ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରର ପ୍ରଥମ ସଂଖ୍ୟା କ’ଣ ସୂଚାଏ?ଆସନ୍ତୁ ଜାଣିବା

Advertisment
ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରର ପ୍ରଥମ ସଂଖ୍ୟା କ’ଣ ସୂଚାଏ?ଆସନ୍ତୁ ଜାଣିବା

All India Roundup

ଭାରତରେ ଚାଲୁଥିବା ସବୁ ଟ୍ରେନକୁ ଗୋଟିଏ ନମ୍ବର ଦିଆ ଯାଇଥାଏ, ଯାହା ପାଞ୍ଚ ଅଙ୍କ ବିଶିଷ୍ଟ ହୋଇଥାଏ । ଏହି ନମ୍ବର ବିନା କାରଣରେ ଦିଆଯାଇ ନ ଥାଏ ତାହା ତ ଆପଣମାନେ ଜାଣିଥିବେ । ତେବେ ଟ୍ରେନରେ ଥିବା ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରର ପ୍ରଥମ ଅଙ୍କ କ'ଣ ସୂଚାଏ ତାହା ଆପଣ ଜାଣିଛନ୍ତି କି? ଯଦି ନା, ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ।

୧.ଯଦି ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରଟି ଶୂନରୁ ଆରମ୍ଭ ହେଉଛି ତେବେ ତାହା ସ୍ପେସାଲ ଟ୍ରେନ ବୋଲି ଜାଣି ରଖନ୍ତୁ । ଯାହା ବର୍ଷକ ବାର ମାସ ନୁହେଁ ବରଂ ବିଭିନ୍ନ ପର୍ବପର୍ବାଣିରେ ବା ଖରା ଦିନ ଛୁଟି ମାନଙ୍କରେ ଚାଲିଥାଏ ।

publive-image Erail.in

୨.ଯଦି ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରଟି ୧ ବା ୨ରୁ ଆରମ୍ଭ ହୋଇଥିବ ତେବେ ତାହା ଦୂର ସ୍ଥାନକୁ ଯାଉଥିବା ସୁପରଫାଷ୍ଟ ଟ୍ରେନ ବୋଲି ଜାଣି ନିଅନ୍ତୁ ।

publive-image rochakpost.com

୩. ଯଦି ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରଟି ୩ରୁ ଆରମ୍ଭ ହେଉଛି ତେବେ ସେହି ନମ୍ବରର ଟ୍ରେନ କୋଲକାତାକୁ ଛାଡ଼ି ଦେଲେ ଆଉ କେଉଁଠି ବି ମିଳିବନି । କାରଣ ଏହି ୩ ନମ୍ବରଟି ସବ୍‌ଅର୍ବାନ ଟ୍ରେନ ସିଷ୍ଟମକୁ ଦିଆ ଯାଇଛି । ସେଥିପାଇଁ ଏହି ନମ୍ବରର ଟ୍ରେନ୍‌ କୋଲାକାତା ଏବଂ ତା’ର ଆଖପାଖ ଅଞ୍ଚଳରେ ହିଁ ଚାଲିଥାଏ ।

publive-image rochakpost.com

୪. ଯଦି ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରଟି ୪ରୁ ଆରମ୍ଭ ହେଉଛି ତେବେ ସେହି ଟ୍ରେନ କେବଳ ମେଟ୍ରୋ ସିଟିମାନଙ୍କରେ ହିଁ ଚାଲେ ବୋଲି ଜାଣି ରଖନ୍ତୁ । ଦିଲ୍ଲୀ, ଚେନ୍ନାଇ,ମୁମ୍ବାଇ, ହାଇଦ୍ରାବାଦ୍‌ ସହରରେ ଆପଣମାନେ ୪ରୁ ଆରମ୍ଭ ହେଉଥିବା ଟ୍ରେନର ନମ୍ବର ଦେଖିବାକୁ ପାଇବେ ।

publive-image Indian Railway Forum - 1 - Railway Enquiry

୫.ଯଦି ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରଟି ୫ରୁ ଆରମ୍ଭ ହେଉଛି, ତେବେ ତାହା ଏକ ପାସେଞ୍ଜର ଟ୍ରେନ ବୋଲି ଜାଣି ନିଅନ୍ତୁ । ଏଥିରେ ଯାତ୍ରୀମାନଙ୍କୁ କୌଣସି ବିଶେଷ ସୁବିଧା ମିଳି ନଥାଏ ।

publive-image jagran.com

୬.ଯଦି ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରଟି ୬ରୁ ଆରମ୍ଭ ହେଉଛି ତେବେ ସେହି ଟ୍ରେନଟି କେବଳ ଦୁଇଟି ବଡ଼ ସହରକୁ ସଂଯୋଗ କରୁଥିବ ।
୭.ଯଦି ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରଟି ୭ରୁ ଆରମ୍ଭ ହେଉଛି ତେବେ ସେହି ଟ୍ରେନର ଆଗ, ପଛ ଏବଂ ମଝିରେ ଡ଼ିଜେଲର ଇଞ୍ଜିନ ଲାଗିଥାଏ ।
୮.ଯଦି ଟ୍ରେନର ପାଞ୍ଚ ଅଙ୍କ ବିଶିଷ୍ଟ ନମ୍ବରଟି ୮ରୁ ଆରମ୍ଭ ହେଉଛି ତେବେ ସେହି ଟ୍ରେନଟି ସୁପରଫାଷ୍ଟ ହୋଇଥିବା ବେଳେ ବହୁତ କମ ଷ୍ଟେସନରେ ଅଟକି ଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe