୭ବର୍ଷ ଶିଶୁର ନାକ ଭିତରୁ ବାହାରିଲା ୨ବର୍ଷ ପୂର୍ବେ ପଶି ହଜି ଯାଇଥିବା ଖେଳନା

Advertisment
୭ବର୍ଷ ଶିଶୁର ନାକ ଭିତରୁ ବାହାରିଲା ୨ବର୍ଷ ପୂର୍ବେ ପଶି ହଜି ଯାଇଥିବା ଖେଳନା

ନୂଆଦିଲ୍ଲୀ: ଛୋଟ ପିଲାମାନେ ସାଧାରଣତଃ ଖେଳୁଥିବା ସମୟରେ କିଛି ଖେଳନାକୁ ପାଟି ଓ ନାକରେ ପୁରାଇ ଦେଇ ଥାଆନ୍ତି। ଏହି କାରଣରୁ ଅନେକ ଅସୁବିଧାର ବି ସାମ୍ନା କରିବାକୁ ପଡ଼ିଥାଏ। ଏପରି ଏକ ଘଟଣା ନ୍ୟୁଜିଲାଣ୍ଡରେ ଘଟିଛି। ଏଠାରେ ଜଣେ ୭ବର୍ଷର ଶିଶୁ ଖେଳୁଥିବା ସମୟରେ ନିଜ ନାକରେ ଖେଳନା ପୂରାଇ ଦେଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଖେଳନାଟି ଶିଶୁର ନାକରୁ ଦୀର୍ଘ ଦୁଇବର୍ଷ ପରେ ବାହାରିଥିବା ଜଣାପଡ଼ିଛି।

ନ୍ୟୁଜିଲାଣ୍ଡରେ ବାସ କରୁଥିବା ୭ବର୍ଷର ସମୀର ଅନୱର ନିଜ ବାପା-ମାଆଙ୍କ ସହ ରହୁଥିଲା। ୨୦୧୮ମସିହାରେ ସେ ଯେତେବେଳେ ୫ବର୍ଷର ହୋଇଥିଲେ ସେତେବେଳେ ସେ ଖେଳୁଖେଳୁ ନିଜ ନାକ ଭିତରେ ଏକ ଖେଳନା ଖଣ୍ଡ ପୂରାଇ ଦେଇଥିଲା। ସମୀରଙ୍କ ବାପା ମୁଦ୍ଦସିର ନାକରୁ ଏହା ବାହାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ବାହାର କରିପାରି ନ ଥିଲେ। ସେ ତୁରନ୍ତ ପୁଅକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଆଶ୍ଚର୍ଯ୍ୟର କଥା ଡାକ୍ତର ବି ପୁଅର ଚିକିତ୍ସା କରିଥିଲେ ହେଁ କିଛି ସଫଳ ହୋଇ ନ ଥିଲା। ଏହାପରେ ସମୀରକୁ ବି କିଛି ଅସୁବିଧା ହୋଇ ନଥିଲା। ଧୀରେଧୀରେ ତାର ବାପା-ମାଆ ବି ଏକଥା ଭୁଲି ଯାଇଥିଲେ।

publive-image

ତେବେ ଗତ ଅଗଷ୍ଟ ୧୬ତାରିଖ ରାତିରେ ସମୀର ପିଙ୍କ୍‌ କପକେକ୍ସ ଖାଇବା ପାଇଁ ତଳକୁ ନଇଁଥିଲା। ଖାଇବା ପୂର୍ବରୁ ସେ ଏହି କେକକୁ ଶୁଙ୍ଘିଥିଲା। ଏହି ସମୟରେ ତାଙ୍କ ନାକରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ସମୀର ଏବଂ ତାଙ୍କ ବାପା-ମାଆଙ୍କୁ ଲାଗିଥିଲା ଯେ ବୋଧ ହୁଏ ଶୁଙ୍ଘିବା ସମୟରେ କେକର କିଛି ଭାଗ ପୁଅର ନାକ ଭିତରକୁ ଚାଲି ଯାଇଛି। ଯେଉଁଥିପାଇଁ ନାକରେ ଏଭଳି ଯନ୍ତ୍ରଣା ହେଉଛି।

ମାଆ-ବାପା ସମୀରକୁ ଜୋରରେ ନିଃଶ୍ୱାସ ବାହାରକୁ ଛାଡ଼ିବାକୁ କହିଥିଲେ। ସମୀର କିଛି ସମୟ ଏପରି ଉଦ୍ୟମ କରିବା ପରେ ଯେତେବେଳେ ଜୋରରେ ଛିଙ୍କିଥିଲେ ସେତେବେଳେ ନାକ ଭିତରୁ ହଠାତ ଏକ କଳା ରଙ୍ଗର  ଛୋଟ ଖେଳନା ବାହାରକୁ ବାହାରି ଆସିଥିଲା। ଯାହାକି ଦୀର୍ଘ ୨ବର୍ଷ ପୂର୍ବେ ଶିଶୁର ନାକ ଭିତରେ ପଶି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe