କେଶର ଗଠନ ଶୈଳୀ କହିଦେବ ଆପଣଙ୍କ ସ୍ୱଭାବ କେମିତି

Advertisment
କେଶର ଗଠନ ଶୈଳୀ କହିଦେବ ଆପଣଙ୍କ ସ୍ୱଭାବ କେମିତି

ନୂଆଦିଲ୍ଲୀ : ଅନେକ ଗ୍ରନ୍ଥରେ ଉଲ୍ଲେଖ ଅଛି ମଣିଷର ଗଠନ ତାର ସ୍ୱଭାବ ଅନୁଯାୟୀ ହୋଇଥାଏ। କିଛି ବ୍ୟକ୍ତିଙ୍କର ଚରିତ୍ର ଏବଂ ସ୍ୱଭାବ ତାଙ୍କ ଶରୀରର ଗଠନରୁ ଜଣାପଡ଼ିଥାଏ। ଆପଣ ଜାଣିଛନ୍ତି କି ଲୋକଙ୍କ କେଶରୁ ମଧ୍ୟ ଜାଣି ହେବ ତାଙ୍କର ସ୍ୱଭାବ? ଆଜିକାଲି ନିଜର ପ୍ରାକୃତିକ କେଶକୁ ପରିବର୍ତ୍ତନ କରି ଆର୍କଷଣୀୟ ଦେଖାଯିବା ପାଇଁ ଅନେକ ନୂତନ ଉପାୟ ଅବଲମ୍ବନ କରାଯାଉଛି । କିନ୍ତୁ ଏହା ଦ୍ୱାରା କାହାର ପ୍ରକୃତ ସ୍ୱଭାବ ବଦଳି ନ ଥାଏ, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ କିଞ୍ଚିତ୍‌ ।

publive-image Luxy Hair

ଯେଉଁ ବ୍ୟକ୍ତିମାନଙ୍କର ଦୁଇ ମୁହାଁ କେଶ ରହିଥାଏ ସେମାନେ ସର୍ବଦା ନିଜର ବିଚାର ଏବଂ ଚିନ୍ତାଧାରାକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି । ନିଜେ ସଠିକ ଭାବେ କିଛି ନିଷ୍ପତ୍ତିି ନେବା ପାଇଁ ସକ୍ଷମ ନ ଥାନ୍ତି । ତେବେ ଏପରି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟସମସ୍ୟା ମଧ୍ୟ ଅଧିକ ରହିଥାଏ।
ପ୍ରାକୃତିକ ଭାବେ ଯେଉଁ ବ୍ୟକ୍ତିଙ୍କର କେଶର ରଙ୍ଗ କଳା ହୋଇଥାଏ ସେମାନେ ବହୁତ ଭଲ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ମାନସିକ ସ୍ତରରେ ସୁସ୍ଥ ରହିବା ସହ କର୍ମଠ ଏବଂ ବିଶ୍ୱାସଯୋଗ୍ୟ ମଧ୍ୟ ହୋଇଥାନ୍ତି ।

publive-image FreeImages.com

ତେବେ ଅପର ପକ୍ଷରେ ଯେଉଁ ବ୍ୟକ୍ତିମାନଙ୍କର କେଶ ବୟସ ଥାଉ ପାଚି ଯାଇଥାଏ ସେମାନେ ଅପେକ୍ଷାକୃତ ଦୁର୍ବଳ ମାନସିକତା ସଂପନ୍ନ ହେବା ସହ ତାଙ୍କର ଚିନ୍ତାଧାରା ବହୁତ ନିମ୍ନସ୍ତରର ହୋଇଥାଏ।

publive-image Beauty & Health Tips

ମୋଟ କେଶ ବିଶିଷ୍ଟ ବ୍ୟକ୍ତିଙ୍କର ସ୍ୱସ୍ଥ୍ୟ ଭଲ ରହିଥାଏ। ଏହି ବର୍ଗର ବ୍ୟକ୍ତିମାନଙ୍କ ପାଖରେ ଉଚ୍ଚବିଚାର ଶକ୍ତି ରହିବା ସହ ଏମାନେ ବହୁତ ଶାନ୍ତ ପ୍ରକୃତିର ହୋଇଥାନ୍ତି ।

ସିଧା କେଶଥିବା ବ୍ୟକ୍ତି ମାନେ ସରଳ ସ୍ୱଭାବର ହେବା ସହ ଶାନ୍ତ ହୋଇଥାନ୍ତି । ଏମାନେ ଚୁଗୁଲିଆମି କରିବା ପାଇଁ ପସନ୍ଦ କରନ୍ତି ନାହିଁ। ସବୁ କଥା ସିଧାସଳଖ କହିବା ସହ ସବୁ କାମ ସଠିକ ଭାବେ କହିଥାନ୍ତି । ସେହିଭଳି କୁଞ୍ଚିକୁଞ୍ଚିଆ କେଶ ଥିବା ବ୍ୟକ୍ତି ନମ୍ର, ସଭ୍ୟ ଓ କଳାପ୍ରେମୀ ହେବା ସହ ବହୁତ ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି ।

publive-image Lifestyle Lounge - ILoveIndia.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe