ଶିଶୁ ମଜାଳିଆ ଶୈଳୀରେ ଗାଇଲା ଗୀତ : ଆଇଏଏସ କହିଲେ, ‘ଏହି ଶିଶୁ ସ୍କୁଲ ଖୋଲି ହିଁ ମାନିବ’

Advertisment
ଶିଶୁ ମଜାଳିଆ ଶୈଳୀରେ ଗାଇଲା ଗୀତ : ଆଇଏଏସ କହିଲେ, ‘ଏହି ଶିଶୁ ସ୍କୁଲ ଖୋଲି ହିଁ ମାନିବ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିଲା ପରେ ଆପଣ ବି ହସିହସି ବେଦମ ହୋଇଯିବେ। ଶିଶୁଟି ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସିନେମା ‘ଏତବାର ନୈହିଁ କରନା..’ ଗୀତଟି ଗାଉଛି । ଗୀତ ଗାଇବା ପରେ ପରେ ଶିଶୁଟି ଖୁବ୍ ଚମତ୍କାର ଭାବେ ଫ୍ଲାଇଂ କିସ ଦେଉଥିବା ବି ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଇଏଏସ ଅଫିସର ଅୱନୀଶ ଶରଣ ସେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି, ଶିଶୁଟି ଚୁଟକି ମାରିମାରି ଗୀତ ଗାଉଛି। ଗୀତ ଶେଷ ହେବା ଶିଶୁଟି ଫ୍ଲାଇଂ କିସ୍ ଦେଉଛି। ଆଇଏଏସ ଅଧିକାରୀ ଶରଣ  ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହି ଶିଶୁଟି ସ୍କୁଲି ଖୋଲି କି ହିଁ ମାନିବ।’

ଏହି ଭିଡିଓକୁ ସେ ଜାନୁଆରି ୧୬ରେ ସେୟାର କରିଥିଲେ। ଏଯାବତ ଏହାକୁ ୯୪ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏଥିସହିତ ଶିଶୁର ଏହି ମଜାଳିଆ ଭିଡିଓକୁ ୭ ହଜାରରୁ ଅଧିକ ଲାଇକ୍ସ ମିଳିଥିବା ବେଳେ ଓ ୯୦୦ରୁ ଅଧିକ ରି-ଟୁଇଟ କରାଯାଇଛି। ଲୋକଙ୍କୁ ଏହି ଭିଡିଓ ଦେଖିବା ପାଇଁ ବହୁତ ମଜା ଲାଗୁଛି।

ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହିକେହି ଏହାକୁ କରୋନାର ପାର୍ଶ୍ବ  ପ୍ରତିକ୍ରିୟା ବୋଲି ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe