ଏଥର ଜନ୍ମାଷ୍ଟମୀ ୧୮ ନା ୧୯ରେ ପାଳିବେ? ଜାଣନ୍ତୁ ମୁହୂର୍ତ୍ତ ଓ ପୂଜାବିିଧି

Advertisment
ଏଥର ଜନ୍ମାଷ୍ଟମୀ ୧୮ ନା ୧୯ରେ ପାଳିବେ? ଜାଣନ୍ତୁ ମୁହୂର୍ତ୍ତ ଓ ପୂଜାବିିଧି

Knot9

ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥି‌ରେ ପଡ଼େ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଏହିଦିନକୁ ଲୋକେ ଜନ୍ମାଷ୍ଟମୀ ଭାବେ ବି ପାଳନ କରନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ରରେ ମଧ୍ୟରାତ୍ରରେ ମଥୁରାରେ ହୋଇଥିଲା। ଏହି ଦିନକୁ ପ୍ରତିବର୍ଷ ପୂରା ଭାରତବର୍ଷ ବଡ଼ ଧୁମ୍‌ଧାମ୍‌ରେ ପାଳନ କରିଥାଏ। ଏହି ଦିନ ଭକ୍ତମାନେ ଭକ୍ତିରେ ରହି ଭଗବାନ କୃଷ୍ଣଙ୍କ ବ୍ରତ ପାଳନ କରିଥାନ୍ତି। ଏଥର ଜନ୍ମାଷ୍ଟମୀ ପଡୁଛି ଅଗଷ୍ଟ ୧୮ ତାରିଖରେ।

ଜ୍ୟୋତିଷଙ୍କ ଅନୁସାରେ, ଚଳିତବର୍ଷ ଜନ୍ମାଷ୍ଟମୀ ଉଭୟ ୧୮ ଓ ୧୯ ତାରିଖରେ ପଡୁଥିଲେ ବି ବ୍ରତ ପାଳନ ୧୮ ତାରିଖରେ ହେବ। ଯେଉଁମାନେ କୃଷ୍ଣଙ୍କ ପାଇଁ ଉପବାସ କରିବାକୁ ଚାହାନ୍ତି ସେମାନେ ୧୮ ତାରିଖରେ କରିବେ। ଅଷ୍ଟମୀ ତିଥି ଅଗ‌ଷ୍ଟ ୧୮ ତାରିଖ ରାତି ୯ଟାରେ ଆରମ୍ଭ ହେଉଥିବାରୁ ଏହି ଦିନ ବ୍ରତ ପାଳନ କରିବା ଉଚିତ।

ରାତି ପୂଜା ପାଇଁ ଅଗଷ୍ଟ ୧୮ ତାରିଖ ରାତି ୧୨ଟାରୁ ୧୨ଟା ୪୭ ଉଚିତ ସମୟ। ରାତି ପୂଜା ଏହି ସମୟରେ କଲେ ଭଲ। ଏଥର ଜନ୍ମାଷ୍ଟମୀକୁ ନେଇ ଅନେକ ମତଭେଦ ଉପୁଜିଛି। କେହି କେହି ୧୮ ତାରିଖକୁ କୃଷ୍ଣ ଜନ୍ମ ବୋଲି ମାନୁଥିବା ବେଳେ କେହି କେହି ୧୯ ତାରିଖକୁ ମାନୁଛନ୍ତି।

ତେବେ ଜନ୍ମାଷ୍ଟମୀରେ କେବଳ କୃଷ୍ଣଙ୍କୁ ନୁହେଁ, ଆପଣ ସୂର୍ଯ୍ୟ, ସୋମ, ଯମ, କାଳ, ସଂଧି, ଭୂତ, ପବନ, ଭୂମି, ଆକାଶ ଓ ବ୍ରହ୍ମା ଆଦିଙ୍କୁ ନମସ୍କାର କରନ୍ତୁ। ପୂଜା ସମୟରେ ପୂର୍ବ କିମ୍ବା ଉତ୍ତରକୁ ମୁହଁ କରି ବସନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe