ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ଥିବା ୫ଟି ଆଇନଗତ ଅଧିକାର ସମ୍ବନ୍ଧରେ

Advertisment
ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ଥିବା ୫ଟି ଆଇନଗତ ଅଧିକାର ସମ୍ବନ୍ଧରେ

ଅନେକ ମହିଳା ନିଜର ଆଇନଗତ ଅଧିକାର ସମ୍ବନ୍ଧରେ ଅବଗତ ନଥାନ୍ତି। ଆଉ ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡ଼େ। ତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ହୋଇଥିବା ଆଇନ୍‌ ବିଷୟରେ ଯାହା ବିଷୟରେ ପ୍ରାୟ ମହିଳା ଅଜ୍ଞ ଥାଆନ୍ତି।

ରାତିରେ ମହିଳାଙ୍କୁ ଗିରଫ କରିପାରିବ ନାହିଁ ପୁଲିସ :

ସୁପ୍ରିମକୋର୍ଟ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଗିରଫ କରାଯାଇ ପାରିବ ନାହିଁ। ପ୍ରାୟତଃ ୬ଟା ପରେ ସୂର୍ଯ୍ୟ ଅସ୍ତ ହୋଇଯାଆନ୍ତି। ଅନେକ ମହିଳା ନିଜର ଏହି ଅଧିକାର ବିଷୟରେ ଅଜ୍ଞ ଥାଆନ୍ତି। ମହିଳା ପୁଲିସ୍‌ ମଧ୍ୟ ମହିଳାଙ୍କୁ ରାତିରେ ଗିରଫ କରିପାରିବେ ନାହିଁ। ତେବେ ସଙ୍ଗୀନ ପରିସ୍ଥିତି ହୋଇଥିଲେ ଲିଖିତ ଆକାରରେ ମାଜଷ୍ଟ୍ରେଟଙ୍କ ଠାରୁ ଅନୁମତି ଆଣି ଗିରଫ କରାଯାଇପାରିବ।

ଗୋପନୀୟତା ଅଧିକାର

ଦୁଷ୍କର୍ମ ପୀଡିତା ନିଜର ବୟାନ ଗୋପନ ସ୍ଥାନରେ ଦେବାର ଅଧିକାର ରହିଛି। ତେବେ ଏହି ସମୟରେ କେବଳ ମାଜିଷ୍ଟ୍ରେଟ୍‌ ହିଁ ମହିଳାଙ୍କ ସହିତ ରହିପାରିବେ। ପୀଡିତା ମହିଳା ଜଣକ କେବଳ ମହିଳା କନେଷ୍ଟବଳ ଓ ପୁଲିସ ଅଧିକାରୀଙ୍କୁ ଗୋପନୀୟ ଭାବେ ନିଜର ବୟାନ ଦେଇପାରିବେ। ଏହିପରି ଘଟଣାରେ ପୁଲିସ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ବୟାନ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ।

ଅନେକ ସମୟ ବ୍ୟବଧାନରେ ଅଭିଯୋଗ କରିପାରିବେ ମହିଳା

ସମାଜ, ପରିବାର ଓ ଅନ୍ୟ କୌଣସି କାରଣ ବଶତଃ ପୀଡିତା ଯଦି ଘଟଣାଦିନ ଅଭିଯୋଗ କରିପାରି ନାହାନ୍ତି, ତେବେ ପରେ ମହିଳା ଅଭିଯୋଗ କରିପାରିବେ। ଆଉ ପୁଲିସ୍‌ କମ୍ଲେନ ରେଜିଷ୍ଟର କରିବା ପାଇଁ ମନା କରିପାରିବେ ନାହିଁ। ମହିଳା ଇମେଲ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ।

ପଚରା ଉଚରା ପାଇଁ ଡାକି ପାରିବେ ନାହିଁ ପୁଲିସ

କୌଣସି ମହିଳାଙ୍କୁ ପଚରାଉଚୁରା ପାଇଁ ପୁଲିସ ଷ୍ଟେସନ୍‌ ଡକାଯାଇ ପାରିବ ନାହିଁ। ପୁଲିସ ମହିଳାଙ୍କୁ ତାଙ୍କ ଘରେ କେହି ମହିଳା କନେଷ୍ଟବଳଙ୍କ ଉପସ୍ଥିତିରେ ପଚରାଉଚୁରା କରିପାରିବେ।

ଜିରୋ ଏଫଆଇଆର ଅଧିକାର

ଦୁଷ୍କର୍ମ ପୀଡିତାଙ୍କୁ ଜିରୋ ଏଫଆଇଆରର ଅଧିକାର ରହିଛି। ଏପରି କେସରେ ମହିଳା କୌଣସି ବି ପୁଲିସ ଷ୍ଟେସନରେ ଅଭିଯୋଗ ରେଜିଷ୍ଟର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe