‘ମୁଁ ମହାକୁମ୍ଭରେ ଚା’ ବିକ୍ରି କରି ୭ହଜାର ଟଙ୍କା ରୋଜଗାର କରି ୫ହଜାର ଲାଭ ପାଇଛି’

ମହାକୁମ୍ଭରେ ବଢ଼ୁଥିବା ଭିଡ଼ ହେତୁ ମେଳା ପରିସରରେ ଚା, ପାଣି, ମାଳ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ବ୍ୟବସାୟୀମାନେ ପ୍ରଚୁର ଲାଭ ପାଉଛନ୍ତି। ଅନ୍ୟପକ୍ଷରେ ଭିଡ଼ ହେତୁ ମେଳା ପ୍ରଶାସନ ଶୃଙ୍ଖଳା ବଜାୟ ରଖିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। 

ମକ୍ମକ

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ୨୦୨୫ ଆଉ କିଛି ଦିନ ମଧ୍ୟରେ ଶେଷ ‌ହୋଇଯିବ। ଏଭଳି ସମୟରେ ମହାକୁମ୍ଭ ମେଳା ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆଗମନ କରୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଚାଲିଛି।

ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରିବା ପାଇଁ ସଙ୍ଗମରେ ପହଞ୍ଚୁଛନ୍ତି। ମହାକୁମ୍ଭରେ ଏତେ ସଂଖ୍ୟାରେ ଭକ୍ତଙ୍କ ଆଗମନ ଯୋଗୁଁ ମେଳା ପ୍ରଶାସନ ଶୃଙ୍ଖଳା ବଜାୟ ରଖିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। 
ଅନ୍ୟପକ୍ଷରେ ଦେଖିବାକୁ ଗଲେ ମହାକୁମ୍ଭରେ ବଢ଼ୁଥିବା ଭିଡ଼ ହେତୁ ମେଳା ପରିସରରେ ଚା, ପାଣି, ମାଳ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ବ୍ୟବସାୟୀମାନେ ପ୍ରଚୁର ଲାଭ ପାଉଛନ୍ତି। 


ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଚା ଏବଂ ପାଣି ବିକ୍ରି କରୁଥିବା ଜଣେ ବ୍ୟବସାୟୀ ଦାବି କରି କହିଛନ୍ତି ଯେ,‘ମୁଁ ଗୋଟିଏ ଦିନରେ ୫୦୦୦ ଟଙ୍କା ଚା’ ବିକ୍ରି କରି ଲାଭ  ପାଇଛି।’

କଣ୍ଟେଣ୍ଟ କ୍ରିଏଟର ଶୁଭମ ପ୍ରଜାପତି ନାମକ ଜଣେ ଯୁବକ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଶୁଭମ ପ୍ରଜାପତି କୁମ୍ଭମେଳାରେ ଚା ବିକ୍ରୟ କରି ଗୋଟିଏ ଦିନରେ କେତେ ଟଙ୍କା ରୋଜଗାର କରିହେବ ତାହା ଜାଣିବାକୁ ଚାହିଁଥିଲେ।  ଏଥିପାଇଁ ସେ କୁମ୍ଭମେଳାର ଚା’ ବ୍ୟବସାୟ ଆରମ୍ଭ କରିଥିଲେ।

 ଶୁଭମଙ୍କ କହିବା ଅନୁଯାୟୀ, ‘ମୁଁ କୁମ୍ଭମେଳାରେ ପହଞ୍ଚି ସକାଳୁ ଚା ତିଆରି କରିବା ଆରମ୍ଭ କରିଦେଇଥିଲି। ଲୋକମାନେ ମୋ ଦୋକାନରେ ଚା ପିଇବାକୁ ଭିଡ଼ ଲାଗାଇଥିଲେ। ଏଥିସହିତ ମୁଁ ୧୦ ଟଙ୍କାରେ ପାଣି ବି ବିକ୍ରି କରିଥିଲି।  ଅପରାହ୍ନରେ କିଛି ସମୟ ବିଶ୍ରାମ ନେବା ପରେ ପୁଣି ଚା’ ଭର୍ତ୍ତି ଏକ ପାତ୍ର ଧରି କୁମ୍ଭମେଳାରେ ବୁଲିବୁଲି ଚା’ ବିକ୍ରି କରିଥିଲି। ଏହି ବିକ୍ରି ହେତୁ ମୁଁ ୭ହଜାର ଟଙ୍କା ରୋଜଗାର କରି ପାରିଛି। ଯେଉଁଥିରେ ମୋତେ ୫ହଜାର ଟଙ୍କାର ଲାଭ ମିଳିଛି।


ସୋସିଆଲ ମିଡିଆରେ ଲୋକମାନେ ଶୁଭମଙ୍କ ବ୍ୟବସାୟ ଯୋଜନାକୁ ଖୁବ ପ୍ରଶଂସା କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe