ପକ୍ଷୀ ରାଇଜର ଲେମ୍ବୋର୍ଗିନି

Advertisment
ପକ୍ଷୀ ରାଇଜର ଲେମ୍ବୋର୍ଗିନି

representetional immage - Wide Open Pets

ପଶୁପକ୍ଷୀମାନଙ୍କର ରଙ୍ଗ କଳା ହେବାରେ କିଛି ନୂତନତ୍ବ ନାହିଁ। ଆମେ ଜାଣିବାରେ ଗରିଲା, ଭାଲୁ ସମେତ କିଛି ପ୍ରଜାତିର କୁକୁର ଓ ବିରାଡ଼ିର ରଙ୍ଗ କଳା ହୋଇଥିବା ବେଳେ କାଉ, କୋଇଲି ଓ କଜଳପାତି ପରି କିଛି ପକ୍ଷୀ ମଧ୍ୟ ଦେଖିବାକୁ କଳା। ମାତ୍ର ଇଣ୍ଡୋନେସିଆରେ ମିଳୁଥିବା ଏକ ବିଶେଷ ପ୍ରଜାତିର କୁକୁଡ଼ାର ରଙ୍ଗ ସଂପୂର୍ଣ୍ଣ କଳା ହେବାଟା ସମଗ୍ର ପକ୍ଷୀଜଗତରେ ନିଆରାପଣ ସୃଷ୍ଟି କରିଛି। ‘ଆୟାମ ସେମାନି’ (ଇଣ୍ଡୋନେସିଆ ଭାଷାରେ ‘କଳା କୁକୁଡ଼ା’) ନାମକ ଏହି ପ୍ରଜାତିର କେବଳ ପର ନୁହେଁ, ତାହାର ଚମ, ଥଣ୍ଟ, ଜିହ୍ବା, ଗୋଡ଼, ନଖ ଆଦି ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ କଳା ରଙ୍ଗର।

ଅବଶ୍ୟ ତାହାର ରକ୍ତର ରଙ୍ଗ କଳା ନହେଲେ ବି ଅତି ଗାଢ଼ ମେରୁନ୍‌ ରଙ୍ଗର। ପ୍ରାୟ ୮୦୦ ବର୍ଷ ତଳୁ ‘ଫିବ୍ରୋମେଲାନୋସିସ୍‌’ ନାମକ ଏକ ଆନୁବଂଶିକ ବ୍ୟତିକ୍ରମ ଯୋଗୁଁ ଏହି ପ୍ରଜାତିର କୁକୁଡ଼ା ଏଭଳି କୃଷ୍ଣକାୟ ହୋଇଥିବା ଜଣାଯାଇଛି। ଏସିଆରେ ଏହାର ସ୍ବତନ୍ତ୍ର ଚାହିଦା ରହିଛି। କାରଣ ତାହାର ମାଂସର କୁଆଡ଼େ ରହସ୍ୟାଚ୍ଛନ୍ନ ଶକ୍ତି ରହିଛି ବୋଲି ବିଶ୍ବାସ କରାଯାଏ। ଏହାର ମାଂସ ଖାଇଲେ ନିଜର ମନୋଭାବ ସକାରାତ୍ମକ ହେବ ଏବଂ ସମାଜରେ ସୌହାର୍ଦ୍ଦ ବଜାୟ ରହିବ ବୋଲି ପ୍ରବାଦ ରହିଛି। ସେଥିରେ ଲୌହସାର ଖଣିଜ ଭରପୂର ରହିଥିବାରୁ ବିଶେଷ କରି ଗର୍ଭବତୀମାନଙ୍କ ପାଇଁ ପ୍ରସବ ପୂର୍ବରୁ ଓ ପରେ ଏହା ଉପକାରୀ। ସାଧାରଣ ଆକୃତିର ଗୋଟିଏ ଆୟାମ ସେମାନିର ବଜାର ଦର ୨,୫୦୦ ଡଲାର ରହିଛି। ତେଣୁ ଏହି ବ୍ୟୟବହୁଳ କୁକୁଡ଼ାକୁ କେହି କେହି ‘ପକ୍ଷୀ ରାଇଜର ଲେମ୍ବୋର୍ଗିନି’ ବୋଲି କହିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe