୨୦୨୨ ଶେଷ ଆଡ଼କୁ ଚାଟ୍ଜିଟିପି ଆସିବା ପରଠାରୁ କୋଟି କୋଟି ଲୋକ ଜ୍ଞାନ ହାସଲ ପାଇଁ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍(ଏଲ୍ଏଲ୍ଏମ୍) ବ୍ୟବହାର କରୁଛନ୍ତି। ତେବେ ଗୁଗଲ୍ ସର୍ଚ୍ଚ ମାଧ୍ୟମରେ ନିଜେ ତଥ୍ୟ ଅନୁସନ୍ଧାନ କରିବା ତୁଳନାରେ କୃତ୍ରିମ ବୁଦ୍ଧିମତ୍ତା (‘ଏଆଇ’)ରୁ ସହଜରେ ସୂଚନା ପାଇବା ଦ୍ବାରା ସଂପୃକ୍ତ ବିଷୟରେ କ୍ଷୀଣ ଜ୍ଞାନ ଆହରଣ ହୋଇଥାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି। କୌଣସି ପ୍ରଶ୍ନର ଏକ ଶୀଘ୍ର ତଥା ତଥ୍ୟପୂର୍ଣ୍ଣ ଉତ୍ତର ଆବଶ୍ୟକ କରୁଥିଲେ ‘ଏଆଇ’ ବ୍ୟବହାର ଉପଯୁକ୍ତ ମନେହୁଏ। ମାତ୍ର କୌଣସି କ୍ଷେତ୍ରରେ ଗଭୀର ଜ୍ଞାନ ବିକାଶ କରିବା ଲାଗି ଏଲ୍ଏଲ୍ଏମ୍ କମ୍ ସହାୟକ ହୋଇଥାଏ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି।
ଦଶ ହଜାରରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଏବଂ ଯାହା ଶିଖିଲେ ତାକୁ ଏକ ପରାମର୍ଶ ରୂପେ ଲେଖିବା ପାଇଁ କୁହାଯାଇଥିଲା। ସେମାନେ ଅଧ୍ୟୟନ ପାଇଁ ଗୁଗଲ୍ ସର୍ଚ୍ଚ କରିବା ଅଥବା ଚାଟ୍ଜିପିଟି ପରି ଏଲ୍ଏଲ୍ଏମ୍ ବ୍ୟବହାର କରିବାର ସୁବିଧା ଥିଲା। ସେମାନଙ୍କ ଲିଖିତ ପରାମର୍ଶର ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ ଯେଉଁମାନେ ଏଲ୍ଏଲ୍ଏମ୍ ବ୍ୟବହାର କରି ଅଧ୍ୟୟନ କରିଥିଲେ ସେମାନଙ୍କ ଉପଦେଶ ଅଧିକ ସଂକ୍ଷିପ୍ତ, କମ୍ ସତ୍ୟନିିଷ୍ଠ ଓ କମ୍ ତଥ୍ୟପୂର୍ଣ୍ଣ ଥିଲା।
ଗୁଗୁଲ୍ ସର୍ଚ୍ଚ କରି ଭିନ୍ନ ଭିନ୍ନ ୱେବ୍ ଲିଙ୍କ୍ରୁ ସୂଚନା ସଂଗ୍ରହ, ବ୍ୟାଖ୍ୟା ଓ ସଂଶ୍ଳେଷଣ ଦ୍ବାରା ଆହରିତ ଜ୍ଞାନ ଅଧିକ ଗଭୀର ହୋଇଥାଏ। କିନ୍ତୁ ‘ଏଆଇ’ର ତଥ୍ୟ ଶିକ୍ଷଣକୁ ଏକ ନିଷ୍କ୍ରିୟ ପ୍ରକ୍ରିୟାରେ ପରିଣତ କରେ।
Demand: ୧୩ ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ କଲେ ଡ଼ାକ୍ତର
ଗୁଗୁଲ୍ ସର୍ଚ୍ଚ କରି ଭିନ୍ନ ଭିନ୍ନ ୱେବ୍ ଲିଙ୍କ୍ ମାଧ୍ୟମରେ ସୂଚନା ସଂଗ୍ରହ, ବ୍ୟାଖ୍ୟା ଓ ସଂଶ୍ଳେଷଣ ଭଳି ପଦକ୍ଷେପ ଦ୍ବାରା ଆହରିତ ଜ୍ଞାନ ଅଧିକ ଗଭୀର ହୋଇଥାଏ। କାରଣ ଲୋକମାନେ ଯେତେବେଳେ ଶିଖିବାକୁ ଚେଷ୍ଟା କରୁଥିବା ସାମଗ୍ରୀ ସହିତ ସକ୍ରିୟ ଭାବରେ ଜଡ଼ିତ ହୁଅନ୍ତି, ସେତେବେଳେ ସେମାନେ ସର୍ବୋତ୍ତମ ଶିଖିଥା’ନ୍ତି। ଗୁଗଲ୍ ସର୍ଚ୍ଚ ମାଧ୍ୟମରେ କୌଣସି ବିଷୟରେ ଅନୁସନ୍ଧାନ କଲାବେଳେ ବିଭିନ୍ନ ୱେବ୍ ଲିଙ୍କ୍ ଖୋଲିବାକୁ ପଡ଼ିଥାଏ, ସୂଚନା ଉତ୍ସଗୁଡ଼ିକୁ ପଢ଼ିବାକୁ ହୋଇଥାଏ ଏବଂ ସେଗୁଡ଼ିକୁ ନିଜେ ବ୍ୟାଖ୍ୟା ଓ ସଂଶ୍ଳେଷଣ କରିବାକୁ ପଡ଼ିଥାଏ।
India vs South Africa, 2nd ODI: ଦ୍ବିତୀୟ ଦିନିକିଆ: ଟିମ୍ ଇଣ୍ଡିଆକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା
ଏହା ଆମ ମସ୍ତିଷ୍କ ପାଇଁ ଅଧିକ ଆହ୍ବାନପୂର୍ଣ୍ଣ ହୋଇଥିଲେ ହେଁ ନିର୍ଦ୍ଦିଷ୍ଟ ବିଷୟର ଏକ ଗଭୀର, ଅଧିକ ମୌଳିକ ଜ୍ଞାନର ବିକାଶକୁ ଉତ୍ସାହିତ କରିଥାଏ। ଅପରପକ୍ଷେ, ଏଲ୍ଏଲ୍ଏମ୍ ଦ୍ବାରା ମିଳୁଥିବା ତଥ୍ୟ ବ୍ୟବହାରକାରୀଙ୍କ ଶିକ୍ଷଣକୁ ଏକ ନିଷ୍କ୍ରିୟ ପ୍ରକ୍ରିୟାରେ ପରିଣତ କରେ। ତେବେ ଏଭଳି ସମାସ୍ୟାର ସମାଧାନ ପାଇଁ ଏଲ୍ଏଲ୍ଏମ୍ ବ୍ୟବହାରକୁ ଏଡ଼ାଇବା ଠିକ୍ ହେବ ନାହିଁ। ବରଂ ଲୋକମାନଙ୍କୁ ଏଲ୍ଏଲ୍ଏମ୍ର ଅଧିକ ରଣନୈତିକ ବ୍ୟବହାରକାରୀ ହେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/04/fshhfhfxvbbvxbv-2025-12-04-01-42-58.jpg)