ହଜିଯାଇଥିବା ଛୁଆକୁ ଫେରି ପାଇବା ପରେ ପିଠିରେ ବସାଇ ଗୁମ୍ଫା ଭିତରକୁ ନେଇଗଲା ମା’ ଭାଲୁ

ରାଜସ୍ଥାନର କୋଟାରେ ବନ କର୍ମଚାରୀମାନେ ମା’ ଠାରୁ ଅଲଗା ହୋଇଯାଇଥିବା  ଏକ ଭାଲୁ ଛୁଆକୁ ୬ଦିନ ପରେ ତା'ର ମାଆ ସହିତ ଭେଟ କରାଇବାରେ ସଫଳ ହୋଇଛନ୍ତି। ହଜି ଯାଇଥିବା ଭାଲୁ ଛୁଆକୁ ଛାତ୍ରଛାତ୍ରୀମାନେ ଖାଇବାକୁ ଦେଇଥିଲେ ଟିଫିନ।

୍ମତଦକନ୍

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ବନ କର୍ମଚାରୀମାନେ ମା’ ଠାରୁ ଅଲଗା ହୋଇଯାଇଥିବା  ଏକ ଭାଲୁ ଛୁଆକୁ ୬ଦିନ ପରେ ତା'ର ମାଆ ସହିତ ଭେଟ କରାଇବାରେ ସଫଳ ହୋଇଛନ୍ତି। 

ଏହି ଘଟଣାକୁ ନେଇ କୋଟାର ଡେପୁଟି ବନ ସଂରକ୍ଷକ ଅଧିକାରୀ ଅନୁରାଗ ଭଟନାଗର କହିଛନ୍ତି, ‘ଗତ ସୋମବାର ଦିନ ଶମ୍ଭୁପୁରାର ଉଚ୍ଚ ସରକାରୀ ବିଦ୍ୟାଳୟର କର୍ମଚାରୀମାନେ ଭାଲୁ ଛୁଆଟିକୁ ହସ୍ତାନ୍ତର କରିଥିଲେ। ଭାଲୁ ଛୁଆଟି ମାତ୍ର ୬ମାସର ହୋଇଥିବାରୁ ତାକୁ ଜଙ୍ଗଲରେ ଛାଡିବା ବିପଦପୂର୍ଣ୍ଣ ଥିଲା। ତେଣୁ ତାକୁ ଘଟଣାସ୍ଥଳରୁ ଉଦ୍ଧାର କରି ଅଭେଡା ଜୈବିକ ଉଦ୍ୟାନରେ ଆଶ୍ରୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା ।ଏହାପରେ ତା'ର ମାଆକୁ ଖୋଜିବା ପାଇଁ ପଦକ୍ଷେପ ନିଆଯାଇଥିଲା।

ଛାତ୍ରଛାତ୍ରୀମାନେ ଏହି ଭାଲୁ ଛୁଆଟିକୁ ସ୍କୁଲରେ ବୁଲୁଥିବାର ଦେଖି ତାକୁ ଟିଫିନରେ ଆଣିଥିବା ଖାଦ୍ୟ ଖାଇବାକୁ ଦେଇଥିଲେ।  ମାଈ ଭାଲୁକୁ ଆକର୍ଷିତ କରିବା ପାଇଁ ଭାାଲୁଛୁଆର ଶବ୍ଦ ରେକର୍ଡିଂ କରି ଜଙ୍ଗଲରେ ବାଜା ଯାଇଥିଲା। କିନ୍ତୁ କିଛି ସଫଳତା ମିଳି ନଥିଲା।

ଏହାପରେ  ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ମା’ ଭାଲୁର ସମ୍ଭାବ୍ୟ ରାସ୍ତାରେ ୧୫୦ଟି କ୍ୟାମେରା ଟ୍ରାପ୍ ସ୍ଥାପନ କରାଯାଇଥିଲା।  । ଏଭଳି ସମୟରେ ଶେପୁରିଆ ଗାଁର ମନ୍ଦିରର ପୂଜାରୀ ଆମେ ମା’ ଭାଲୁକୁ ଖୋଜୁଥିବା ଜାଣିବାକୁ ପାଇଥି‌ଲେ। ଏହାପରେ ସେ ମନ୍ଦିର ନିକଟ ଏକ ଗୁମ୍ଫାରେ ଏକ ମାଈ ଭାଲୁ ତା'ର ଛୁଆ ସହିତ ରହୁଥିବା ବିଷୟରେ ଆମକୁ ଜଣାଇଥିଲେ। 

ପୂଜାରୀଙ୍କ ଠାରୁ ଆମେ ଏ ସୂଚନା ପାଇବା ମାତ୍ରେ ବନ ବିଭାଗ ଦଳ ସହିତ ରାତି ପ୍ରାୟ ୮ଟାରେ ହଜି ଯାଇଥିବା ଭାଲୁ ଛୁଆକୁ ଧରି ତାର ମା’ ପାଖରେ ନେଇ ଛାଡ଼ି ଦେଇଥିଲୁ। ପ୍ରଥମେ ମା’ ତାର ଛୁଆକୁ ଚିହ୍ନି ପାରିଲା ନାହିଁ। ଛୁଆ ବି କିଛି ସମୟ ଅଜଣା ହୋଇ ରହିବା ପରେ ମା’ର ପିଠି ଉପରକୁ ଡେଇଁ ପଡ଼ିଥିଲା। ମା’ ତାର ଛୁଆକୁ ପିଠିରେ ବସାଇ ଗୁମ୍ଫା ଭିତରକୁ ନେଇ ଯାଇଥିଲା।  ଏହି ଦୃଶ୍ୟ ବାସ୍ତବରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe