The Indian Express
ମୁମ୍ବାଇ: ସୋସିଆଲ ମିଡିଆରେ ମଣିଷ ଠାରୁ ଆରମ୍ଭ କରି ବିଭିନ୍ନ ଜୀବଜନ୍ତୁଙ୍କର କୌତୁହଳପ୍ରଦ ଫଟୋ ଓ ଭିଡିଓ ଭାଇରାଲ ହେବା ଦେଖିବାକୁ ମିଳିଥାଏ। ଏହି କ୍ରମରେ ନିକଟରେ ମଣିଷ ସହ ହାତୀର ଏକ ସ୍ନେହ ଭରା ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ଚଟାଣରେ ବସି ଏକ କଦଳୀ ପତ୍ର ପକାଇ ସେଥିରେ ଭାତ ଓ କିଛି ତରକାରୀ ରଖି ଖାଉଛନ୍ତି। ଏହି ସମୟରେ ତାଙ୍କ ପଛ ପଟେ ଏକ ଦନ୍ତା ହାତୀ ଛିଡ଼ା ହୋଇଛି। ବ୍ୟକ୍ତି ଜଣକ କଦଳୀ ପତ୍ରରୁ ଗୋଟିଏ ପରେ ଗୋଟିଏ ଗୁଣ୍ଡା ଭାତ ଖାଉଥିବା ବେଳେ ହାତୀଟି ଖୁବ୍ ସ୍ନେହରେ ତାଙ୍କ ପତ୍ରରେ ଶୁଣ୍ଢ ପୁରାଇ ଭାତ ଖାଉଛି।
news18ମଣିଷ ଓ ହାତୀ ସାଥୀ ହୋଇ ଭାତ ଖାଉଥିବାର ଏହି ସୁନ୍ଦର ଦୃଶ୍ୟକୁ ସେହି ସ୍ଥାନରେ ଉପସ୍ଥିତ ଥିବା ଅନ୍ୟ କିଛି ଲୋକ ଏହାକୁ ନିଜନିଜ ଫୋନ୍ରେ କୈଦ କରି ନେଇଥିଲେ। ତେବେ ହାତୀଟି ଯାହାଙ୍କ ସହିତ କଦଳୀ ପତ୍ରରେ ଏକାଠି ଭାତ ଖାଉଛି ସେ ତାର ମାହୁନ୍ତ ବୋଲି କୁହାଯାଉଛି।
କେରଳରେ ରେକର୍ଡ ହୋଇଥିବା ହାତୀ ଓ ମଣିଷର ଏହି ସୁନ୍ଦର ଭିଡିଓକୁ ଫେସ୍ବୁକ୍ ପେଜରେ ସେୟାର କରି ଲେଖାଯାଇଛି, ‘ପ୍ରକୃତ ବନ୍ଧୁତା ହେଉଛି ଜଣେ ଅନ୍ୟଜଣଙ୍କ ପ୍ଲେଟରେ ବସି ଖାଇ ପାରୁଥିବ।’ ସେୟାର ହେବା ପରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୪୦୦ ହଜାର ଲୋକ ସେୟାର କରିଥିବା ବେଳେ ଅନେକ ଏହି ଆବେଗିକ ଭିଡିଓକୁ ଦେଖି ନିଜନିଜର ପ୍ରତିକ୍ରିୟା ବି ଦେଇଛନ୍ତି।
Follow Us