ଦୁର୍ଘଟଣାରେ ମହିଳା କନଷ୍ଟେବଳଙ୍କ ମୃତଦେହକୁ କାନ୍ଧ ଦେଲେ ଏସପି ଓ ଏଏସ୍‌ପି

Advertisment
ଦୁର୍ଘଟଣାରେ ମହିଳା କନଷ୍ଟେବଳଙ୍କ ମୃତଦେହକୁ କାନ୍ଧ ଦେଲେ ଏସପି ଓ ଏଏସ୍‌ପି

.oneindia.com

ମିର୍ଜାପୁର: ମିର୍ଜାପୁର-ବାରାଣାସୀ ଜାତୀୟ ରାଜପଥ ପୁଲିସ ଷ୍ଟେସନ ପରିସରରେ ଡ୍ୟୁଟି ଯାଉଥିବା ସମୟରେ ଜଣେ ମହିଳା କନଷ୍ଟେବଳଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଟ୍ରକ ଧକ୍କାରେ ମହିଳା କନଷ୍ଟେବଳ ଗୁରୁତର ଆହତ ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ। ଗୁରୁତର ଅବସ୍ଥାରେ ମହିଳା କନଷ୍ଟେବଳଙ୍କୁ ସେଠାରୁ ଉଦ୍ଧାର କରି କିଛି ସ୍ଥାନୀୟଲୋକେ ମଣ୍ଡଲୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଥିଲେ।

publive-image oneindia.com

ଏହାପରେ ଝିଅର ମୃତ୍ୟୁ ଖବର ପରିବାରଲୋକଙ୍କୁ ଦିଆଯାଇଥିଲା। ଖବର ପାଇ ଗତ ଶନିବାର ବିଳମ୍ବିତ ରାତିରେ ମହିଳା କନଷ୍ଟେବଳ ଉଜ୍ଜବଲ ସେଙ୍ଗରଙ୍କ ପରିବାରଲୋକ ମିର୍ଜାପୁରରେ ପହଞ୍ଚିଥିଲା। ଝିଅର ମୃତଦେହ ଦେଖିବା ପରେ ପରିବାର ଲୋକେ, ମା’ ଓ ଭାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଝିଅ/ଭଉଣୀକୁ ହରାଇ କାନ୍ଦିକାନ୍ଦି ମା’ ଭାଇଙ୍କ ଚେତା ବୁଡ଼ି ଯାଉଥିଲା। ଉଜ୍ଜବଲ ସେଙ୍ଗରଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ଏସ୍‌ପି ଅଜୟ କୁମାର ସିଂ ଏବଂ ଏଏସପି ସିଟି ସଞ୍ଜୟ କୁମାର ମହିଳା କନଷ୍ଟେବଳଙ୍କ ମୃତଦେହକୁ କାନ୍ଧ ଦେଇ ପୁଲିସ ଲାଇନକୁ ଆଣିଥିଲେ। ପୁଲିସ ଲାଇନରେ ମହିଳାଙ୍କ ପାର୍ଥବ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲୁହ ଭରା ଆଖିରେ ଉଜ୍ଜବଲ ସେଙ୍ଗରଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe