ପିଲାଦିନେ ପାଠପଢ଼ା ଛଡାଇ ଦେଇଥିଲେ ପିତା; ଏବେ କ୍ୟାବ୍‌ ଚଳାଇ ଅଧା ଥିବା ପାଠପଢ଼ାକୁ ପୂରା କରୁଛନ୍ତି ୧୯ବର୍ଷର ଏହି ବାଳିକା

Advertisment
ପିଲାଦିନେ ପାଠପଢ଼ା ଛଡାଇ ଦେଇଥିଲେ ପିତା; ଏବେ କ୍ୟାବ୍‌ ଚଳାଇ ଅଧା ଥିବା ପାଠପଢ଼ାକୁ ପୂରା କରୁଛନ୍ତି ୧୯ବର୍ଷର ଏହି ବାଳିକା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଥାଏ। ଏହି ଖବରମାନଙ୍କ ମଧ୍ୟରୁ ଜଣେ ଉବେର ଚାଳିକାଙ୍କ ଖବର ଲୋକମାନଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ପୋଷ୍ଟକୁ ଉଦ୍ୟୋଗୀ ଓଲିଭିୟା ଡେକା ନିଜର ଦିଲ୍ଲୀ ଯାତ୍ରା ପରେ ସେୟାର କରିଛନ୍ତି।

publive-image

ସେ ନିଜର ଏହି ପୋଷ୍ଟରେ ଦିଲ୍ଲୀର ଉବେର କ୍ୟାବ୍‌ ଚଳାଉଥିବା ଏହି ବାଳିକାଙ୍କ ପ୍ରେରଣାଦାୟକ କାହାଣୀ ସେୟାର କରି ଲେଖିଛନ୍ତି, ଏହି ବାଳିକାଙ୍କ ପିତା ତାଙ୍କୁ ପାଠପଢ଼ା ଛଡାଇ ଦେଇଥିଲେ। କାରଣ ଝିଅ ପାଠପଢ଼ୁ ବୋଲି ସେ ଚାହୁଁ ନଥିଲେ। କିନ୍ତୁ ବାଳିକା ଜଣକ ନିଜ ଚେଷ୍ଟା ବଳରେ କ୍ୟାବ୍‌ ଚଳାଇ ନିଜର ଦ୍ୱାଦଶଶ୍ରେଣୀ ପାଠପଢ଼ା ପୂରା କରୁଛନ୍ତି।

publive-image

ଓଲିଭିୟା ନଭେମ୍ବର ୧୩ରେ ସେୟାର କରିଥିବା ନିଜର ପୋଷ୍ଟରେ ଲେଖିଛନ୍ତି, ‘ଦିଲ୍ଲୀରୁ ଗୁରୁଗ୍ରାମ ଯିବା ପାଇଁ ଉବେର କ୍ୟାବ୍‌ ଭଡ଼ା କରିଥିଲି। ଏହି ଯାତ୍ର। ଏକ ଅଭୁଲା ସ୍ମୃତି ହୋଇ ରହି ଯାଇଛି। ମୁଁ ଯେଉଁ ଉବେର କ୍ୟାବ୍‌ରେ ଯାତ୍ରା କରୁଥିଲି। ସେହି ଉବେର ଜଣେ ବାଳିକା ଚଳାଉଥିଲେ, ଯାହାଙ୍କ ନାମ ଥିଲା କୋମଲ । ତାଙ୍କ ବୟସ ୧୯ବର୍ଷ। ଘରେ ତାଙ୍କର ଗୋଟିଏ ଛୋଟ ଓ ଦୁଇଟି ବଡ଼ ଭଉଣୀ ଅଛନ୍ତି। ପିଲାଦିନେ ତାଙ୍କ ପିତା ପାଠପଢ଼ା ଛଡାଇ ଦେଇଥିବାରୁ ସେ ଏବେ ନିଜର ପାଠପଢ଼ା କ୍ୟାବ୍‌ ଚଳାଇ ପୂରା କରୁଛନ୍ତି। କ୍ୟାବ୍‌ ଚଳାଇବାକୁ ତାଙ୍କୁ ଗୋଟିଏ ବର୍ଷ ହୋଇଗଲାଣି। ଚଳିତ ବର୍ଷ ସେ ଦ୍ୱାଦଶ ପରୀକ୍ଷା ଦେବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe