ଛେଳି ଚରାଳିଙ୍କ ପୁଅ ୟୁପିଏସି ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ

ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର କାଗଲ ତହସିଲର ୟମଗେ ଗାଁରେ ବସବାସ କରୁଥିବା ସିଦ୍ଧାପ୍ପା ଢ଼ୋଣେଙ୍କ ପୁଅ ବିରୁଦେବ ସିଦ୍ଧପ୍ପା ଢ଼ୋଣେ ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ୫୫୧ତମ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 

235

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ୨୦୨୪ର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇ ଯାଇଛି। ଏଥିରେ ଶକ୍ତି ଦୁବେ ସାରା ଦେଶରେ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ହର୍ଷିତା ଗୋୟଲ ଦ୍ବିତୀୟ, ଡୋଙ୍ଗ୍ରି ଅର୍ଚ୍ଚିତ୍‌ ପରାଗ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। 

ସିଭିଲ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସଫଳ ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ା, ସଂଘର୍ଷ ଓ ସ୍ବପ୍ନ ବିଷୟ‌ରେ ଗଣମାଧ୍ୟମରେ ଆଲୋଚନା କରୁଥିବା ବେଳେ ଜଣେ ଛେଳି ଚରାଳିଙ୍କ ପୁଅ ୟୁପିଏସ୍‌ସି ଦ୍ବାରା ପରିଚାଳିତ ୨୦୨୪ର ସିଭିଲ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇଥିବା ଘଟଣା ଚର୍ଚ୍ଚାରେ ରହିଛି।

ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର କାଗଲ ତହସିଲର ୟମଗେ ଗାଁରେ ବସବାସ କରୁଥିବା ସିଦ୍ଧାପ୍ପା ଢ଼ୋଣେଙ୍କ ପୁଅ ବିରୁଦେବ ସିଦ୍ଧପ୍ପା ଢ଼ୋଣେ ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ୫୫୧ତମ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 

ବିରୁଦେବ କାଗଲ ତହସିଲର ପ୍ରଥମ ଛାତ୍ର ଯିଏ ୟୁପିଏସ୍‌ସି ପରୀକ୍ଷାରେ ପାସ୍ କରିଛନ୍ତି। 
ଏହି ସଫଳତାକୁ ନେଇ ବିରୁଦେବ କହିଛନ୍ତି, ‘କିଛି ବର୍ଷ ପୂର୍ବେ ମୋର ଏକ ମୋବାଇଲ୍ ହଜି ଯାଇଥିଲା । ଏ ସମ୍ପର୍କରେ ଯେତେବେଳେ ଅଭିଯୋଗ କରିବାକୁ ମୁଁ ପୁଲିସ ଷ୍ଟେସନ୍ ଯାଇଥିଲେ ମୋତେ ସେଠାରୁ ତଡ଼ି ଦିଆଯାଇଥିଲା। ଏହି ଘଟଣା ମୋର ଆତ୍ମସମ୍ମାନକୁ ଗଭୀର ଭାବେ ଆଘାତ ଦେଇଥିଲା। 

ସେହିଦିନ ଠାରୁ  ମୁଁ ଜଣେ ଆଇପିଏସ୍ ଅଫିସର ହେବି ବୋଲି ଜିଦ ଧରି ବସିଥିଲି।  ଦିନରାତି ଏକ କରି କଠିନ ପରିଶ୍ରମ କରିବା ଆରମ୍ଭ କରିଥିଲି। ପ୍ରତିଦିନ ୨୨ ଘଣ୍ଟା ପାଠ ପଢ଼ୁଥିଲି। ୟୁପିଏସ୍‌ସି ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲି ଆସିଥିଲି। ମୁଁ ଗରିବ ହେତୁ ମୋର ସାଙ୍ଗମାନେ ଅନେକ ଟାହି ଟାପରା ମଧ୍ୟ କରିଥିଲେ। ସବୁକିଛି କଷ୍ଟ ଯନ୍ତ୍ରଣାକୁ ଛାତି ତଳେ ଜାବୁଡ଼ି ଧରି  ମୁଁ ମୋର ଲକ୍ଷ୍ୟ ପଥରେ ଆଗକୁ ବଢ଼ିଥିଲି। ମୋର ପରିଶ୍ରମ ଓ ଆତ୍ମବିଶ୍ବାସର ଫଳ ଆଜି ଆପଣମାନଙ୍କ ସାମ୍ନାରେ ରହିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe