ଭୟାବହ ଦୁର୍ଘଟଣାର ଶିକାର ହେବାପରେ ଦମ୍ପତିଙ୍କୁ ଘେରି ଯାଇଥିଲେ ସିଂହଦଳ, ଏପରି ବଞ୍ଚିଲା ଜୀବନ

ଭୟାବହ ଦୁର୍ଘଟଣାର ଶିକାର ହେବାପରେ ଦମ୍ପତିଙ୍କୁ ଘେରି ଯାଇଥିଲେ ସିଂହଦଳ, ଏପରି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ନିକଟରେ ଏକ ଦମ୍ପତି ନିଜ ସହିତ ଘଟିଥିବା ଏକ ଭୟାବହ ଘଟଣାର ଅନୁଭୂତିକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ୪୬ବର୍ଷୀୟ ମାରିୟୋ ଟାଇଟସଙ୍କ ପତ୍ନୀ ୩୪ବର୍ଷୀୟ ଗ୍ରେସ।

ମାରିୟୋ କହନ୍ତି, ‘ଗତବର୍ଷ ସେପ୍ଟେମ୍ବର ମାସରେ ପତ୍ନୀଙ୍କୁ ଉକ୍ତ ରକ୍ତଚାପଜନିତ ଅସୁବିଧା ପାଇଁ ଡାକ୍ତରଖାନକୁ ନେଇ ଯାଉଥିଲି। ଦକ୍ଷିଣ ଆଫ୍ରିକାରେ ମା’ ଓ ବାପାଙ୍କ ସହ ଆମେ ବସବାସ କରୁ। ଘର ଠାରୁ ୧୨୪ ମିଲି ଦୂରରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲୁ। ଏକ ଗଛରେ କାର ପିଟି ହେବାରୁ ରାସ୍ତାରୁ ଜଙ୍ଗଲ ଭିତରକୁ ଗାଡ଼ି ଘୋଷାରି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ମୁଁ ମୋ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଥିଲୁ। ଏମିତି କି ଅଜସ୍ର ରକ୍ତସ୍ରାବ ବି ହେଉଥାଏ। ଜୀବନ ଓ ମରଣ ସହ ଆମେ ସଂଘର୍ଷ କରୁଥାଉ। ଆଉ କେମିତି ସେଠାରୁ ଉଦ୍ଧାର ପାଇବୁ ସେ ଚିନ୍ତାରେ ଥାଉ।

एक्सीडेंट के बाद ग्रेस ने बताई कहानी

ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଏତିକି ବେଳେ ଏକ ସିଂହଦଳ ଆମକୁ ଚାରିପାର୍ଶ୍ବ‌ରୁ ଘେରି ଯାଇଥିଲେ। ଏଭଳି ପରିସ୍ଥିତିରୁ ବଞ୍ଚିକି ବାହାରିବୁ ତାହା ଆମେ ଆଉ ମନରେ ଆଶା ରଖି ନଥିଲୁ। ଯାହାବି ହେଉ ଦୁହେଁ ଦୁହିଁଙ୍କ ପାଖରେ ରହିଥିଲୁ। ରାତି ପାହି ସକାଳ ହେବା ପରେ ସେ ରାସ୍ତା ଦେଇ ଯାଉଥିବା ଜଣେ ଟ୍ରକ ଚାଳକ ଦୁର୍ଘଟଣାଗ୍ରସ୍ତ କାରକୁ ଦେଖି ପୁଲିସ ଓ ଜରୁରୀକାଳନ ସେବା ବିଭାଗକୁ ସୂଚନା ଦେଇଥିଲେ।

ଏହାପରେ ତୁରନ୍ତ ଆମକୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଦୁହେଁ ସୁସ୍ଥ ହୋଇଥିଲୁ। ସ୍ତ୍ରୀଙ୍କୁ ୫ମାସ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ଡାକ୍ତର ଆମ ସହିତ ଘଟିଥିବା ଘଟଣାକୁ କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି କହିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe