ନୂଆଦିଲ୍ଲୀ: କିଛିଦିନ ତଳେ ମାଙ୍କଡ଼ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଉତ୍ତରପ୍ରଦେଶର ଶାହଜହାନପୁରର ଗ୍ରାମବାସୀମାନେ ଭାଲୁ ଭଳି ପୋଷାକ ପିନ୍ଧିଥିବାର ଫଟୋ ସାମ୍ନାକୁ ଆସିଥିଲା। ତେବେ ଏହି ମାଙ୍କଡ଼କୁ ନେଇ ଆଉ ଏକ ଭିଡିଓ ଟୁଇଟରେ ଭାଇରାଲ୍ ହେବାରେ ଲାଗିଛି।
https://khabar.ndtv.com/ଜାନୁଆରି ୩୧ରେ ଭାଇରାଲ ହୋଇଥିବା ଭିଡିଓରେ ଏକ ହନୁମାଙ୍କଡ଼ ପଡ଼ିଆରେ ପରେଡ ଚାଲୁଥିବା ବେଳେ ପଶି ଆସୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ପରେଡ୍ କରି କରି ଯାଉଥିବା ଜଣେ ପୁଲିସକର୍ମଚାରୀଙ୍କୁ ଏହି ହନୁମାଙ୍କଡ଼ଟି ପଛପଟରୁ ଧକ୍କା ଦେଇ ଉକ୍ତ ସ୍ଥାନରୁ ଚମ୍ପଟ ମାରୁଛି। ଫଳରେ ପୁଲିସ କର୍ମଚାରୀ ହନୁମାଙ୍କଡ଼ ଧକ୍କାରେ ତାଙ୍କର ସନ୍ତୁଳନ ହରାଇ ପଡ଼ିଲା ଭଳି ହୋଇଯାଉଛନ୍ତି।
ଆଇପିଏସ୍ ପଙ୍କଜ ଜୈନ୍ ଆଜି ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ଠିକ୍ ଏଭଳି ଆପଣଙ୍କ ଡ୍ରିଲ ଇନ୍ଷ୍ଟ୍ରକଟର୍ କରିବା ଦରକାର, ଯେତେବେଳେ ଆପଣ ସଠିକ୍ ଭାବେ ଡ୍ରିଲ ନ କରିବେ। ଏଥିସହିତ ସେ ଏକ ହସକାନ୍ଦ ସଙ୍କେତ ଥିବା ଇମୋଜି ମଧ୍ୟ ଦେଇଛନ୍ତି।
ଭିଡିଓଟିକୁ ଏଯାବତ ୪ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏଥିସହିତ ପୁଲସକର୍ମଚାରୀଙ୍କୁ ପରେଡ୍ ସମୟରେ ମାଙ୍କଡ଼ ଧକ୍କା ଦେବା ଭିଡିଓକୁ ହଜାରରୁ ଅଧିକ ଲାଇକ୍ ମିଳି ସାରିଥିବା ବେଳେ ୧୦୦ରୁ ଅଧିକ ଥର ଏହାକୁ ରିଟୁଇଟ କରାଯାଇଛି। ଲୋକମାନଙ୍କୁ ଏହି ଭିଡିଓଟି ଖୁବ୍ ପସନ୍ଦ ଆସିଛି।
ଜଣେ ଟୁଇଟର ବ୍ୟବହାରକାରୀ ଏହି ଭିଡିଓକୁ ଦେଖିବା ପରେ ମଜାଳିଆ ପ୍ରତିକ୍ରିୟା ଦେଇ କହିଛନ୍ତି, ପୁଲିସକର୍ମଚାରୀ ଜଣକ ଧାଡ଼ିରୁ ବାହାରେ ଥିଲେ। ତେଣୁ ହନୁମାଙ୍କଡ଼ ତାଙ୍କ ପାଖକୁ ଧାଇଁ ଆସି ଧକ୍କା ଦେଇ ଧାଡ଼ିରେ ପୂରାଇବାକୁ ଚେଷ୍ଟା କରୁଛି।
Follow Us