ଲଦାଖର ‘ମାଂଜି’: ମେମେ ଚୋଞ୍ଜୋର ୩୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ନିଜର ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ ସହ ବିକ୍ରୟ କଲେ ପୈତୃକ ସମ୍ପତ୍ତି...

Advertisment
ଲଦାଖର ‘ମାଂଜି’: ମେମେ ଚୋଞ୍ଜୋର ୩୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ନିଜର ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ ସହ ବିକ୍ରୟ କଲେ ପୈତୃକ ସମ୍ପତ୍ତି...

BetterIndia

ଲଦାଖ: ରୂପେଲି ପରଦା ଉପରେ ଅନେକ ‘ରିଲ୍‌ ଲାଇଫ୍‌ ହିରୋ’ଙ୍କୁ ଆମେ ଦେଖିଛୁ ଯେଉଁମାନେ ଅନ୍ୟର ଦୁଃଖ ଯନ୍ତ୍ରଣା ଦେଖି କିଛି ଠୋସ୍‌ କାର୍ଯ୍ୟକ୍ରମ କରିବା ପାଇଁ ଆଗେଇ ଆସନ୍ତି! କିନ୍ତୁ, ‘ରିଏଲ ଲାଇଫ୍‌’ରେ କ’ଣ ଏପରି ହିରୋ ଥା’ନ୍ତି, ଯାହାଙ୍କୁ ଅନ୍ୟମାନଙ୍କ ଦୁଃଖ ଓ ଯନ୍ତ୍ରଣା ଏତେ ମାତ୍ରାରେ ପ୍ରଭାବିତ କରିଥାଏ? ହଁ, ଆଗରୁ ଅବଶ୍ୟ ଆମେ ବିହାରର ଦଶରଥ ମାଂଜିଙ୍କ ଚମତ୍କାର କାହାଣୀ ବିଷୟରେ ଜାଣିଥିଲେ ଯିଏ କେବଳ ହାତୁଡ଼ି ଏବଂ ଛେଣି ବ୍ୟବହାର କରି ପାହାଡ଼ କାଟି ରାସ୍ତା ଖୋଦେଇ କରିଥିଲେ। ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଛି ମାଂଜିଙ୍କ କାହାଣୀ ଆଧାରରେ।
ତେବେ, ଆଜି ଆମେ ଆପଣଙ୍କୁ କହୁଛୁ ଅନ୍ୟ ଜଣେ ‘ମାଂଜି’ଙ୍କ କାହାଣୀ। ଇଏ ହେଉଛନ୍ତି, ଲଦାଖର ଜାନସକର ଉପତ୍ୟକାର ଷ୍ଟୋଙ୍ଗଡେ ଗାଁ’ର ମେମେ ଚୋଞ୍ଜୋର। ବୟସ ୭୫। ୟା’ଙ୍କର କାହାଣୀ ଯେତେ ମାତ୍ରାରେ ପ୍ରେରଣାଦାୟୀ ତା’ଠାରୁ ବହୁ ଅଧିକ ଗୁଣରେ ଉତ୍ସର୍ଗୀକୃତ। ୭୫ ବର୍ଷ ବୟସ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମେମେ ତାଙ୍କ ଗାଁର ଲୋକମାନଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ନିଜର ଏକକ ଉଦ୍ୟମରେ ତିଆରି କରିଛନ୍ତି ଦୀର୍ଘ ୩୮ କିଲୋମିଟରର ରାସ୍ତା। ଆଉ ଏଇ ରାସ୍ତା ନିର୍ମାଣ ପାଇଁ ସେ ତାଙ୍କ ନିଜ ଜୀବନ କାଳର ସମସ୍ତ ସଞ୍ଚିତ ଅର୍ଥ ୫୭ ଲକ୍ଷ ବ୍ୟୟ କରିସାରିବା ପରେ ବି ଅର୍ଥ ନିଅଣ୍ଟ ପଡ଼ିବାରୁ ନିଜର ପୈତୃକ ସଂପତ୍ତିିକୁ ଏଇ କାର୍ଯ୍ୟ ପାଇଁ ବିକ୍ରୟ କରିଦେବାକୁ ସୁଦ୍ଧା କୁଣ୍ଠିତ ହୋଇ ନାହାନ୍ତି।

publive-image BetterIndia

ମେ ୨୦୧୪ରୁ ଜୁନ୍‌ ୨୦୧୭ ପର୍ଯ୍ୟନ୍ତ, ସେ ଏକାକୀ ନେତୃତ୍ୱ ନେଇ ରାମଜାକ ଠାରୁ ଶିଙ୍କୁଲା ପାସ୍‌ ପର୍ଯ୍ୟନ୍ତ ଦୀର୍ଘ ୩୮ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe