ସମୂଦ୍ରକୂଳରେ ପଡ଼ିଥିବା ବୋତଲରୁ ଦମ୍ପତି ପାଇଲେ ଚିଠି, ୩୭ ବର୍ଷ ତଳେ ଚିଠି ଲେଖିଥିବା କୁନି ପିଲା ଏବେ...

Advertisment
ସମୂଦ୍ରକୂଳରେ ପଡ଼ିଥିବା ବୋତଲରୁ ଦମ୍ପତି ପାଇଲେ ଚିଠି, ୩୭ ବର୍ଷ ତଳେ ଚିଠି ଲେଖିଥିବା କୁନି ପିଲା ଏବେ...

ଫ୍ଲୋରିଡା: ସଂପର୍କ ଓ ସଂଯୋଗ ଏ ସବୁ ସ୍ୱର୍ଗରୁ ସ୍ଥିର ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେତେବେଳେ କାହା ସହ କେଉଁ ଭଳି ବାଗରେ ସଂପର୍କଟିଏ ଯୋଡ଼ି ହୋଇଯାଏ ତାହା କେହି ଜାଣେନା। କେବେ କେବେ ଘଟୁଥିବା ଘଟଣା ଆମକୁ ଚମତ୍କାରୀ ଲାଗେ ତ କେବେ ପୁଣି ଆଣି ଦିଏ ଅଜର୍ସ ଆନନ୍ଦ। ଆପଣ ଚିନ୍ତା କରନ୍ତୁ ତ, ଆପଣ ସମୁଦ୍ର କୂଳରେ ସମୁଦ୍ରକୁ ଉପଭୋଗ କରୁଥିବେ। ସେହି ସମୟରେ ଆପଣଙ୍କ ସାମ୍ନାରେ ଆସି ପହଞ୍ଚିବ ଗୋଟାଏ କାଚ ବୋତଲ୍‌। ସେଥିରେ ଥିବ ଗୋଟାଏ ଧଳା କାଗଜ। ଆପଣ ତାହାକୁ ବାହାରକୁ କାଢ଼ି ପଢ଼ିବାକୁ ଚାହିଁବେ ନିଶ୍ଚୟ, କିଏ ବା ନ ଚାହିଁବ? ଆଉ ସେଥିରୁ ପାଇବେ ଏକ ହସ୍ତଲେଖା ପତ୍ର। ଆପଣଙ୍କୁ କେମିତି ଲାଗିବ?

publive-image

ଏପରି ଏକ ଚମତ୍କାର ଘଟଣା ଘଟିଛି ଏକ ଆମେରିକୀୟ ଦମ୍ପତିଙ୍କ ସହ। ଦମ୍ପତି ବୋତଲ୍‌ରୁ ପାଇଥିବା ଚିଠିଟି ହେଉଛି ୧୯୮୦ ମସିହା ଲେଖାଯାଇଥିବା ଜଣେ ବ୍ରିଟେନ୍‌ କୁନି ପିଲାର। ୪,୦୦୦ ମାଇଲ୍‌ ପାର୍‌ ହୋଇ ଚିଠିଟି ଦମ୍ପତିଙ୍କୁ ମିଳିଥିବା କଥା ନୁହେଁ କି ଚମତ୍କାର! ଗତ ସେପ୍ଟେମ୍ବର ୨୯ ତାରିଖରେ ରୁଠ୍‌ ଏବଂ ଲି ନାମକ ଏହି ଆମେରିକୀୟ ଦମ୍ପତି ଫ୍ଲୋରିଡାର କି ଲାର୍ଗୋଠାରୁ ଏହି ଚିଠିଟିକୁ ପାଇଥିଲେ। ଆଟ୍‌ଲାଣ୍ଟିକ୍‌ ସମୁଦ୍ରରୁ ପ୍ରାୟ ୫୦୦ ପାଦ ଦୂରରେ ଦମ୍ପତିଙ୍କୁଏହି ଚିଠି ମିଳିଥିଲା। ଦମ୍ପତି ଚିଠିରେ ଦିଆଯାଇଥିବା ଠିକଣାରେ ଯୋଗାଯୋଗ କରିବାରୁ ଜାଣିବାକୁ ମିଳିଲା ଯେ ଚିଠି ଲେଖିଥିବା ସେହି କୁନି ପିଲା ଜଣକ ବର୍ତ୍ତମାନ ଏକ ସ୍କୁଲ୍‌ରେ ଶିକ୍ଷକ ଭାବେ ପିଲାଙ୍କୁ ପାଠ ପଢ଼ାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe