ଦେଖନ୍ତୁ ଏହି ବାବାଙ୍କୁ, କୁମ୍ଭମେଳାରେ ଛିଡ଼ା ହୋଇ ରହିଛନ୍ତି ଦୀର୍ଘ ୯ ବର୍ଷ ହେଲା

ଦେଖନ୍ତୁ ଏହି ବାବାଙ୍କୁ, କୁମ୍ଭମେଳାରେ ଛିଡ଼ା ହୋଇ ରହିଛନ୍ତି ଦୀର୍ଘ ୯ ବର୍ଷ ହେଲା

ପ୍ରୟାଗରାଜ: କୁମ୍ଭମେଳାରେ ଜମିଛି ସାଧୁସନ୍ଥଙ୍କ ଭିଡ। ୧୫ ଜାନୁଆରୀ ୨୦୧୯ରେ ସାରାଦେଶରେ ମକର ସଂକ୍ରାନ୍ତିର ଉତ୍ସବ ଚାଲିଥିବା ବେଳେ ପ୍ରୟାଗରାଜରେ ଆସ୍ଥାର ମହାପର୍ବ କୁମ୍ଭମେଳା-୨୦୧୯ ମଧ୍ୟ ଆରମ୍ଭ ହୋଇଯାଇଛି। ସଂଗମ ନଗରୀରେ ବାବାମାନଙ୍କ ଭିନ୍ନ ଭିନ୍ନ ରୂପ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କେଉଁ ବାବାଙ୍କ ହଠ ଯୋଗ ତଥା ସଂକଳ୍ପ ଲୋକଙ୍କୁ ଆଚମ୍ବିତ କରିଛି ତ ଆଉ କୌଣସି ବାବା ହଜାରେ ଋଦ୍ରାକ୍ଷମାଳା ଧାରଣ କରି ଲୋକଙ୍କ ଧ୍ୟାନ ନିଜ ଉପରକୁ କେନ୍ଦ୍ରିତ କରୁଛନ୍ତି।

ପ୍ରୟାଗରାଜର ଏହି ମେଳାରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଶୈଳିରେ ଜୀବନ ବିତାଉଥିବା ଏହି ସାଧୁମାନଙ୍କୁ। ଆଉ ଏହା ଭିତରେ ଆକର୍ଷଣ ପାଲଟିଛନ୍ତି ହାତଟେକା ବାବା, ପାଇଲଟ୍‌ ବବା ଓ ଠିଆ ବାବାଙ୍କ ଭଳି ଅନେକ ସାଧୁ ଯ ପୂର୍ବରୁ ଆମେ ଆପଣଙ୍କୁ ହାତଟେକା ବାବା ଓ ପାଇଲଟ୍‌ ବାବାଙ୍କ ବିଷୟରେ ଜାଣିବାକୁ ମିଳିଥିଲା। ଏବେ କୁମ୍ଭମେଳାରେ ଦେଖିବାକୁ ମିଳିଛି ଷ୍ଟାଣ୍ଡିଂ ବାବାଙ୍କୁ। ବିଶ୍ୱାସ ନହେଲେ ମଧ୍ୟ ଦୀର୍ଘ ୯ବର୍ଷ ହେଲା ବାବା ଗୋଟିଏ ଗୋଡରେ ଛିଡା ହୋଇ ରହିଛନ୍ତି।। ଏପରିକି ବାବା ନିଜର ସମସ୍ତ ନିତ୍ୟକର୍ମ କଲାବେଳେ ମଧ୍ୟ ଏହି ଭଳି ଛିଡା ହୋଇ ରୁହନ୍ତି। ଆହୁରି ଆଶ୍ଚର୍ଯ୍ୟ ଲାଗିବ ବାବା ଏମିତି ଛିଡା ହୋଇ ଶୋଇ ଯାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe