ମହାତ୍ମା ଗାନ୍ଧୀ ହେଉଛନ୍ତି ଆଦର୍ଶ ଓ ଅହିଂସାର ପ୍ରତୀକ, ଗାନ୍ଧିଜୀଙ୍କ ସଂପର୍କରେ ଜାଣନ୍ତୁ କିଛି ଜଣାଅଜଣା ତଥ୍ୟ

ମହାତ୍ମା ଗାନ୍ଧୀ ହେଉଛନ୍ତି ଆଦର୍ଶ ଓ ଅହିଂସାର ପ୍ରତୀକ, ଗାନ୍ଧିଜୀଙ୍କ ସଂପର୍କରେ ଜାଣନ୍ତୁ କିଛି ଜଣାଅଜଣା ତଥ୍ୟ

ଭୁବନେଶ୍ୱର: ମହାତ୍ମା ଗାନ୍ଧି ନିଜର ଆଦର୍ଶ ଓ ଅହିଂସାର ବାର୍ତ୍ତା ପ୍ରଦାନ କରିଥିବା ପାଇଁ ବିଶ୍ୱରେ ଆଜି ତାଙ୍କୁ ଲୋକେ ମନେ ରଖିଛନ୍ତି। ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ  ସମସ୍ତେ ଜାଣନ୍ତି। କିନ୍ତୁ ଗାନ୍ଧୀଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ହୁଏତ ସାଧାରଣ ଲୋକଙ୍କୁ ଜଣା ନ ଥାଇ ପାରେ। ଗାନ୍ଧିଜୀ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଏକ ଜଣାଶୁଣା ବ୍ୟକ୍ତିତ୍ୱ। ଏକଦା ବିଶ୍ୱର ମହାନ ବୈଜ୍ଞାନିକ ଆଇନଷ୍ଟାଇନ୍‌ କହିଥିଲେ, କିଛି ବର୍ଷ ପରେ ଲୋକ ଭୁଲିଯିବେ ଯେ, ମହାତ୍ମା ଗାନ୍ଧି ନାଁରେ ଜଣେ କେହି ଲୋକ ରକ୍ତ-ମାଂସରେ ତିଆରି ହୋଇଥିବା ମଣିଷ ଚଳପ୍ରଚଳ ହେଉଥିଲେ, ମାତ୍ର ତାଙ୍କର କାର୍ଯ୍ୟ, ଚିନ୍ତାଧାରା ଓ ଅାଦର୍ଶ ଚିରକାଳ ମନେରହିବ।

ମହାତ୍ମା ଗାନ୍ଧି ଦେଶ ସ୍ୱାଧୀନତା ପାଇଁ ନିଜର ଜୀବନକୁ ବଳି .ଦେଇଥିଲେ। ସେ କେବେ ବି କ୍ଷମତା ଓ ବ୍ୟକ୍ତିଗତ ଲାଭ ପାଇଁ ପଦପଦବି ପାଇଁ ମନ ବଳାଇ ନ ଥିଲେ। ଆସନ୍ତୁ ଜାଣିବା ଗାନ୍ଧିଙ୍କ ସଂପର୍କରେ କିଛି ଅଜଣା ତଥ୍ୟ:

୧) ମହାତ୍ମା ଗାନ୍ଧିଙ୍କୁ ୫ଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କନ କରାଯାଇଥିଲା।
୨) ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ମହାତ୍ମା ଗାନ୍ଧି କଂଗ୍ରେସ ପାର୍ଟିକୁ ଭାଙ୍ଗିବାକୁ ବିଚାର କରିଥିଲେ।
୩) ମହାତ୍ମା ଗାନ୍ଧିଙ୍କ ଅନ୍ତିମ ଯାତ୍ରା ୮ କିଲୋମିଟର ପର୍ଯ୍ୟନ୍ତ ଥିଲା।
୪) ଗାନ୍ଧିଜୀଙ୍କୁ ସମ୍ମାନ ଦେବା ପାଇଁ ‘ଆପଲ’ର ପ୍ରତିଷ୍ଠାତା ଷ୍ଟିଭ୍‌ ଜବସ୍‌ ଗୋଲ୍ ଚଷମା ପିନ୍ଧୁଥିଲେ।

publive-image୫) ଗାନ୍ଧିଜୀ ଦୈନିକ ୧୮ କିଲୋମିଟର ପାଦରେ ଚାଲୁଥିଲେ।
୬) ଜାତିର ପିତା ମହାତ୍ମା ଗାନ୍ଧି ନକଲି ଦାନ୍ତ ଲଗାଉଥିଲେ। ଏହାକୁ ସେ କପଡ଼ାରେ ରଖୁଥିଲେ।
୭) ଗାନ୍ଧିଙ୍କ ନାଁରେ ଦେଶରେ ୫୩ଟି ମୁଖ୍ୟ ରାଜପଥ ରହିଛି। ବିଦେଶରେ ୪୮ଟି ସଡ଼କ ରହିଛି।
୮) ସ୍ୱାଧୀନତା ଦିବସ ରାତିରେ ଗାନ୍ଧିଜୀ ଜବାହରଲାଲ ନେହରୁଙ୍କ ଭାଷଣ ଶୁଣିବାକୁ ଉପସ୍ଥିତ ନଥିଲେ। ସେହିଦିନ ଗାନ୍ଧିଜୀ ଉପବାସରେ ଥିଲେ।

publive-image୯) ଗାନ୍ଧିଜୀଙ୍କ କପଡା ସମେତ ୩ଟି ବସ୍ତୁ ଆଜି ବି ମଦୁରାଇ(ତାମିଲନାଡୁ)ର ସଂଗ୍ରହାଳୟରେ ରଖାଯାଇଛି।
୧୦) ପୁରା ଜୀବନ କାଳରେ ଗାନ୍ଧିଜୀ ରାଜନୈତିକ ପଦ ଗ୍ରହଣ କରି ନଥିଲେ।
୧୧) ମହାତ୍ମା ଗାନ୍ଧିଙ୍କ ଯୋଗୁଁ ୪ ମହାଦେଶ ଓ ୧୨ଟି ଦେଶରେ ସାମାଜିକ ଅଧିକାର ଲାଗି ଆନ୍ଦୋଳନ ଆରମ୍ଭ ହୋଇଥିଲା।
୧୨) ଯେଉଁ ଇଂରେଜ ସରକାରଙ୍କ ବିରୋଧରେ ଗାନ୍ଧିଜୀ ଆନ୍ଦୋଳନ କରିଥିଲେ, ସେହି ଇଂରେଜ ସରକାର ତାଙ୍କ ମୃତ୍ୟୁର ୨୧ ବର୍ଷ ପରେ ଷ୍ଟାମ୍ପ ଜାରି କରିଥିଲା।

publive-image୧୩) ଗାନ୍ଧିଜୀ ବୋଏର ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ।
୧୪) ମହାତ୍ମା ଗାନ୍ଧି ଆଇନଷ୍ଟାଇନ, ହିଟଲର, ଟଲଷ୍ଟୟଙ୍କ ଭଳି ବିଶ୍ୱ ବିଖ୍ୟାତ ଲୋକଙ୍କୁ ଭେଟିଥିଲେ।
୧୫) ଡରବାନ, ପ୍ରିଟୋରିଆ ଓ ଜୋହନସବର୍ଗରେ ଫୁଟବଲ କ୍ଲବ ପ୍ରତିଷ୍ଠା କରିବାରେ ସହଯୋଗ କରିଥିଲେ, ଯାହାର ନାମ ପେସିବ ରେସିଷ୍ଟରର୍ସ ସ୍ନୋକର କ୍ଲବ।
୧୬) ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧିଙ୍କୁ ୧୫ ହଜାର ଡଲାର ମିଳୁଥିଲା, ଯାହାକି ଆଜିର ଦିନରେ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe