ଏହି ମନ୍ଦିରରେ ଦେବୀଙ୍କୁ ଅର୍ପଣ କରାଯାଏ 'ଚପଲ ମାଳ'

Advertisment
ଏହି ମନ୍ଦିରରେ ଦେବୀଙ୍କୁ ଅର୍ପଣ କରାଯାଏ 'ଚପଲ ମାଳ'

rochakpost.com

ସାଧାରଣତଃ ଆମେ ମନ୍ଦିରରେ ଦେବୀ-ଦେବତାଙ୍କ ପାଇଁ ଫୁଲମାଳ, ପ୍ରସାଦ, ଧୁପ,ଦୀପ ଆଦି ପୂଜା ପାଇଁ ନେଉ । ଆପଣ କେବେ ଶୁଣିଛନ୍ତିି, ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚପଲ ଅର୍ପଣ କରାଯାଏ ବୋଲି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । କର୍ଣ୍ଣାଟକର କଳବୁର୍ଗୀ ଜିଲ୍ଲା ଆଲନ୍ଦା ଅଞ୍ଚଳରେ ଥିବା ଲକମା ମନ୍ଦିରରେ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଚପଲର ମାଳ ଚଢ଼ାଯାଇଥାଏ। ଭକ୍ତମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ମନ୍ଦିର ବାହାରେ ଥିବା ଗଛରେ ମଧ୍ୟ ଚପଲ ବାନ୍ଧିଥାନ୍ତି । ମିଡିିଆ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ମନ୍ଦିରରେ ଦେବୀଙ୍କୁ ପୂଜା ହିନ୍ଦୁ ନୁହଁ, ବରଂ ମୁସଲମାନ ପୂଜାରୀ କରିଥାନ୍ତି। ଏହି ମନ୍ଦିରରେ ଦୀପାବଳୀ ପରେ ପରେ ଏକ ବହୁତ ବଡ଼ ମେଳା ବସିଥାଏ , ଯାହା ପାଇଁ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇଥାନ୍ତି ।

ଏହି ମନ୍ଦିରରେ ମନସ୍କାମନା ପୂର୍ଣ୍ଣ ପାଇଁ ମନ୍ଦିର ବାହାରେ ଥିବା ଗଛରେ ଭକ୍ତମାନେ ଚପଲ ବାନ୍ଧିଥାନ୍ତି ଏବଂ ମନସ୍କାମନା ପୂର୍ଣ୍ଣ ହେବା ପରେ ମନ୍ଦିର ଭିତରେ ଦେବୀଙ୍କୁ ଚପଲର ମାଳ ଚଢ଼ାଇଥାନ୍ତି । ଭକ୍ତଙ୍କ ଅନୁଯାୟୀ, ମେଳା ରାତ୍ରୀରେ ଦେବୀ ମା’ ଗଛରେ ଲଗାଯାଇଥିବା ଚପଲ ପିନ୍ଧି ଭକ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ପୂର୍ବେ ଏହି ମନ୍ଦିରରେ ବଳଦ ବଳି ଚଢ଼ାଯାଉଥିଲା । ପଶୁବଳୀ ବନ୍ଦ ହେବା ପରେ ଏଠାରେ ବଳି ବନ୍ଦ କରାଯାଇଥିଲା । ଏହା ପରେ ଦେବୀ ମା ରାଗି ଯାଇଥିଲେ ଏବଂ ତାଙ୍କୁ ଶାନ୍ତ କରିବା ପାଇଁ ବଳୀ ବଦଳରେ ଚପଲ ଚଢ଼ାଇବା ପରମ୍ପରା ଆରମ୍ଭ କରାଗଲା ।

publive-image rochakpost.com

ଭାରତରେ ଏହି ଭଳି ଆଶ୍ଚର୍ଯ୍ୟକର ପରମ୍ପରା ଅନ୍ୟ କିଛି ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଥାଏ । ରାଜସ୍ଥାନର ନାଗୋରୀ ଅଞ୍ଚଳରେ ଥିବା ଦେବୀଙ୍କ ମନ୍ଦିରରେ ପ୍ରସାଦ ଭାବେ ମଦ ଦିଆଯାଇଥାଏ। ତାଙ୍କୁ କେବଳ ଦେଢ଼ କପ ମଦ ହିଁ ଦିଆଯାଇଥାଏ। ଯଦି ଦେଢ଼ କପରୁ ଟିକେ ମଧ୍ୟ କମ ମଦ କପରେ ରହେ ତେବେ ତାହାକୁ ଗ୍ରହଣ କରାଯାଏ ନାହିଁ । ଏଠାରେ ମଦକୁ ଏକ ରୂପା ଗିଲାସ ଦ୍ୱାରା ଦେବୀଙ୍କ ମୁହଁରେ ଲଗାଯାଇଥାଏ ଏବଂ ମଦ ଗାଏବ ହୋଇଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe