ଘରେ ଶୋଇଥିବା ବେଳେ ଦେଖନ୍ତୁ କିଭଳି ଏକ ବିଶାଳକାୟ ଜୋକ ବ୍ୟକ୍ତିଙ୍କ ହାତରୁ ଶୋଷି ନେଉଛି ରକ୍ତ

Advertisment
ଘରେ ଶୋଇଥିବା ବେଳେ ଦେଖନ୍ତୁ କିଭଳି ଏକ ବିଶାଳକାୟ ଜୋକ ବ୍ୟକ୍ତିଙ୍କ ହାତରୁ ଶୋଷି ନେଉଛି ରକ୍ତ

latestly.com

ନୂଆଦିଲ୍ଲୀ: ଏକ ବିଶାଳକାୟ ପୋଷା ଜୋକ ଜଣେ ବ୍ୟକ୍ତିଙ୍କ ହାତରୁ ରକ୍ତ ଶୋଷୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭାଇରାଲ କ୍ଲିପ୍‌ରେ ଏକ ବିଶାଳ ଜୋକକୁ ଦେଖିବାକୁ ମିଳୁଛି। ଭିଡିଓଟି ୟୁଟୁବ୍‌ରେ ୨୦୧୫ରେ ସେୟାର କରାଯାଇଥିଲ। । ଏହାକୁ ନିକଟରେ ଜଣେ ରେଡିଟ ବ୍ୟବହାରକାରୀ ସେୟାର କରିବାପରେ ଏହି ଭିଡିଓଟି ପୁଣି ଲୋକଲୋଚନକୁ ଆସିଛି।

ରେଡିଟରେ ଜୋକ ରକ୍ତ ଶୋଷୁଥିବାର ଭିଡିଓକୁ "Keeping a pet leech’’ର କ୍ୟାପସନ୍‌ ସହିତ ସେୟାର କରାଯାଇଛି । ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଯେଉଁ ଲୋକମାନଙ୍କୁ ବ୍ଲଡ କ୍ଲଟିଙ୍ଗର ସମସ୍ୟା ଥାଏ ସେମାନେ ଜୋକ ରଖି ଥାଆନ୍ତି। ଆଉ ଜଣେ ଲେଖିଛନ୍ତି, ସେ ଏହି ଜୋକର ଭିଡିଓ ଦେଖିବା ପରେ ତଳେ ପଡ଼ି ଯାଇଥିଲେ। ଏହି ଜୋକ ବହୁତ ବଡ଼ ବୋଲି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ଜୋକ ଉଭୟ ସ୍ଥଳ ଓ ଜଳଚର ପ୍ରାଣ। ଏକ ପରଜୀବୀ ପ୍ରାଣୀ ହେତୁ ଖାଦ୍ୟ ପାଇଁ ଜୋକକୁ ସର୍ବଦା ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ସେ ମାଛ, ବେଙ୍ଗ, ଝିଟିପିଟି, ପକ୍ଷୀ ଓ ମନୁଷ୍ୟ ଆଦିଙ୍କ ଶରୀରରୁ ରକ୍ତ ଶୋଷି ଜୀବିତ ରହିଥାଏ। ରେଡିଟରେ ସେୟାର କରାଯାଇଥିବା ଭିଡିଓକୁ ଏଯାବତ ୧୦ହଜାରୁ ବି ଅଧିକ ଲୋକ ଦେଖି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe