ଘାତକ ଡ୍ରୋନ୍ ‘ନାଗାସ୍ତ୍ର-୧’

ଘାତକ ଡ୍ରୋନ୍ ‘ନାଗାସ୍ତ୍ର-୧’

ଆଧୁନିକ ଯୁଦ୍ଧଶୈଳୀରେ ମାନବବିହୀନ ବିମାନ ବା ଡ୍ରୋନ୍‌ଗୁଡ଼ିକର ଭୂମିକା ଦିନକୁ ଦିନ ବଢ଼ି ଚାଲିଛି। ରୁଷିଆର ଲକ୍ଷ୍ୟସ୍ଥଳ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ଏବଂ ୟେମେନ୍ ହାଉତି ଗୋଷ୍ଠୀର ସାମୁଦ୍ରିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣରୁ ଏହା ସୁସ୍ପଷ୍ଟ। ତେବେ ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ତାହାର ସେନାବାହିନୀରେ ସାମିଲ କରିବା ପାଇଁ ଏକ ଅତ୍ୟାଧୁନିକ ଡ୍ରୋନ୍ ବିକଶିତ କରିଛି। ‘ନାଗାସ୍ତ୍ର-୧’ ନାମକ ଏହି ଘାତକ ଡ୍ରୋନ୍ ଶତ୍ରୁପକ୍ଷର ଏକ ନିର୍ଦ୍ଦିଷ୍ଟ ସ୍ଥଳକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଇକୋନୋମିକ୍ ଏକ୍ସପ୍ଳୋସିଭ୍‌ସ୍ ଲିମିଟେଡ୍(ଇଇଏଲ୍) ଦ୍ବାରା ନିର୍ମିତ ଏହି ଡ୍ରୋନ୍, ଶତ୍ରୁପକ୍ଷ ଉପରେ ଆକ୍ରମଣ କରିବା ଆଗରୁ ମଧ୍ୟରାତ୍ରରେ ବି ଏକ ନିର୍ଦ୍ଦିଷ୍ଟ ଇଲାକାରେ ଉଡ଼ି ଲକ୍ଷ୍ୟସ୍ଥଳ ଠାବ କରିପାରିବ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ନାଗାସ୍ତ୍ର ପୁନଃବ୍ୟବହାରକ୍ଷମ। ଶତ୍ରୁପକ୍ଷର କୌଣସି ଲକ୍ଷ୍ୟସ୍ଥଳ ଠାବ କରିବାରେ ବିଫଳ ହେଲେ ଏହା ମୂଳ ସ୍ଥାନକୁ ଫେରି ଆସି ଏକ ଆକାଶଛତା ମାଧ୍ୟମରେ ଭୂମିରେ ଅବତରଣ କରିପାରିବ।

ଜିପିଏସ୍ ଉପରେ ପର୍ଯ୍ୟବସିତ ଏକ ସକ୍ରିୟ ନିରୀକ୍ଷଣ ପ୍ରଣାଳୀକୁ ଭିତ୍ତି କରି ଏହି ୯ କେଜି ଓଜନର ଡ୍ରୋନ୍‌ଟି ଦୁଇ ମିଟର ବ୍ୟାସ ପରିମିତ ଲକ୍ଷ୍ୟସ୍ଥଳକୁ ନିର୍ଭୁଲ ଭାବରେ ଚିହ୍ନଟ କରିପାରିବ। ମାତ୍ର ୩୦ ମିନିଟ୍ ଭିତରେ ୩୦ କି.ମି. ଦୂରତା ପର୍ଯ୍ୟନ୍ତ ଅଞ୍ଚଳ ଉପରେ ନଜର ରଖିପାରୁଥିବା ‘ନାଗାସ୍ତ୍ର-୧’ ସାଙ୍ଗରେ ୧ କେ.ଜି. ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ। ଏଥି ସହ ଦୂର ଲକ୍ଷ୍ୟସ୍ଥଳ ପାଇଁ ୨.୨ ଓଜନର ସାମଗ୍ରୀ ବହନ କରିପାରିବାର କ୍ଷମତା ରଖିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଏହା ପୁନଃବ୍ୟବହାରକ୍ଷମ। ଏହା ଶତ୍ରୁପକ୍ଷର କୌଣସି ଲକ୍ଷ୍ୟସ୍ଥଳ ଠାବ କରିବାରେ ବିଫଳ ହେଲେ ଏହା ମୂଳ ସ୍ଥାନକୁ ଫେରି ଆସି ଏକ ଆକାଶଛତା ମାଧ୍ୟମରେ ନିଜ ଭୂମିରେ ଅବତରଣ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe