ଅସହାୟ ପତ୍ନୀଙ୍କୁ ଘରୁ ତଡିଲେ ଭୋଗିବାକୁ ପଡିବାରେ ୨୨ ବର୍ଷ ଜେଲଦଣ୍ଡ !

ଅସହାୟ ପତ୍ନୀଙ୍କୁ ଘରୁ ତଡିଲେ ଭୋଗିବାକୁ ପଡିବାରେ ୨୨ ବର୍ଷ ଜେଲଦଣ୍ଡ !

ଅସହାୟ ପତ୍ନୀଙ୍କୁ ଘରୁ ତଡିବାରୁ ଜଣେ ସ୍ୱାମୀଙ୍କୁ ଭୋଗିବାକୁ ପଡିଛି ୨୨ ବର୍ଷ ଜେଲ୍‌। ଏଭଳି ଏକ କଠୋର ଦଣ୍ଡାଦେଶ ଶୁଣାଇଛି ଗୁଜରାଟର ଅହମଦାବାଦ ଜିଲ୍ଲାରେ ଥିବା ଏକ ପାରିବାରିକ ଅଦାଲତ। ଯେଉଁଠି ଜଣେ ୫୫ ବର୍ଷୀୟ ବ୍ୟକ୍ତଙ୍କୁ କୋର୍ଟ ୨୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛି। ଏହି ବ୍ୟକ୍ତି ଜଣଙ୍କର ଦୋଷ ଏହା ଥିଲା କି ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ସବୁବେଳେ ନିର୍ଯାତନା ଦେଉଥିଲେ ଓ ତାଙ୍କୁ ନିଜ ଘରୁ ବାହାର କରିଦେଇଥିଲେ। ବଡ କଥା ହେଲା ଉକ୍ତ ବ୍ୟକ୍ତି ବିଶେଷ ଜଣଙ୍କ ତାଙ୍କ ପତ୍ନୀଙ୍କ ଚଳିବା ପାଇଁ ଟଙ୍କାଟିଏ ମଧ୍ୟ ଦେଉନଥିଲେ। ଶୁଣିବାକୁ ମିଳିଛି କି, ଏଭଳି ଦଣ୍ଡାଦେଶ ଏପର୍ଯ୍ୟନ୍ତର ସବୁଠାରୁ ଲମ୍ବା ଦଣ୍ଡାଦେଶ ଅଟେ।

publive-image

ସୂଚନା ଅନୁସାରେ, ପୀଡିତାଙ୍କ ପତି ମଧ୍ୟପ୍ରଦେଶରେ ରୁହନ୍ତି। ସେହିପରି ତାଙ୍କର ୫୦ ବର୍ଷୀୟ ପତ୍ନୀ ଏବଂ ୨୮ ବର୍ଷୀୟ ଝିଅ ଅହମଦାବାଦରେ ବାସ କରନ୍ତି। କୋର୍ଟ ଭରଣପୋଷଣ ବାବଦକୁ ଭତ୍ତା ନଦେବା କାରଣରୁ ମଧ୍ୟପ୍ରଦେଶ ପୁଲିସ ଅଧିକାରଙ୍କୁ ତୁରନ୍ତ ଉକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରି ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏହି ମାମଲାରେ ପତି ଜଣକ ନିଜ ପତ୍ନୀଙ୍କର ଭରଣପୋଷଣ ପାଇଁ ଟଙ୍କା ଦେବା ଦୂରର କଥା କୋର୍ଟରେ ମଧ୍ୟ ହାଜର ହେଉନଥିଲେ।

ସେହିପରି, ମାମଲାଟିର ଶୁଣାଣି କରିବାକୁ ଯାଇ କୋର୍ଟ ଆହୁରି ମଧ୍ୟ କହିଛି କି, ଅଭିଯୁକ୍ତ ପତିଙ୍କ ନିକଟକୁ ପଠାଯାଇଥିବା ନୋଟିସର ନା ତ ସେ କୌଣସି ସମ୍ମାନ କରିଥିଲେ ନା ହିଁ ତାଙ୍କର କୌଣସି ଓକିଲ ଏବଂ ଖୋଦ ଅଭିଯୁକ୍ତ କୋର୍ଟର ଶୁଣାଣି ସମୟରେ ହାଜର ହୋଇଥିଲେ। ଯେଉଁଥି ପାଇଁ ବାଧ୍ୟ ହୋଇ କୋର୍ଟକୁ ଏଭଳି ନିଷ୍ପତ୍ତି ନେବାକୁ ପଡିଥିଲା। ତେବେ ଯେଉଁମାନେ କୋର୍ଟ କଚେରୀକୁ ଆଦୌ ଭୟ କରୁ ନାହାଁନ୍ତି ସେମାନଙ୍କ ପାଇଁ ଏଭଳି ଦଣ୍ଡାଦେଶ କୌଣସି ଉଦାହରଣରୁ କମ ନୁହେଁ ବୋଲି କୋର୍ଟ ତରଫରୁ କୁହାଯାଇଛି।

ସେହିପରି ସ୍ୱାମୀ-ସ୍ତ୍ରୀଙ୍କୁ ନେଇ କୋର୍ଟ ତରଫରୁ ନିଆଯାଇଥିବା କିଛି ନିଷ୍ପତି :

ଫେବୃଆରୀ ୨୦୧୮ରେ ପଂଜାବି-ହରିୟାଣା ହାଇକୋର୍ଟରେ ସ୍ୱାମୀଙ୍କଠାରୁ ପତ୍ନୀଙ୍କୁ ମିଳୁଥିବା ଭରଣପୋଷଣ ଭତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ। ରାୟ ମୁତାବକ, ଯଦି ଜଣେ ମହିଳା ନିଜକୁ ପାଳନ ପୋଷଣ କରିବାରେ ସମକ୍ଷ ଅଟନ୍ତି ତେବେ ସେ ସ୍ୱାମୀଙ୍କଠାରୁ ଭତା ପାଇବା ପାଇଁ ହକଦାର ନୁହଁନ୍ତି।

ଫେବୃଆରୀ ୨୦୧୮ରେ ହିଁ ଅନ୍ୟ ଏକ ନିଷ୍ପତ୍ତି ଅନୁସାର, ପ୍ରଥମ ପତ୍ନୀଙ୍କଠାରୁ ବିନା ଛାଡପତ୍ର ନେଇ ଅନ୍ୟ କୌଣସି ପୁରୁଷକୁ ବିବାହ କରୁଥିବା ତଥା ଦ୍ୱିତୀୟ ପତ୍ନୀ ପ୍ରଥମ ପତ୍ନୀ ଜୀବିତ ଥିବା ପର୍ଯ୍ୟନ୍ତ ଭରଣପୋଷଣ ଭତା ପାଇବାର ହକଦାର ନୁହଁନ୍ତି। ତେବେ ଦ୍ୱିତୀୟ ପତ୍ନୀଙ୍କଠାରୁ ଜାତ ଅବିବାହିତ ସନ୍ତାନମାନେ ଭତାର ହକଦାର ନିଶ୍ଚୟ ହେବେ।

ପଂଜାବ ହରିୟାଣା ହାଇକୋର୍ଟ ପତ୍ନୀଙ୍କ ଦ୍ୱାରା ଛାଡପତ୍ର ପାଇଁ ଦାଖଲ କରାଯାଇଥିବା ଅଭିଯୋଗ ପତ୍ର ଉପରେ ନିଷ୍ପତ୍ତି ଶୁଣାଇବାକୁ ଯାଇ ସ୍ପଷ୍ଟ କରିଛନ୍ତି କି, କେବଳ ପତ୍ନୀଙ୍କୁ ମାରଧର କରିବା ନୁହେଁ ବରଂ ତାଙ୍କୁ ଭରଣପୋଷଣ ବାବଦକୁ ଦେବାକୁ ଥିବା ଭତା ନଦେବା ମଧ୍ୟ ଆଇନଗତ ଅପରାଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe