ଶିକ୍ଷାଗତ ଯୋଗ୍ୟତା କମ୍‌ ଥିବ‌ାରୁ ଉଚ୍ଚ ପଦବୀ ମିଳିଲାନି; ଅବସର ପରେ ଦଶମ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ ୭୯ ବର୍ଷିୟ ବୃଦ୍ଧ

Advertisment
ଶିକ୍ଷାଗତ ଯୋଗ୍ୟତା କମ୍‌ ଥିବ‌ାରୁ ଉଚ୍ଚ ପଦବୀ ମିଳିଲାନି; ଅବସର ପରେ ଦଶମ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ ୭୯ ବର୍ଷିୟ ବୃଦ୍ଧ

(Photo: ANI)

ଡେରାଡୁନ୍: ପାଠ ପଢ଼ାର କୌଣସି ବୟସ ନାହିଁ। କେଉଁ ବି ବୟସରେ ପାଠ ପଢ଼ାଯାଇପାରେ ଓ କେଉଁ ବି ଡିଗ୍ରି ହାସଲ କରାଯାଇ ପାରେ ବୋଲି ପ୍ରମାଣ କରି ଦେଇଛନ୍ତି ଉତ୍ତରାଖଣ୍ଡର ଜଣେ ୭୯ ବର୍ଷିୟ ବୃଦ୍ଧ। ଏହି ବୟସ୍କ ବ୍ୟକ୍ତି ଜଣକ ସିଆର୍‌ପିଏଫ୍‌ରୁ ଅବସର ନେଇ ସାରିଛନ୍ତି। ଅବସର ନେବା ପରେ ପାଠ ପଢ଼ି ସେ ଦଶମ ବୋର୍ଡ ପରୀକ୍ଷାରେ ୬୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ତାଙ୍କ ନାମ ଦାନି ରାମ। ଉତ୍ତରାଖଣ୍ଡର ଖତିମା ସହରରେ ସେ ରୁହନ୍ତି। ‌ତାଙ୍କର ସ୍ବପ୍ନ ଥିଲା ଯେ ସେ ଜଣେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଭାବେ ଅବସର ନେବେ। ମାତ୍ର ତାଙ୍କର ଶିକ୍ଷାଗତ ଯୋଗ୍ୟତା କମ୍‌ ଥିବା ହେତୁ ତାଙ୍କ ସ୍ବପ୍ନ ସେହିପରି ରହିଗଲା।

ଗଣମାଧ୍ୟମରେ ନିଜର ବୟାନ ଦେଇ ଦାନି ରାମ କହନ୍ତି, ‘ମୁଁ  ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିପାରି ନଥିଲି। ସେହି କାରଣରୁ ମୁଁ ଆସିଷ୍ଟାଣ୍ଡ୍‌ କମାଣ୍ଡାଣ୍ଟ୍‌ ‌ହୋଇପାରିଲିନି। ସବୁବେଳେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ଭାବେ ଅବସର ନେବା ମୋର ଏକ ସ୍ବପ୍ନ ଥିଲା। ତାହା ପୂରଣ ହୋଇପାରିଲିନି, ଯାହାବି ହେଉ, ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଦଶମ ପରୀକ୍ଷା ଦେବାକୁ ସ୍ଥିର କଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe