ମଣିଷ ଭିତରେ ମାଳମାଳ ରାବଣ ! ଆମ ଆଚରଣ, ଉଚ୍ଚାରଣରେ ରାବଣର ଲକ୍ଷଣ…

ରାବଣ କେଉଁଠି ଥାଏ ? ରାବଣ ସତରେ ଜଳେ ତ ? ରାବଣ ସତରେ ମରେ ତ ? ଯଦି ଜଳେ ତେବେ ସମାଜରେ ରାବଣର କାଣ୍ଡ, ରାବଣ ରୂପୀ ଲୋକେ କାହିଁକି ବାରମ୍ବାର ସେମିତି ରାକ୍ଷସ ଭଳି କାମ କରନ୍ତି ? 

Untitled-25

ଭୁବନେଶ୍ବର: ଆଜି ପବିତ୍ର ବିଜୟା ଦଶମୀ । ଦଶହରା ଉପଲକ୍ଷେ ପୂରପଲ୍ଲୀ ଚଳଚଞ୍ଚଳ ଥିବା ବେଳେ ଆଜି ଦେଖିବାକୁ ମିଳିବ ରାବଣ ପୋଡ଼ି । ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବର୍ଷା ପାଇଁ ଅନେକ ସ୍ଥାନରେ ପ୍ରସ୍ତୁତି ଧିମେଇଛି । ହୁଏତ ବର୍ଷା ପାଇଁ କିଛି ସ୍ଥାନରେ ରାବଣ ପୋଡି ବନ୍ଦ ବି ହୋଇପାରେ… ଏହା ତ ପାଣିପାଗର କଥା ଉପରେ ନିର୍ଭର କରେ । ହେଲେ ଯେଉଁ କଥାଟି କହିବାକୁ ଆମେ ଏ କାହାଣୀର ଅବତାରଣା କରୁଛେ ତାହା ହେଲା… ରାବଣ କେଉଁଠି ଥାଏ ? ରାବଣ ସତରେ ଜଳେ ତ ? ରାବଣ ସତରେ ମରେ ତ ? 

ravan-podi

ଆମେ ପ୍ରତିବର୍ଷ ଦଶହରାରେ ରାବଣ ପୋଡୁଛେ । ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କାର ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛେ । ଗୋଟେ ରାକ୍ଷସର ଭୟଙ୍କର କୁଶପୁତ୍ତଳିକା ତିଆରି କରି ସେଥିରେ ବାଣ ଖଞ୍ଜି ଢୋ ଢା କରି ଫୁଟାଉଛେ । ଏହାକୁ ରାବଣ ପୋଡି ବୋଲି କୁହାଯାଉଥିଲେ ବି ଏହା କିନ୍ତୁ ବାଣ ଫୁଟା ପର୍ବର ବୋଲି ସ୍ପଷ୍ଟ ବାରି ହୋଇପଡେ । କାରଣ ଆମେ ଫି ଥର ଜାଳିଦେଉଥିବା ରାବଣ ସତରେ କଣ ଜଳେ ? ଏ ପ୍ରଶ୍ନ କେବେ ଆମେ ନିଜକୁ ପଚାରିଛେ କି ? କିମ୍ବା ଯେଉଁମାନେ, ଯେଉଁ ନେତାମାନେ ରାବଣ ଦେହରେ ନିଆଁ ଲଗାଇ ତାକୁ ପୋଡ଼ନ୍ତି ସେମାନେ କେବେ ନିଜକୁ ପଚାରିଛନ୍ତି କି ଯେ- ସତରେ କଣ ଆମେ ଜାଳିବା ଦ୍ବାରା ରାବଣ ଜଳେ ? ଯଦି ଜଳେ 
ତେବେ ସମାଜରେ ରାବଣର କାଣ୍ଡ, ରାବଣ ରୂପୀ ଲୋକେ କାହିଁକି ବାରମ୍ବାର ସେମିତି ରାକ୍ଷସ ଭଳି କାମ କରନ୍ତି ? 

WhatsApp Image 2025-10-02 at 13.20.56

ଅତଏବ ! ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ- ରାବଣ ମରେନି… ରାବଣ ମଣିଷ ଭିତରେ ଥାଏ । ସେବେ ସିନା ଲଙ୍କା ଜାଳି ରାବଣକୁ ମାରିଥିଲେ ରାମ,ଏବେ ପରା ମଣିଷ ଦିହରେ ମାଳମାଳ ରାବଣ । ତେବେ ରାବଣ ହେଇ କେମିତି ଜାଳିବା ଆଉ ଏକ ରାବଣକୁ ? ତେଣୁ କେତେ ଦିନ ଆଉ ରାବଣର କୁଶପୁତ୍ତଳିକା ଦାହ କରି... ଆମେ ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ… ବିଜୟ ବୋଲି ମିଛଟାରେ ଚିତ୍କାର କରୁଥିଲା, ମୁହଁ ଫୁଟାଣିମାରି କହି ହେଉଥିବା... ଯେତେବେଳେ ଅସଲି 'ରାବଣ' ଆମ ସମସ୍ତଙ୍କ ଭିତରେ ଲୁଚି କି ରହିଛି... ସେତେବେଳେ ରାବଣର କୁଶପୁତ୍ତଳିକା ଜାଳି କି ଲାଭ । 

WhatsApp Image 2025-10-02 at 09.57.07

ଏବେ ପ୍ରଶ୍ନ ଉଠିବ ମଣିଷ ଭିତରେ ରାବଣ କେଉଁଠୁ ଆସିଲା ? ହଁ ଆଜ୍ଞା ! ମଣିଷ ଭିତରେ ରାବଣ ନାହିଁ ସତ କିନ୍ତୁ ମଣିଷର ଆଚରଣ, ଉଚ୍ଚାରଣରେ ରାବଣର ଲକ୍ଷଣ । ନହେଇଥିଲେ କଣ ଓଡିଶା ମହିଳା ବିରୋଧୀ ଅପରାଧ ମାମଲାରେ ଦେଶର ୩ୟ ସ୍ଥାନରେ ଥାନ୍ତା ନା ସମାଜରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ ପରି ଅପରାଧ ଘଟନ୍ତା । ସମାଜରେ ରାବଣ ରୂପୀ ମଣିଷ କୁହନ୍ତୁ କି ରାବଣର ମୁଖା ପିନ୍ଧିଥିବା ମଣିଷ- ଲାଞ୍ଚ ନିଏ, ଦୁର୍ନୀତି କରେ, ହତ୍ୟା କରେ, ଦୁଷ୍କର୍ମରେ ଲିପ୍ତ ଥାଏ, ନିଶା କାରବାରରେ ଲିପ୍ତ ଥାଏ ଏମିତି କେତେ କଣ…ନିକଟରେ ଏନସିଆରବି ଦେଇଥିବା ରିପୋର୍ଟ ମଣିଷ ଭିତରର ରାବଣ ଥିବା ନେଇ ଏକ ନଗ୍ନ ଚିତ୍ର ସାମ୍ନାକୁ ଆଣିଛି । 

ତେବେ ଆସନ୍ତୁ ପ୍ରତିବର୍ଷ କୁଶପୁତ୍ତଳିକା ଜାଳି, ବାଣ ଦି’ଟା ଢୋ ଢା କରି… ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ନକହି, ଆଗ ନିଜ ଭିତରର ରାବଣକୁ ଜାଳିବା...ନିଜ ଭିତରର ରାବଣକୁ ଆଗ ମାରିବା… ଯଦି ଏବେଠୁ ଏ ଦିଗ ପ୍ରତି ସଚେତନ ନହେବା ତେବେ ପ୍ରତିବର୍ଷ ସିନା ରାବଣର କୁଶପୁତ୍ତଳିକା ଦାହ ହେଉଥିବ ହେଲେ ସମାଜରେ ଦୁର୍ନୀତି, ହତ୍ୟା, ଅପରାଧ ନକମି, ଏମିତି ବଢି ଚାଲିଥିବ…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe