www.aajtak.in
ନୂଆଦିଲ୍ଲୀ: ଅହିରାଜକୁ ବହୁ ଖତରନାକ ସାପ ବୋଲି ମନାଯାଏ। ଏହାକୁ ଦେଖିବା ପରେ ଯେତେ ସାହସୀ ଲୋକ ହେଲେ ବି ଭୟଭୀତ ହୋଇଥାନ୍ତି। ନିକଟରେ ଟ୍ବିଟର୍ରେ ଏକ ପୋଷ୍ଟ୍ରେ ଏକ ସାପର ଫଟୋ ଭାଇରାଲ୍ ହୋଇଛି। ଏହି ପୋଷ୍ଟ୍ରେ ବହୁ ବଡ଼ ବଡ଼ ଅଧିକାରୀମାନେ ପ୍ରତିକ୍ରିୟା ରଖିଛନ୍ତି।
ପୋଷ୍ଟ୍ରେ ଦେଖିବାକୁ ମିଳିଛି ଯେ ଅହିରାଜଟି ଷ୍ଟେସନ୍ ମାଷ୍ଟର୍ ଟେବୁଲ୍ ଉପରେ ଫଣାକୁ ଟେକି ବସିରହିଛି। ତାହାକୁ ଦେଖି ସେଠାରେ ଥିବା ଜଣେ ବ୍ୟକ୍ତି ଭୟଭୀତ ହୋଇଗଲେ। ପୋଷ୍ଟ୍ରେ ସ୍ପଷ୍ଟ ଦେଖିବାକୁ ମିଳିଛି ସେ ସାପଟି ଟେବୁଲ୍ ଉପରେ ବସିଥିବା ବେଳେ ବ୍ୟକ୍ତି ଜଣକ ଭୟଭୀତ ହୋଇ ଏକ କୋଣରେ ଥିବା ଟେବୁଲ୍ ଉପରେ ଯାଇ ବସି ପଡ଼ିଛନ୍ତି।
ଅହିରାଜର ଲମ୍ବ ୬ ଫୁଟ୍। ଫଟୋଟିରେ ହଜାର ହଜାର ଲୋକ କମେଣ୍ଟ ଦେଇ ସାରିଲେଣି। କେହି କେହି ମଜାକିଆ ଅନ୍ଦାଜରେ ଅହିରାଜ ଟିକେଟ୍ କରିବାକୁ ଆସିଛି ବୋଲି କମେଣ୍ଟ୍ କରିଛନ୍ତି ତ ପୁଣି କେହି ଅହିରାଜଟି ଯାଞ୍ଚ୍ କରିବାକୁ ଆସିଛି ବୋଲି ଲେଖିଛନ୍ତି।
ଏହି ପୋଷ୍ଟ୍ରେ କମେଣ୍ଟ୍ ଦେଇ ଆଇପିଏସ୍ ଧ୍ରୁମନ ଏଚ୍ ନିମ୍ବଲେ ଲେଖିଛନ୍ତି, ‘ଏହା ପାଇଁ ଟିକେଟ୍ କିଏ କାଟିବ?’ ସେହିପରି ରାଜସ୍ଥାନର ଆଇଏଏସ୍ ରାମ ପ୍ରକାଶ ଲେଖିଛନ୍ତି, ‘ଯାହା ହେଉ ଇଏ ହେଲେ ଟିକେଟ୍ ପାଇଁ ଆସିଗଲା। ନହେଲେ ତ ଲୋକ ବିନା ଟିକେଟ୍ରେ ଟ୍ରେନ୍ରେ ଚଢ଼ି ଯାଉଛନ୍ତି।’
Follow Us