ରାତିରେ ଘରକୁ ଫେରୁଥିବା ‌ବେ‌ଳେ ସିଂହ ହାବୁଡ଼ରେ ପଡ଼ିଲେ ବନ କର୍ମଚାରୀ, କହିଲେ ଏଭଳି କଥା କି ଆପଣାଛାଏଁ ଜଙ୍ଗଲକୁ ଚାଲିଗଲା ସିଂହ

Advertisment
ରାତିରେ ଘରକୁ ଫେରୁଥିବା ‌ବେ‌ଳେ ସିଂହ ହାବୁଡ଼ରେ ପଡ଼ିଲେ ବନ କର୍ମଚାରୀ, କହିଲେ ଏଭଳି କଥା କି ଆପଣାଛାଏଁ ଜଙ୍ଗଲକୁ ଚାଲିଗଲା ସିଂହ

ନୂଆଦିଲ୍ଲୀ: ସିଂହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ବି କିଛି ସମୟ ପାଇଁ ଭୟଭୀତ ହୋଇଯିବେ।

ପ୍ରକାଶିତ ରିପୋର୍ଟ ମୁତାବକ, ମଧ୍ୟରାତ୍ରିରେ ଜଣେ ବନ କର୍ମଚାରୀ ତାଙ୍କ ଘରକୁ ଯାଉଥିଲେ। ଏହି ସମୟରେ ସେ ରାସ୍ତା ଉପରେ ଏକ ସିଂହ ବସିଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀ ଜଣକ ସିଂହକୁ ରାସ୍ତାରେ ଦେଖି କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ ବି ଉପସ୍ଥିତ ବୁଦ୍ଧି ଖଟାଇ ଏପରି କଥା କହିଥିଲେ କି ସିଂହଟି ଆପଣାଛାଏଁ ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା।

ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଟୁଇଟରରେ ଭାରତୀୟ ବନ ଅଧିକାରୀ ଡ ଅଂଶୁମାନ ପୋଷ୍ଟ କରିଛନ୍ତି।

ଭିଡିଓ ସେୟାର କରିବା ସହିତ ଅଂଶୁମାନ କ୍ୟାପସନରେ ଲେଖିଛନ୍ତି, 'ବ୍ୟକ୍ତି ସିଂହକୁ କହୁଛନ୍ତି, ଯେ ମୁଁ ଦିନସାରା ତୁମ ସେବାରେ ରହେ। ବର୍ତ୍ତମାନ ମୋତେ ଘରକୁ ଯିବାକୁ ଦିଅ। ଏତିକି ଶୁଣି ସିଂହ ତାଙ୍କୁ ଯିବାକୁ ଦେଇଥିଲା | ଏହି ଭିଡିଓରେ ବ୍ୟକ୍ତି ଜଣକ ଗୁଜୁରାଟୀ ଭାଷାରେ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳୁଛି।

ଏହି ଭିଡିଓ ଅକ୍ଟୋବର ୫ ରେ ସେୟାର କରାଯାଇଥିଲା, ଯାହାର ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଭ୍ୟୁ ରହିଛି। ଆହୁରି ମଧ୍ୟ ୩୦୦ ରୁ ଅଧିକ ଲାଇକ୍ ଏବଂ ୩୦ ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe