ପୁଅକୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ ମାତାପିତା, ୩୧ ଲକ୍ଷ ଦେଇ ହୃଦୟ ଜିିତିିଲେ କେଏଲ ରାହୁଲ

Advertisment
ପୁଅକୁ ବଞ୍ଚାଇବା ପାଇଁ ସାହାଯ୍ୟ ମାଗିଥିଲେ ମାତାପିତା, ୩୧ ଲକ୍ଷ ଦେଇ ହୃଦୟ ଜିିତିିଲେ କେଏଲ ରାହୁଲ

ନୂଆଦିଲ୍ଲୀ: ସବୁବେଳେ କ୍ରିକେଟ ଏବଂ ନିଜର ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ୍ ଦଳର ଖେଳାଳି କେ.ଏଲ୍ ରାହୁଲ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ଭଲ କ୍ରିକେଟର ଭାବେ ନିଜକୁ ପ୍ରମାଣ କରିଥିବା ରାହୁଲ ଯେ ଜଣେ ମହାନ ବ୍ୟକ୍ତିତ୍ବ, ତାହା ସେ କରିଥିବା କାମରୁ ସ୍ପଷ୍ଟ ହୋଇଛି। ବଞ୍ଚିବାର ଆଶା ହରାଇ ବସିଥିବା ୧୧ବର୍ଷ ବୟସ୍କ ବରଦ ଏବଂ ତାଙ୍କ ମାତାପିତାଙ୍କୁ ନୂଆ ଆଶା ଦେଇଛନ୍ତି ରାହୁଲ।

ବରଦ ଏକ ବିରଳ ରୋଗରେ ପୀଡ଼ିତ ଥିବା ବେଳେ ଚିିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର ଥିଲା। ନିଜ ପାଖରେ ଟଙ୍କା ନଥିବାରୁ ଲୋକଙ୍କୁ ସାହାଯ୍ୟ ମାଗିିଥିଲେ ମାତାପିତା। ପରେ ଏବିଷୟରେ ଜାଣି ରାହୁଲ ବରଦଙ୍କ ପାଇଁ ୩୧ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ରାହୁଲଙ୍କୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

publive-image abplive

ସୂଚନା ମୁତାବକ, ଏକ ବିରଳ ରକ୍ତ ରୋଗରେ ପୀଡ଼ିିତ ଥିବା ବରଦ ନାଲୱେଡଙ୍କୁ ବୋନ୍ ମ୍ୟାରୋ ପାଇଁ ୩୫ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା। ଏଥିପାଇଁ ବରଦଙ୍କ ପିତାମାତା ଗତ ଡିସେମ୍ବରରେ ଗିଭ୍ ଇଣ୍ଡିଆ ଏନଜିଓ ମାଧ୍ୟମରେ ୩୫ଲକ୍ଷ ଟଙ୍କା ଜମା କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଯେତେବେଳେ ରାହୁଲ ଏହି ସୂଚନା ପାଇଲେ, ସେ ତୁରନ୍ତ ୩୧ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛିି।

ନ୍ୟୁଜ୍ ୱେବସାଇଟ୍ ଲାଇଭ୍ ହିନ୍ଦୁସ୍ତାନ ଅନୁଯାୟୀ କେ.ଏଲ୍ ରାହୁଲ କହିଛନ୍ତି ଯେ, ଯେତେବେଳେ ମୁଁ ବରଦଙ୍କ ଅବସ୍ଥା ବିଷୟରେ ଜାଣିଲି, ସେତେବେଳେ ମୁଁ ମୋ ଟିମକୁ ଗିଭ୍ ଇଣ୍ଡିଆ ଏନଜିଓ ସହିତ ଯୋଗାଯୋଗ କରିବାକୁ କହିଲି। ଏହା ମାଧ୍ୟମରେ ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲି। ମୁଁ ଖୁସି ଯେ ବରଦଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ମୁଁ ଆଶା କରୁଛି ମୋର ଏହି ଅବଦାନ ଅଧିକରୁ ଅଧିକ ଲୋକଙ୍କୁ ଆଗକୁ ଆସିବାକୁ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରେରଣା ଯୋଗାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe