୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ବଢ଼ୁଛି ଆଣ୍ଠୁଗଣ୍ଠି ସମସ୍ୟ‌ା : ଆଧୁନିକ ଚିକିତ୍ସା ଦ୍ବାରା କାର୍ଟିଲେଜର ପୁନର୍ଗଠନ ସମ୍ଭବ

Advertisment

ପଚାଶ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟ‌ରେ ବଢ଼ି ଚାଲିଛି ବୟସ ଜନିତ ଆଣ୍ଠୁଗଣ୍ଠି ସମସ୍ୟା। ଏହାକୁ  ଅଷ୍ଟିଓଆର୍ଥ୍ରାଇଟିସ୍ କୁହାଯାଏ। ଏହା ଥରେ ଆରମ୍ଭ ହୋଇଗଲେ ଭଲ ହେବା କାଠିକର ପାଠ। ଦୀର୍ଘ ଦିନ ଧରି ଏହି ସମସ୍ୟା ବୟସ୍କଙ୍କ ମଧ୍ୟରେ ଲାଗି ରହିଥାଏ।

ପଚାଶ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟ‌ରେ ବଢ଼ି ଚାଲିଛି ବୟସ ଜନିତ ଆଣ୍ଠୁଗଣ୍ଠି ସମସ୍ୟା। ଏହାକୁ  ଅଷ୍ଟିଓଆର୍ଥ୍ରାଇଟିସ୍ କୁହାଯାଏ। ଏହା ଥରେ ଆରମ୍ଭ ହୋଇଗଲେ ଭଲ ହେବା କାଠିକର ପାଠ। ଦୀର୍ଘ ଦିନ ଧରି ଏହି ସମସ୍ୟା ବୟସ୍କଙ୍କ ମଧ୍ୟରେ ଲାଗି ରହିଥାଏ।

sdsdcxxc

ପ୍ରଫେସର୍ ଡା. ବିଶ୍ୱଜିତ୍ ସାହୁ

ପଚାଶ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟ‌ରେ ବଢ଼ି ଚାଲିଛି ବୟସ ଜନିତ ଆଣ୍ଠୁଗଣ୍ଠି ସମସ୍ୟା। ଏହାକୁ  ଅଷ୍ଟିଓଆର୍ଥ୍ରାଇଟିସ୍ କୁହାଯାଏ। ଏହା ଥରେ ଆରମ୍ଭ ହୋଇଗଲେ ଭଲ ହେବା କାଠିକର ପାଠ। ଦୀର୍ଘ ଦିନ ଧରି ଏହି ସମସ୍ୟା ବୟସ୍କଙ୍କ ମଧ୍ୟରେ ଲାଗି ରହିଥାଏ। ଗଣ୍ଠିରେ ଥିବା କାର୍ଟିଲେଜ କମି ଯିବାରୁ ଏହି ସମସ୍ୟା ଦେଖାଦେଇଥାଏ। କାର୍ଟିଲେଜ ଗଣ୍ଠିରେ ଦୁଇ ହାଡ଼ ମଧ୍ୟରେ ରହିଥାଏ। ଏହା ଗଣ୍ଠିକୁ ଚଳନରେ ସୁରକ୍ଷା ପ୍ରଦାନ କରିଥାଏ। ବୟସ ବଢ଼ିବା ସହିତ କଲାଜେନ୍ ଏବଂ ପ୍ରୋଟିଓଗ୍ଲାଇକାନ୍ ବୃଦ୍ଧି ଫଳରେ କାର୍ଟିଲେଜ୍ କମି ଯାଇଥାଏ। ବର୍ତ୍ତମାନ ସମୟରେ ଏହି  ଅଷ୍ଟିଓଆର୍ଥ୍ରାଇଟିସ୍ ସମସ୍ୟା ପ୍ରାୟ ୪୫% ମହିଳା ଓ ୩୫% ପୁରୁଷଙ୍କ ମଧ୍ୟରେ ଦେଖାଦେଉଛି। ବିଶେଷ କରି  ଅଧିକ ଓଜନ ଥିବା ଲୋକମାନଙ୍କ ମଧ୍ୟରେ ଏହାର ପ୍ରକୋପ ଅଧିକ ରହିଥାଏ। ଆଣ୍ଠୁ ଗଣ୍ଠିରେ ଅଷ୍ଟିଓଆର୍ଥ୍ରାଇଟିସ୍ ଅଧିକ ଦେଖାଯାଏ। ଆଧୁନିକ ଚିକିତ୍ସା ଦ୍ବାରା ଏହି କାର୍ଟିଲେଜକ ପୁନର୍ଗଠନ ସମ୍ଭବ ହୋଇଥାଏ।

ଏହାର ଲକ୍ଷଣ ହେଉଛି ଗଣ୍ଠି ଯନ୍ତ୍ରଣା, ବିଶେଷକରି ଆଣ୍ଠୁଗଣ୍ଠି, ଆଙ୍ଗୁଠି ଗଣ୍ଠି ଇତ୍ୟାଦିରେ ଯନ୍ତ୍ରଣା। ଏହି ଯନ୍ତ୍ରଣା ଚାଲିବା କିମ୍ବା କାମ କରିବା ସମୟରେ ହଠାତ ବୃଦ୍ଧି ପାଇଥାଏ। ଏହା ପରେ ଗଣ୍ଠି ଫୁଲିବା, ଚାଲିବାରେ ଅସୁବିଧା ହେବା, ଗଣ୍ଠି ଚାଳନା ସମୟରେ ଭିତରେ ଖସ ଖସ ହେବା, ଗଣ୍ଠି ଚାରିପାଖ ମାଂସପେଶୀ ଦୁର୍ବଳ ହୋଇଯିବା, ଗଣ୍ଠି ବଙ୍କା ହେବା, ହାଡ଼ ଘଷି ହେବା ଫଳରେ ଗଣ୍ଠିର ଆକୃତି ବଦଳିଯିବା ଭଳି ଲକ୍ଷଣ ଦେଖା ଦେଇଥାଏ। ଏହି ଲକ୍ଷଣଗୁଡ଼ିକ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

ଏହି ପରିସ୍ଥିତିରେ କେବଳ ଔଷଧ, ଇଞ୍ଜେକସନ, ଷ୍ଟେରଏଡ୍, ହାୟାଲୁରୋନିକ୍ ଏସିଡ୍ ଆଦି ଔଷଧ ଦିଆଯାଉଥିଲା। ଏହା ସହିତ ଜୀବନଶୈଳୀ ପରିବର୍ତ୍ତନ, ଓଜନ ନିୟନ୍ତ୍ରଣ, ଅଭ୍ୟାସରେ ପରିବର୍ତ୍ତନ ଆଦି ଦ୍ବାରା ଯନ୍ତ୍ରଣାରୁ କେତେକାଂଶରେ ଉପଶମ ମିଳିପାରେ। ଏହବାଦ ଅଷ୍ଟିଓଆର୍ଥ୍ରାଇଟିସ୍ ଆଣ୍ଠୁଗଣ୍ଠି ଭାଙ୍ଗିବା ଉଚିତ୍ ନୁହେଁ। ଏହା ଗଣ୍ଠିରେ ଅଧିକ ଚାପ ପକାଏ ଓ ଯନ୍ତ୍ରଣା ବଢ଼ାଇପାରେ। ରୋଗୀମାନେ ସିଡ଼ି ଚଢ଼ିବା କମାଇବା, ‌ପାଶ୍ଚାତ ଶୌଚାଳୟ ବ୍ୟବହାର କରିବା ଉଚିତ। ଏହାସହିତ ଫିଜିଓଥେରାପି, ଘରେ ଗରମ ପାଣି ସେକ, ସୋଜା ଓ ଇନଫ୍ଲାମେସନ ଥଣ୍ଡା ପ୍ୟାକ, ଗଣ୍ଠିରେ ଡାଇକ୍ଲୋଫେନାକ୍ ଜେଲ୍‌ର ହାଲୁକା ମସାଜ ଓ ଅଧିକ ପାଣି ପିଇବା ଦ୍ବ‌ାରା ଜୋଡ଼ରେ କାର୍ଟିଲେଜର ଲଚିଳା ଗୁଣ ବୃଦ୍ଧି ପାଇଥାଏ। ଯୋଗ, ଧ୍ୟାନ, କ୍ୟାଲସିୟମ ଯୁକ୍ତ ଖାଦ୍ୟ, ଭିଟାମିନ ଡି ଓ ଓମେଗା ୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଦ୍ବାରା ଯନ୍ତ୍ରଣାରୁ ଉପଶମ ମିଳିପାରେ। ଯଦି ରୋଗ ଗୁରୁତର ହୋଇଥାଏ ସନ୍ଧିର ଭିତର ଶୋଥ ହଟାଇବା ପାଇଁ ଆର୍ଥ୍ରୋସ୍କୋପି ମଧ୍ୟ କରାଯାଇଥାଏ। ଅତି ଗୁରୁତର ହେଲେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି, ହାଇ ଟିବିଆଲ୍ ଅଷ୍ଟିଓଟୋମି ଆଦି କରାଯାଇଥାଏ। 

କିନ୍ତୁ ଚିକିତ୍ସା ‌କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଫଳ‌ରେ ଆଣ୍ଠୁଗଣ୍ଠି ସମସ୍ୟାକୁ ନେଇ ଗବେଷଣା ବୃଦ୍ଧି ପାଉଛି। ଆଧୁନିକ ଚିକିତ୍ସା ଦ୍ବାରା  ଗଣ୍ଠିରେ ଥିବା କାର୍ଟିଲେଜକୁ ପୁନର୍ଗଠନ କରାଯାଇ ଆଣ୍ଠୁଗଣ୍ଠି ଯନ୍ତ୍ରଣା‌ରୁ ରୋଗୀକୁ ଉପଶମ ଦିଆଯାଇ ପାରେ। ଆଧୁନିକ ଚିକିତ୍ସାରେ ଇଲେକ୍ଟ୍ରିକ୍ ଫିଲ୍ଡ୍ ଷ୍ଟିମ୍ୟୁଲେସନ୍, ପ୍ଲାଟେଲେଟ୍-ରିଚ୍ ପ୍ଲାଜ୍‌ମା ଥେରାପି, ହାୟାଲୁରୋନିକ୍ ଆମ୍ଲ ସଞ୍ଚାର ପ୍ରକ୍ରିୟା, ଷ୍ଟେମ୍ ସେଲ୍ ଥେରାପି, ଗ୍ଲୁକୋସାମିନ୍ କଣ୍ଡ୍ରୋଇଟିନ୍ ସଲ୍‌ଫେଟ୍ ବୃଦ୍ଧି କରାଯାଇ, କାର୍ଟିଲେଜ୍ ପ୍ରିଜରଭିଂ ସର୍ଜରି, ମାଇକ୍ରୋଫ୍ର୍ୟାକ୍ଚର୍ ସର୍ଜରି ଆଦି ଚିକିତ୍ସା ଦ୍ବାରା ହାଡ଼ ମଧ୍ୟରେ ଥିବା କାର୍ଟିଲେଜକୁ ସୁରକ୍ଷିତ ରଖିବା ଓ ତାହାର କ୍ଷତିକୁ ପୁନଃ ନିର୍ମାଣ କରାଯାଇ  ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗ ଏହି ସମସ୍ୟାକୁ କମାଇ ଦିଆଯାଇପାରେ।
ଅସ୍ଥି ଚିକିତ୍ସା ବିଭାଗ, ପିଜିଆଇଏମ୍‌ଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍, ଭୁବନେଶ୍ୱର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe