ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ହୁଅନ୍ତି ନିର୍ଯାତନାର ଶିକାର! ଜାଣନ୍ତୁ କିପରି କରିବେ ମୁକାବିଲା ଏବଂ କଣ ରହିଛି ନିଜର ଅଧିକାର

Advertisment
ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ହୁଅନ୍ତି ନିର୍ଯାତନାର ଶିକାର! ଜାଣନ୍ତୁ କିପରି କରିବେ ମୁକାବିଲା ଏବଂ କଣ ରହିଛି ନିଜର ଅଧିକାର

ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢ଼ିଚାଲିଛି। ଘରୋଇ ହିଂସା ଏବଂ କର୍ମକ୍ଷେତ୍ରରେ ଯୌନ ଶୋଷଣ ସହ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ମହିଳାଙ୍କ ପ୍ରତି ଅଶ୍ଳୀଳ ଆଚରଣ, ପିଛା କରିବା, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, କମେଣ୍ଟ ମାରିବା ଏବଂ ଦୁଷ୍କର୍ମ କରିବା ଏହାର ଗୋଟିଏ ଗୋଟିଏ ଉଦାହରଣ। ପ୍ରତିଦିନ ମହିଳାଙ୍କ ପ୍ରତି ହେଉଥିବା ହିଂସା ଖବର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। କେଉଁଠି ଯୌତୁକ ପାଇଁ ମହିଳାମାନେ ନିର୍ଯାତନା ଭୋଗୁଛନ୍ତି ତ ଆଉ କେଉଁଠି ଆପଣାର ଲୋକଙ୍କ ଗହଣରେ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି। ଏବେ ପ୍ରତିଦିନ ଦୁଷ୍କର୍ମ ସଂଖ୍ୟା ବଢ଼ିଚାଲିଛି। ଏସବୁ ସତ ହେଲେ ମଧ୍ୟ କିଛି ଏପରି ମହିଳା ମଧ୍ୟ ଅଛନ୍ତି, ଯେଉଁମାନେ ଏପରି ଘଟଣାକୁ ନେଇ ପୁଲିସରେ ମିଛ ଅଭିଯୋଗ କରନ୍ତି। ଯଦ୍ୱାରା ବିଚରା ସ୍ୱାମୀ ପ୍ରତାଡ଼ିତ ହେଉଥାଏ। ତେବେ ଆପଣ ମଧ୍ୟ ଯଦି ଏପରି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ପୀଡ଼ିତ ବ୍ୟକ୍ତିଙ୍କ ପାଖରେ ମଧ୍ୟ ରହିଛି ଅନେକ ଅଧିକାର।

publive-image photo by : National Buzz

କେହି ବି ବ୍ୟକ୍ତି ଯଦି ତାଙ୍କ ପତ୍ନୀଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥାଆନ୍ତି, ତେବେ ସେ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ତେବେ ଏହା ପୂର୍ବରୁ ପୀଡତ ବ୍ୟକ୍ତିଙ୍କୁ ପୁଲିସ ପାଖରେ ଅଭିଯୋଗ କରିବା ପାଇଁ ପଡ଼ିବ। ଏହାସହ ତାଙ୍କୁ ଅଦାଲତରେ ପ୍ରମାଣିତ କରିବା ପାଇଁ ପଡ଼ିବ କି ସେ ପ୍ରକୃତରେ ପତ୍ନୀଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି।

ଯଦି କୌଣସି ମହିଳା ନିଜ ସ୍ୱାମୀଙ୍କ ଉପରେ ଯୌତୁକ ସହ ଜଡ଼ିତ ବିଷୟରେ କିଛି ଅଭିଯୋଗ କରନ୍ତି, ତବେ ସ୍ୱାମୀଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇପାରିବ ନାହିଁ। ଏହି ମାମଲାରେ ପୁଲିସ ପୁରା ତଦନ୍ତ କରିବା ପରେ, ପୁରୁଷ ବିରୋଧରେ ଦୋଷ ସାବ୍ୟସ୍ତ ହେଲେ ଯାଇ ଗିରଫ କରିପାରିବେ।

ସ୍ତ୍ରୀ ଦ୍ୱାରା ଅତ୍ୟାଚାରିତ ହେଉଥିବା ବ୍ୟକ୍ତିଙ୍କ ସହାୟତା ପାଇଁ ମଧ୍ୟ ସବୁ ନିୟମ କାନୁନ ରହିଛି। ଏପରି ସ୍ଥିତି ଉପୁଜିଲେ ସ୍ୱାମୀ ପୁଲିସର ସହାୟତା ନେଇ ସ୍ତ୍ରୀଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ ମାମଲା ଦାଏର କରିପାରିବେ।

ଯାଂଚ ପରେ ପତ୍ନୀ ଦୋଷୀ ସାବ୍ୟସ୍ତ ହେଲେ ପୀଡ଼ିତ ସ୍ୱାମୀ ଛାଡ଼ପତ୍ର ପାଇବାର ହକଦାର ସାବ୍ୟସ୍ତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe