ଜାଣନ୍ତୁ କିଏ ଦେଖୁଛନ୍ତି ଆପଣଙ୍କ ହ୍ଵାଟ୍‌ସଆପ୍‌ ପ୍ରୋଫାଇଲ୍‌ ଫଟୋ!

Advertisment
ଜାଣନ୍ତୁ କିଏ ଦେଖୁଛନ୍ତି ଆପଣଙ୍କ ହ୍ଵାଟ୍‌ସଆପ୍‌ ପ୍ରୋଫାଇଲ୍‌ ଫଟୋ!

ଫେସ୍‌ବୁକ୍‌ ପରି ହ୍ଵାଟ୍‌ସଆପ୍‌ରେ ବି ଆପଣ ଆପଣଙ୍କ ରିସେଣ୍ଟ୍‌ ଭିଜିଟରଙ୍କୁ ପାଇପାରିବେ। ଫେସ୍‌ବୁକ୍‌ରେ ଯେପରି କେହି ଆପଣଙ୍କ ପ୍ରୋଫାଇଲ୍‌ ଚେକ୍‌ କରୁଛି ବୋଲି ଏବେ ଜାଣିବା ସହଜ ହୋଇପଡ଼ିଲାଣି ଏବେ ସେହିପରି ହ୍ଵାଟ୍‌ସଆପ୍‌ରେ କିଏ ଆପଣଙ୍କ ପ୍ରୋଫାଇଲ୍‌ ଫଟୋ ଦେଖୁଛି ତାହାକୁ ମଧ୍ୟ ଅତି ସହଜରେ ଜାଣିପାରିବେ। ତେବେ, ହ୍ଵାଟ୍‌ସଆପ୍‌ର ନୂଆ ଷ୍ଟାଟସ୍‌ ଫିଚର ଜରିଆରେ କିଏ ଆପଣଙ୍କ ଫଟୋ ଦେଖୁଛନ୍ତି ତାହା ତ ଆପଣ ଜାଣିପାରୁଥିବେ ନିଶ୍ଚୟ। ଏହି ଷ୍ଟାଟସ୍‌ ଫିଚର୍‌ରେ ଏକ ଆଖି ଚିହ୍ନ ରହିଥାଏ। ଯାହା ଉପରେ କ୍ଲିକ୍‌ କଲେ ଆପଣ ଜାଣିପାରିବେ ଯେ ନିକଟରେ କେଉଁମାନେ ସବୁ ଆପଣଙ୍କ ଫଟୋ ଦେଖିଛନ୍ତି। ମାତ୍ର ଆପଣଙ୍କ ପ୍ରୋଫାଇଲ୍‌ ଫଟୋ କେଉଁମାନେ ଦେଖୁଛନ୍ତି ତାହ କେବେ ବି ଜାଣିପାରୁ ନଥିଲେ। ଏ ସୁବଧା ମଧ୍ୟ ଏବେ ଉପଲବ୍ଧ।

ତେବେ, ଜାଣିବା ପାଇଁ ହ୍ଵାଟ୍‌ସଆପ୍‌ରେ ସେପରି କୌଣସି ଫିଚର୍‌ ନାହିଁ। ଏଥିପାଇଁ ଆପଣଙ୍କୁ ଏକ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ ପଡ଼ିବ। ଆପ୍‌ଟିର ନାମ ହେଉଛି ‘ଗୁଗୁଲ୍‌ ଟ୍ରାକର୍‌’। ଆପଣ ପ୍ଲେ ଷ୍ଟୋର୍‌ରୁ ଏହି ଆପ୍‌ଟିକୁ ପ୍ରଥମେ ନିଜ ହ୍ୟାଣ୍ଡ୍‌ସେଟରେ ଡାଉନଲୋଡ କରାଇ ଦିଅନ୍ତୁ। ଡାଇନଲୋଡ଼ କରିସାରିବା ପରେ ଏହି ଆପକକୁ ଖୋଲନ୍ତୁ। ଏଥିରେ ଆପଣଙ୍କ ନାମ , ମୋବାଇଲ ନମ୍ବର ଆଦି ବିବରଣୀ ଦେଇ ସାଇନ୍‌ ଇନ୍‌ ଅପ୍ସନରେ କ୍ଲିକ୍‌ କରନ୍ତୁ। ତେବେ ଏଥିରେ ଧ୍ୟାନ ରଖନ୍ତୁ ହ୍ଵାଟ୍‌ସସଆପରେ ଯେଉଁ ନାମ ଅଛି ସେହି ନାଁ ହିଁ ଦିଅନ୍ତୁ। ପ୍ରଥମ ଏଥିରେ କଣ୍ଟାକ୍ଟ ତାଲିକା ଦେଖାଯିବ। ଏହାସହ ଏଥିରେ ଭିଜିଟିଙ୍ଗ୍‌ ତଥା ଯେଉଁମାନେ ଆପଣଙ୍କ ଫଟୋ ଦେଖିଛନ୍ତି ସେମାନଙ୍କର ଏକ ତାଲିକା ଦେଖାଯିବ। ଏହି ଆପର ଶେଷ ଅପ୍ସନରେ ଅଛି ଭିଜିଟର୍‌। ଏଥିରେ ଆପଣଙ୍କୁ ସେହି ଲୋକଙ୍କ ତାଲିକା ଦେଖାଯିବ ଯେଉଁମାନେ ହ୍ଵାଟସଆପରେ ଆପଣଙ୍କ ଫଟୋ ଦେଖିଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe