ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଥାଏ। ଏମିତି ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବାଳକ ରାସ୍ତାପାର୍ଶ୍ବରେ ବସି ପରିବାର ବିକ୍ରି କରିବା ସହିତ ପାଠପଢ଼ୁଥିବା ଦେଖିବାକୁ ମିଳିଛି।
ଫଟୋରେ ଦେଖିବାକୁ ମିଳୁଥିବା ବାଳକର ନାମ ପୁଷ୍ପେନ୍ଦ୍ର ସାହୁ ଓ ସେ ୭ମ ଶ୍ରେଣୀରେ ପାଠପଢ଼େ ବୋଲି ଜଣାପଡ଼ିଛି। ଆଇଏଏସ ଅଧିକାରୀ ଅବନିଶ ଶରଣ ଗତ ରବିବାର ପୁଷ୍ପେନ୍ଦ୍ର ସାହୁଙ୍କ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ଆଇଏଏସ ଅବନିଶ ଲେଖିଛନ୍ତି, ‘’ନିଆଁ ଯେଉଁଠି ବି ଥାଉ ଜଳିବା ଦରକାର।’
ଏହି ଫଟୋ ସେୟାର ହେବାର କିଛି ସମୟ ମଧ୍ୟରେ ୧୧ହଜାର ଲାଇକ ଓ ୧ହଜାରରୁ ଅଧିକ ଥର ରି-ଟୁଇଟ କରାଯାଇଛି। ବାଳକଙ୍କର ଏଭଳି ପରିବା ବିକ୍ରି କରିବା ସହିତ ପାଠପଢ଼ିବାର ଫଟୋକୁ ଦେଖି ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ଶିଶୁର ପରିଶ୍ରମ ଦେଖି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଶିଶୁଟି ବଡ଼ ହୋଇ ଅଫିସର ହେବ ଆଉ ନିଜ ପରିବାରର ନାମ ରଖିବ। ତେବେ ଏହି ଫଟୋ ଟି କେବେ ଓ କେଉଁଠାରେ ଉଠାଯାଇଛି ସେନେଇ କୌଣସି ସୂଚନା ମିଳିନାହିଁ।
Follow Us