍ଦ୍ରରେ ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ସୁରକ୍ଷାକର୍ମୀ ପୂରା ଦାୟିତ୍ୱ ସହିତ ନିଜ ଡିୟୁଟିରେ ଲାଗିଥିଲେ। କାରଣ ପ୍ରତ୍ୟେକ ମତଦାତା ଯେପରି ସୁବିଧାରେ ମତଦାନ କରନ୍ତୁ ସେନେଇ ବନ୍ଦୋବସ୍ତ କରାଯାଇଥିଲା। ଏହି କ୍ରମରେ ମତଦାନ କେନ୍ଦ୍ରରୁ ମଙ୍ଗଳବାର ଏକ ଖୁବ୍‌ ସୁନ୍ଦର ଫଟୋ ସାମ୍ନାକୁ ଆସିଛି।

ଏହି ଫଟୋକୁ ସିଆରପିଏଫ୍‌ ନିଜର ଟୁଇଟର ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି। ଏବଂ କ୍ୟାପସନ୍‌ରେ ‘କ୍ୟୁଟନେସ୍‌ ଓଭରଲୋଡେଡ୍‌’ ଲେଖିଛନ୍ତି। ଏହି ଫଟୋରେ ଜଣେ ସୁରକ୍ଷାକର୍ମୀ କୋଳରେ କୁନି ଶିଶୁଟି ବସିଛି। ଯାହାର ମା’ ମତଦାନ ପାଇଁ ବୁଥ୍‌ ଭିତରକୁ ଯାଇଛନ୍ତି। ମା’ ମତଦାନ ପାଇଁ ବୁଥ୍‌ ଭିତରକୁ ଗଲା ବେଳେ ନିଶ୍ଚିନ୍ତ ହୋଇ ଏହି ସୁରକ୍ଷାକର୍ମୀଙ୍କୁ ନିଜ ଶିଶୁକୁ ଧରାଇ ଦେଇ ଚାଲି ଯାଇଥିଲେ। ଶିଶୁଟି ବି ଖୁବ୍‌ ଉତ୍ସାହ ସହ ବୁଥ୍‌ରେ ମତାଦାନ ପ୍ରକ୍ରିୟାକୁ ଟୁକୁରୁଟୁକୁରୁ ହୋଇ ଦେଖୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe