୨୫ ବର୍ଷ ହେବ ଜେଲ୍‌ଦଣ୍ଡ ଭୋଗୁଛନ୍ତି ଅଜିଜ୍‌; ଜେଲ୍‌ରେ ରୋଜଗାର କରିଥିବା ଟଙ୍କାରୁ ନିଜ ରାଜ୍ୟ କେରଳକୁ ଦେବେ ୧ ଲକ୍ଷ ଟଙ୍କା

୨୫ ବର୍ଷ ହେବ ଜେଲ୍‌ଦଣ୍ଡ ଭୋଗୁଛନ୍ତି ଅଜିଜ୍‌; ଜେଲ୍‌ରେ ରୋଜଗାର କରିଥିବା ଟଙ୍କାରୁ ନିଜ ରାଜ୍ୟ କେରଳକୁ ଦେବେ ୧ ଲକ୍ଷ ଟଙ୍କା

ତିରୁବନନ୍ତପୁରମ୍‌: କେରଳରୁ ବନ୍ୟା ଛାଡ଼ିଯାଇଛି। ହେଲେ ପ୍ରଭାବ ଏବେ ବି ରହିଛି। ବନ୍ୟା ହେତୁ ଘଟିଥିବା କ୍ଷୟକ୍ଷତି ଏତେ ସହଜରେ ଭରଣା କରିବା କେବେ ବି ସମ୍ଭବ ନୁହେଁ। କେରଳବାସୀଙ୍କୁ ଏ ପରିସ୍ଥିତିରେ ଦେଶଠାରୁ ନେଇ ଦେଶ ବାହାର ପର୍ଯ୍ୟନ୍ତ ବହୁ ଅନୁଦାନ ମିଳିବା ପରେ ନିକଟରେ ଜଣେ କଏଦୀଙ୍କ ଉଦାରତା ସମସ୍ତଙ୍କୁ ଚକିତ କରିଛି।

ଜେଲ୍‌ ଦଣ୍ଡ ଭୋଗୁଥିବା ୭୦ ବର୍ଷରୁ ଊର୍ଧ୍ୱ ବୟସ୍କ ଜଣେ ବ୍ୟକ୍ତି କେରଳର ବନ୍ୟା ପ୍ରପୀଡ଼ିତଙ୍କ ଉଦେଶ୍ୟରେ ସହାୟତାର ହାତ ବଢ଼ାଇଛନ୍ତି। ସେ ଜେଲ୍‌ରେ କାମ କରି ଯାହା ରୋଜଗାର କରିଥିଲେ ସେଥିରୁ ସେ ୧ ଲକ୍ଷ ଟଙ୍କା ଦାନ ଲାଗି ଅାଗ୍ରହ ପ୍ରକାଶ କରିଛନ୍ତି।

publive-image

ଏହି ବୟସ୍କ କଏଦୀ ଜଣକ କୋଲକାତାର ଅାଲିପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି। ବ୍ୟକ୍ତି ଜଣକ ନିଜେ ଜଣେ କେରଳୀ। ୧୯୯୩ ମସିହା କୋଲକାତା ବ୍ଲାଷ୍ଟ୍‍ ମାମଲାରେ ତାଙ୍କର ସଂପୃକ୍ତି ଥିବା ସାବ୍ୟସ୍ତ ହେବା ପରେ ଗତ ୨୫ ବର୍ଷ ହେବ ସେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି।

ଜେଲ୍‌ରେ କଏଦୀମାନଙ୍କୁ ୮ ଘଣ୍ଟା କାମ କଲେ ପରିଶ୍ରମ ମୁତାବକ ୨୦୦ରୁ ୨୮୦ ପାରିଶ୍ରମିକ ଦିଆଯାଇଥାଏ। ସେହି ପାରିଶ୍ରମିକକୁ ସଞ୍ଚୟ କରି ରଖିଥିବା ଅଜିଜ୍‌ ଏବେ ତାହାକୁ ନିଜ ରାଜ୍ୟର ବିକାଶ କ୍ଷେତ୍ରରେ ବିନିଯୋଗ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe