ବିଶ୍ୱର ବୃହତ୍ତମ ଝିଟିପିଟି ଜାତୀୟ ପ୍ରାଣୀ କୋମୋଡୋ ଡ୍ରାଗନ୍‌ର ସୁରକ୍ଷାରେ ‘କୋମୋଡୋ ଜାତୀୟ ଉଦ୍ୟାନ’

Advertisment
ବିଶ୍ୱର ବୃହତ୍ତମ ଝିଟିପିଟି ଜାତୀୟ ପ୍ରାଣୀ କୋମୋଡୋ ଡ୍ରାଗନ୍‌ର ସୁରକ୍ଷାରେ ‘କୋମୋଡୋ ଜାତୀୟ ଉଦ୍ୟାନ’

scmp.com

ଇଣ୍ତୋନେସିଆର ପୂର୍ବ ନୁସା ତେ˚ଗାରା ଓ ପଶ୍ଚିମ ନୁସା ତେ˚ଗାରା ପ୍ରଦେଶ ମଧ୍ୟସ୍ଥ ସୁନ୍ଦା ଦ୍ୱୀପସମୂହ ଭିତରେ ‘କୋମୋଡୋ ଜାତୀୟ ଉଦ୍ୟାନ’ ଅବସ୍ଥିତ। ଏହି ଜାତୀୟ ଉଦ୍ୟାନ ତିନିଟି ବୃହତ୍‌ ଦ୍ୱୀପକୁ ପରିବ୍ୟାପ୍ତ। ସେଗୁଡ଼ିକ ହେଲା- କୋମୋଡୋ, ପାଦାର ଓ ରି˚କା। ଦ୍ୱୀପ ତିନିଟିର ମିଳିତ କ୍ଷେତ୍ରଫଳ ୧୭୩୩ ବର୍ଗ କିଲୋମିଟର‌୍‌(ଜଳଭାଗ ସମେତ); କେବଳ ସ୍ଥଳଭାଗର କ୍ଷେତ୍ରଫଳ ୬୦୩ ବର୍ଗ କିଲୋମିଟର‌୍‌। ବିଶ୍ୱର ବୃହତ୍ତମ ଝିଟିପିଟି ଜାତୀୟ ପ୍ରାଣୀ କୋମୋଡୋ ଡ୍ରାଗନ୍‌ର ସୁରକ୍ଷା ପାଇଁ ୧୯୮୦ରେ ଏହି ଜାତୀୟ ଉଦ୍ୟାନ ସୃଷ୍ଟି କରାଯାଇଥିଲା। ୧୯୯୧ରେ ଏହି ଜାତୀୟ ଉଦ୍ୟାନ ବିଶ୍ବ ଐତିହ୍ୟ ମାନ୍ୟତା ପାଇଥିଲା। ଏହି ଜାତୀୟ ଉଦ୍ୟାନରେ କୋମୋଡୋ ଡ୍ରାଗନ୍‌ଙ୍କ ସ˚ଖ୍ୟା ପ୍ରାୟ ୫୭୦୦।

publive-image www.boatbookings.com

କୋମୋଡୋ ଡ୍ରାଗନ୍‌ ବିଶ୍ବରେ ଅନ୍ୟ କେଉଁଠି ଦେଖିବାକୁ ମିଳନ୍ତିନାହିଁ। ଏହା ଏକ ଉଗ୍ର ପ୍ରାଣୀ ଏବ˚ ଦେଖିବାକୁ ଭୟଙ୍କର। ଲମ୍ବରେ ତିନି ମିଟର‌୍‌ ପର୍ଯ୍ୟନ୍ତ ବଢ଼ୁଥିବା ଏହି ପ୍ରାଣୀ ମା˚ସାଶୀ। ଏହା ମଧ୍ୟ ସ୍ବ-ଜାତି ଖାଦକ। ଏହା ଆଠ-ନଅ ବର୍ଷ ବୟସରେ ପୂର୍ଣ୍ଣ ବୟସ୍କ ହୁଏ। ଏହାର ଜୀବନ କାଳ ତିରିଶ ବର୍ଷ। ଉଲ୍ଲେଖଯୋଗ୍ୟ ଯେ, ଏହି ଜାତୀୟ ଉଦ୍ୟାନ ମଧ୍ୟ ପ୍ରାୟ ଚାରି ହଜାର ମଣିଷଙ୍କ ବାସସ୍ଥାନ। ବାର୍ଷିକ ଷାଠିଏ ହଜାରରୁ ଅଧିକ ପର୍ଯ୍ୟଟକ ଏହି ଉଦ୍ୟାନ ଭ୍ରମଣରେ ଆସୁଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe