ଝିଅ ସ୍କୁଟି ପଛରେ ବସିଥିବା ବାପା କଲେ ରକ୍ତବାନ୍ତି; ଦେବଦୂତ ସାଜିଲା ପୁଲିସ

ଝିଅ ସ୍କୁଟିରେ ବସି ଯାଉଥିବା ବେଳେ ରକ୍ତବାନ୍ତି କରି ଅଚେତ ହୋଇପଡ଼ିଲେ ବାପା। ଘଟଣାସ୍ଥଳକୁ ଦୌଡ଼ି ଆସି ସିପିଆର ଦେଇ ବୃଦ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଜୀବନ ବଞ୍ଚାଇଲା ପୁଲିସ।

00

ନୂଆଦିଲ୍ଲୀ: ରାଜସ୍ଥାନର କୋଟା ପୁଲିସ ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଥିବା ଘଟଣା ଚର୍ଚ୍ଚାର ପରିସରରେ ରହିଛି।, 

ସୂଚନାଯୋଗ୍ୟ, ‌କୌଣସି ଏକ କାମରେ ଝିଅ ବାପା ସୁନୀଲ କୁମାର ଲୁଥେରାଙ୍କୁ ସ୍କୁଟିରେ ବସାଇ  ନେଇ ଯାଉଥିଲା। ଏହି ସମୟରେ ହଠାତ ସୁନୀଲ ଝିଅକୁ ଅଭୟ କମାଣ୍ଡ ସେଣ୍ଟର ନିକଟରେ ସ୍କୁଟ ଅଟକାଇବାକୁ କହିଥିଲେ। 

ଝିଅ ବାପାଙ୍କ କଥା ଶୁଣି ତୁରନ୍ତ ସ୍କୁଟି ଅଟକାଇ ଦେଇଥିଲା। ସ୍କୁଟିରେ ବସିଥିବା ବେଳେ ସୁନୀଲ ରକ୍ତ ବାନ୍ତି କରି ଅଚେତ ହୋଇପଡ଼ିଥିଲେ। ବାପାଙ୍କ ଏଭଳି ଅବସ୍ଥା ଦେଖି ଝିଅ କ’ଣ କରିବ କିଛି ବୁଝି ପାରି ନଥିଲା। କିନ୍ତୁ ଘଟଣାସ୍ଥଳ ଠାରୁ କିଛି ଦୂରରେ ଥିବା କୋଟା ପୁଲିସ ସୁନୀଲଙ୍କ ପାଖକୁ ଦୌଡ଼ି ଆସିଥିଲେ। ସମୟ ବିଳମ୍ବ ନକରି ସେ ବୃଦ୍ଧଙ୍କୁ ସିପିଆର ଦେବା ଆରମ୍ଭ କରିଥିଲେ। 

କନଷ୍ଟେବଳ ମହମ୍ମଦ ରଫିକ୍ ଏହି ଘଟଣାକୁ ନେଇ କହିଛନ୍ତି, ‘କନଷ୍ଟେବଳ ନିରଞ୍ଜନ କୁମାର ଭାବିଥିଲେ ସୁନୀଲଙ୍କୁ ହୃଦଘାତ ହୋଇଛି। ତେଣୁ ‌ସେ ତାଙ୍କୁ ତୁରନ୍ତ ତଳେ ଶୁଆଇଦେଇ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ସିପିଆର୍ ଦେବା ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ସୁନୀଲ କୁମାରଙ୍କ ଅବସ୍ଥା ସ୍ୱାଭାବିକ ହେବାକୁ ଲାଗିଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ହସ୍ପିଟାଲର ଡାକ୍ତରମାନେ ସୁନୀଲଙ୍କୁ ବିପଦମୁକ୍ତ ଘୋଷଣା କରିଥିଲେ। କହିଲେ ବୃଦ୍ଧଙ୍କୁ ଠିକ ସମୟରେ ସିପିଆର ଦିଆଯାଇଥିବାରୁ ପରିସ୍ଥିତି ଏବେ ଆୟତ୍ତରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe