ଆଥିଆ-ରାହୁଲଙ୍କୁ ମିଳିଥିବା ଉପହାରକୁ ନେଇ ପାକିସ୍ତାନରେ ଚର୍ଚ୍ଚା, ଉଡ଼ିଲା ପାକ୍ ନିଉଜ ଆଙ୍କରଙ୍କ ହୋସ୍

ଆଥିଆ-ରାହୁଲଙ୍କୁ ମିଳିଥିବା ଉପହାରକୁ ନେଇ ପାକିସ୍ତାନରେ ଚର୍ଚ୍ଚା, ଉଡ଼ିଲା ପାକ୍ ନିଉଜ ଆଙ୍କରଙ୍କ ହୋସ୍

aajtak

ମୁମ୍ବାଇ: ଜାନୁଆରି ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍‌ କେ.ଏଲ୍ ରାହୁଲ । ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ ଝିଅ ଆଥିଆଙ୍କର କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କ ସହ ବିବାହ ହୋଇଥିଲା। ଏହି ବିବାହରେ ବଲିଉଡର ଅନେକ କଳାକାର ଓ ଅନେକ କ୍ରିକେଟ ତାରକା ନଜର ଆସିଥିଲେ। ତେବେ ଭାରତୀୟ କ୍ରିକେଟ୍ ଦଳର ଖେଳାଳି କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ ଅବସରରେ ବହୁତ ମହଙ୍ଗା ଉପହାର ମିଳିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କୋହଲି ରାହୁଲ ଏବଂ ଆଥିଆଙ୍କୁ ବିଏମଡବ୍ଲୁ କାର ଉପହାର ଦେଇଥିଲେ।

ତେବେ ଦୁହିଁଙ୍କୁ ମିଳିଥିବା ଉପହାରକୁ ନେଇ ପାକିସ୍ତାନରେ ବି ଚର୍ଚ୍ଚା ହୋଇଥିବା ସାମ୍ନାକୁ ଆସିଛି। ଟ୍ବିଟରରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଦୁଇ ନିଉଜ ଆଙ୍କର ଆଥିଅ-ରାହୁଲଙ୍କୁ ମିଳିଥିବା ଉପହାର ବିଷୟରେ ଆଲୋଚନା କରୁଛନ୍ତି। ଏହା ସହ କେହି ଏତେ ଟଙ୍କା ଉପହାର କେମିତି ‌ଦିଏ ବୋଲି କହି ଜଣେ ନିଉଜ ଆଙ୍କର ଆଶ୍ଚର୍ଯ୍ୟ ହେଉଥିବା ଭିଡିଓରେ ଦେଖାଯାଇଛି। ଏହା ଶୁଣି ମହିଳା ନିଉଜ ଆଙ୍କରଜଣକ କହୁଛନ୍ତି, ସୁନୀଲ ସେଟ୍ଟୀ ଦେଇଥିବାରୁ ସେମାନେ ବି ଏତେ ଟଙ୍କାର ଉପହାର‌ ଦେଇଛନ୍ତି। ଦେଖନ୍ତୁ ଦୁହିଁଙ୍କ ମଜାଳିଆ ବାର୍ତ୍ତାଳପର ଏହି ଭିଡିଓ...

ତେବେ ମିଳିଥିବା ସୂଚନା ମୁତାବକ, ବିରାଟ ବିଏମଡବ୍ଲୁ କାର ଉପହାର ଦେଇଥିବା ବେଳେ ‌ମହେନ୍ଦ୍ର ସିଂ ଧୋନି ଏକ କାୱାସାକି ନିଞ୍ଜା ବାଇକ୍ ଉପହାର ଦେଇଥିଲେ। ବିବାହ ଅବସରରେ ବାପା ସୁନୀଲ ସେଟ୍ଟୀ ଦୁହିଁଙ୍କୁ ମୁମ୍ବାଇରେ ପ୍ରାୟ ୫୦ କୋଟି ଟଙ୍କାର ଆପାର୍ଟମେଣ୍ଟ ଉପହାର ଦେଇଥିବା ସହ ସୁନୀଲ ଶେଟ୍ଟୀଙ୍କ ଘନିଷ୍ଠ ବନ୍ଧୁ ସଲମାନ ଖାନ ଦୁହିଁଙ୍କୁ ୧.୬୪ କୋଟି ଟଙ୍କା ମୂଲ୍ୟର ଏକ ଅଡି କାର ଉପହାର ଦେଇଥିଲେ। ଏହା ସହ ଜ୍ୟାକି ଶ୍ରଫ ଆଥିଆଙ୍କୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଘଣ୍ଟା ଉପହାର ଦେଇଥିଲେ। ବଲିଉଡ ଅଭିନେତା ଅର୍ଜୁନ କପୁର ଆଥିଆଙ୍କୁ ଏକ ହୀରା ବ୍ରେସଲେଟ୍ ଉପହାର ଦେଇଥିଲେ, ଯାହାର ମୂଲ୍ୟ ୧.୫ କୋଟି ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe