୧୦କୋଟି ବ୍ୟୟରେ ନିର୍ମିତ ହୋଇଛି ‘ବାହୁବଳୀ’ର ମାହିସ୍ୱତୀ ସାମ୍ରାଜ୍ୟର ଅବିକଳ ଦୁର୍ଗା ପୂଜା ପେଣ୍ଡାଲ

Advertisment
୧୦କୋଟି ବ୍ୟୟରେ ନିର୍ମିତ ହୋଇଛି ‘ବାହୁବଳୀ’ର ମାହିସ୍ୱତୀ ସାମ୍ରାଜ୍ୟର ଅବିକଳ ଦୁର୍ଗା ପୂଜା ପେଣ୍ଡାଲ
କୋଲକାତା: ନବରାତ୍ରି ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ପୂଜା ପାଇଁ ବିଭିନ୍ନ ଶୈଳୀରେ ପୂଜା ପେଣ୍ଡାଲମାନ ନିର୍ମିତ ହୋଇଛି। ପଶ୍ଚିମବଙ୍ଗରେ ଚଳିତ ବର୍ଷ ବହୁ ସଂଖ୍ୟାରେ ପୂଜା ପେଣ୍ଡାଲମାନ ନିର୍ମିତ ହୋଇଥିଲା ବେଳେ ସେଥିମଧ୍ୟରୁ ‘ବାହୁବଳୀ’ ସିନେମା ଥିବା ମାହିସ୍ୱତୀ ରାଜ୍ୟର ଅବିକଳ ଏକ ପୂଜା ପେଣ୍ଡାଲ ଚର୍ଚ୍ଚାର ପରିସରରେ ରହିଛି। ଏହି ପେଣ୍ଡାଲକୁ ତିଆରି କରିବା ୧୫୦ଜଣ କାରିଗରଙ୍କୁ ତିନିମାସର ସମୟ ଲାଗିଥିଲା। ଏଥିପାଇଁ ୧୦କୋଟି ଟଙ୍କା ଖର୍ଚ୍ଚା ହୋଇଛି। ଏହି ପେଣ୍ଡାଲର ଉଚ୍ଚତା ୧୧୦ଫୁଟ ରହିଛି ।
 ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପେଣ୍ଡାଲକୁ ଦେଶର ସବୁଠାରୁ ବ୍ୟୟବହୁଳ ପେଣ୍ଡାଲ ଘୋଷିତ କରିବା ସହିତ ଏକ ପ୍ରମାଣ ପତ୍ର ମଧ୍ୟ ଦେଇଛନ୍ତି। ପେଣ୍ଡାଲର ସୁରକ୍ଷା ପାଇଁ ୩୦୦ ଯବାନଙ୍କୁ ନିୟୋଜିତ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe