Oneindia Hindi
ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ଲତା ମଙ୍ଗେସରକର ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଚକ୍ରି ଭଳି ଘୁରୁଥିବା ଏକ କାଗଜରେ ଚମତ୍କାର ଭାବେ ହିନ୍ଦୁ ମହାସଭାର ନେତା ବିନାୟକ ଦାମୋଦର ସାଭରକରଙ୍କ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳୁଛି।
ଲତା ଏହି ବ୍ୟକ୍ତିଙ୍କ ଚିତ୍ର ଆଙ୍କୁଥିବାର ଭିଡିଓ ସେୟାର କରି ପଚାରିଛନ୍ତି, ଏହି କଳାକାରଙ୍କୁ ଆପଣ କ’ଣ କହିବେ?
ଲତା ସେୟାର କରିଥିବା ଭିଡିଓଟି ୪୪ ସେକେଣ୍ଡର ରହିଛି। ଏହି ଚିତ୍ରଶିଳ୍ପୀ ଚକ୍ରି ଭଳି ଘୁରୁଥିବା କାଗଜରେ ଚିତ୍ର ମାତ୍ର ଦେଢ଼ ମିନିଟ୍ରେ ଆଙ୍କି ଦେଉଛନ୍ତି। ଏହି ଭିଡିଓଟିକୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପସନ୍ଦ କରୁଥିବା ବେଳେ ଆଉ କେହିକେହି ଏହା ଏଡିଟିଂ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି।
Zee Newsବିଡି ସାଭରକରଙ୍କ ଲତା ଜଣେ ପ୍ରଶଂସକ। ଗତବର୍ଷ ଲତା ସାଭରକର ଓ ତାଙ୍କ ପରିବାର ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିବା କଥା କହିଥିଲେ। ୧୮୮୩ ମଇ ୨୮ ତାରିଖରେ ଜନ୍ମ ହୋଇଥିବା ବିଡ଼ି ସାଭରକର ଏକାଧାରାରେ ଜଣେ ଆଇନଜୀବୀ, ଲେଖକ ଓ ହିନ୍ଦୁ ମହାସଭାର ନେତା ଥିଲେ। ବିନାୟକ ଦାମୋଦର ସାଭରକରଙ୍କ ୧୯୬୬ ମସିହା ଫେବ୍ରୁଆରି ୨୬ ତାରିଖରେ ପରଲୋକ ହୋଇଥିଲା।
Follow Us